ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି ମାରିଲା ଅନେକ ପ୍ରଶ୍ନ। ବ୍ୟବସ୍ଥାଗତ ଢାଞ୍ଚା ସହିତ ପିଲାଙ୍କ ସହିତ ଅବହେଳାର ଖେଳ ଦୋହଲାଇଦେଲା ମନ ଓ ପ୍ରାଣକୁ। ଇଚ୍ଛାହେଲା ଏଭଳି ଖବର ଶିରୋନାମାରୁ ହଟିବ କେବେ? କେବେ ତେଜିବେ ଆମ ପ୍ରଶାସନ ଓ ରାଜ୍ୟ ସରକାର!
ସତ କହିବାକୁ ଗଲେ ଶିକ୍ଷାର ରୂପାନ୍ତରଣ କେବଳ ନୂଆ ରଙ୍ଗ, ନୂଆ ନାମଫଳକ କିମ୍ବା ଯୋଜନାର ଘୋଷଣାରେ ହୁଏ ନାହିଁ। ଯେଉଁଠି ପିଲାମାନେ ନିରାପଦ ଛାତ ତଳେ ବସି ପାଠ ପଢ଼ିପାରୁନାହାନ୍ତି, ସେଠି ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ନେଇ ଆତ୍ମସମୀକ୍ଷାର ସମୟ ଆସିଛି।
ରାଜ୍ୟରେ ଶିକ୍ଷାର ରୂପାନ୍ତରଣକୁ ନେଇ ଯେତେ ବଡ଼ ବଡ଼ ଦାବି ହେଉଛି, ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ କୋଲପାଲ ପ୍ରାଥମିକ ବିଦ୍ୟାଳୟର ଚିତ୍ର ସେସବୁ ଦାବି ସାମ୍ନାରେ ଏକ କଠିନ ପ୍ରଶ୍ନଚିହ୍ନ ଭଳି ଠିଆ ହୋଇଛି। ଭଙ୍ଗା କୋଠରି, ଛାତ ନ ଥିବା ଶ୍ରେଣୀଗୃହ ଏବଂ ସୀମିତ କୋଠରିରେ ଏକାଧିକ ଶ୍ରେଣୀର ଛାତ୍ରୀଛାତ୍ର। ଏହା କେବଳ ଗୋଟିଏ ବିଦ୍ୟାଳୟର ଦୁର୍ଦ୍ଦଶା ନୁହେଁ, ବରଂ ଏହା ଆମ ଶିକ୍ଷା ବ୍ୟବସ୍ଥାର ତଳସ୍ତରରେ ରହିଯାଇଥିବା ଅବହେଳାର ଆଇନା। ଓଡ଼ିଶାରେ ଏଭଳି ଅନେକ ଉଦାହରଣ ରହିଛି। ଏହା କେବଳ ଏକ ଦୃଷ୍ଟାନ୍ତ ମାତ୍ର। ଚିନ୍ତାଜନକ ବିଷୟ ହେଉଛି ଶିଶୁଙ୍କ ସୁରକ୍ଷା। ଯେଉଁ ଶ୍ରେଣୀଗୃହ ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି, ସେଠାରେ ଶିକ୍ଷାଦାନ ଚାଲିବା ଏକ ବିପଦପୂର୍ଣ୍ଣ ବାସ୍ତବତା। ପିଲାଙ୍କୁ ବିଦ୍ୟାଳୟକୁ ପଠାଇବା ବେଳେ ଅଭିଭାବକଙ୍କ ମନରେ ‘ମୋ ପିଲା ଆଜି ନିରାପଦରେ ଫେରିବ ତ?’ ଭଳି ପ୍ରଶ୍ନ ଉଠିବା ଏକ ବ୍ୟବସ୍ଥାଗତ ବିଫଳତାର ସଙ୍କେତ।
ବିଦ୍ୟାଳୟ ପରିଚାଳନା କମିଟି ଭଙ୍ଗା ଶ୍ରେଣୀଗୃହର ଛାତ ଓ କାଠ କାଢ଼ି ଦେଇଥିବା କଥା ଯଦି ସତ, ତେବେ ତାହାକୁ ପ୍ରଶାସନ ଏକ ସାଧାରଣ ମରାମତି ସମସ୍ୟା ଭାବେ ନେଇପାରିବ ନାହିଁ। ଏହା ଶିଶୁ ସୁରକ୍ଷାର ଜରୁରୀ ପ୍ରସଙ୍ଗ। ଛଅଟି ଶ୍ରେଣୀର ପିଲାଙ୍କୁ ଦୁଇଟି କୋଠରିରେ ପଢ଼ାଇବା କେବଳ ସ୍ଥାନାଭାବ ନୁହେଁ, ଏହା ଶିକ୍ଷାର ଗୁଣବତ୍ତା, ଶିକ୍ଷକଙ୍କ ଶିକ୍ଷାଦାନ ଏବଂ ପିଲାଙ୍କ ମାନସିକ ଏକାଗ୍ରତା ସହିତ ଜଡିତ। ତେଣୁ ଏହି ସବୁ ଦିଗକୁ ପ୍ରଭାବିତ କରିବ। ଏହା ସହିତ ନୂତନ ଭାବେ ନିର୍ମିତ ଗୃହର କାମକୁ ନେଇ ଉଠିଥିବା ନିମ୍ନମାନର ନିର୍ମାଣ ଓ ସରକାରୀ ଅନୁଦାନର ସମ୍ଭାବ୍ୟ ଅପବ୍ୟବହାରର ଅଭିଯୋଗ ମଧ୍ୟ ଗୁରୁତର। ଏଠାରେ ଅଭିଯୋଗକୁ ସତ୍ୟ ବୋଲି ଧରିନେବା ନୁହେଁ, ବରଂ ନିରପେକ୍ଷ ଯାଞ୍ଚ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ହେଉଛି ପ୍ରଶାସନର ଦାୟିତ୍ୱ। ଯଦି ନିର୍ମାଣରେ ତ୍ରୁଟି ଥାଏ, ଦାୟିତ୍ୱ ନିର୍ଦ୍ଧାରଣ ହେବା ଦରକାର; ଆଉ ଯଦି ଅଭିଯୋଗ ଭିତ୍ତିହୀନ, ତେବେ ତାହା ମଧ୍ୟ ସ୍ପଷ୍ଟ ହେବା ଆବଶ୍ୟକ। ପ୍ରଶ୍ନ ହେଉଛି ଯେ ଅଭିଯୋଗ ଓ ସମସ୍ୟା ବିଷୟରେ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ କାହିଁକି ହେଲା ନାହିଁ? ଦାୟିତ୍ୱରେ ଥିବା ସିଆରସିସିଙ୍କ କଥା ଅନୁଯାୟୀ ବିଡିଓ ଏବଂ ବିଇଓଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଥିବା ଦାବି ରହିଛି। ଏହାର ଯାଞ୍ଚ ହେବା ଦରକାର। କାରଣ ଏକ ଭଙ୍ଗା ଘରର ମରାମତି ବିଳମ୍ବ ହେବା ଯେତିକି ଗୁରୁତର, ତା’ଠାରୁ ଅଧିକ ଗୁରୁତର ହେଉଛି ସମସ୍ୟା ଜଣାପଡ଼ିବା ପରେ ମଧ୍ୟ ନିଷ୍କ୍ରିୟତା। ଉଚ୍ଚ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ତଦାରଖ କରିବା ନିଶ୍ଚିତ ଭାବେ ଏକ ଆଶାର କଥା। କିନ୍ତୁ ପରିଦର୍ଶନ ନୁହେଁ, ପରିଣାମ ହିଁ ଏବେ ଆବଶ୍ୟକ। କେବଳ ରିପୋର୍ଟ ତିଆରି ହୋଇ ଫାଇଲରେ ରହିଗଲେ ସମସ୍ୟାର ସମାଧାନ ହେବ ନାହିଁ। ପ୍ରଶାସନକୁ ତୁରନ୍ତ ବିଦ୍ୟାଳୟର ସମ୍ପୂର୍ଣ୍ଣ ସୁରକ୍ଷା ଅଡିଟ୍‌ କରିବା ଦରକାର। ବିପଜ୍ଜନକ ଶ୍ରେଣୀଗୃହକୁ ଅସୁରକ୍ଷିତ ଘୋଷଣା କରି ଆବଶ୍ୟକ ହେଲେ ବିକଳ୍ପ ଶ୍ରେଣୀଗୃହର ବ୍ୟବସ୍ଥା କରିବା ସହିତ ନୂତନ ଶ୍ରେଣୀଗୃହ ନିର୍ମାଣର ସମୟସୀମା ଧାର୍ଯ୍ୟ କରାଯିବା ଉଚିତ। ନୂତନ ଗୃହର ନିର୍ମାଣମାନ ନେଇ ଅଭିଯୋଗ ଥିବାରୁ ସ୍ବାଧୀନ ବୈଷୟିକ ଯାଞ୍ଚ କରାଯିବା ଆବଶ୍ୟକ। ଦୋଷ ମିଳିଲେ ଦାୟୀ ବ୍ୟକ୍ତି ବା ସଂସ୍ଥା ବିରୋଧରେ ନିୟମାନୁସାରେ ପଦକ୍ଷେପ ହେବା ଦରକାର। କାରଣ ଶିକ୍ଷାର ରୂପାନ୍ତରଣର ଅର୍ଥ କେବଳ ସ୍ମାର୍ଟ କ୍ଲାସରୁମ୍‌ ନୁହେଁ। ପ୍ରଥମ ରୂପାନ୍ତରଣ ହେଉଛି ପିଲାଟି ନିରାପଦରେ ବସିବ, ନିର୍ଭୟରେ ପଢ଼ିବ ଏବଂ ସମ୍ମାନର ସହ ଶିକ୍ଷା ପାଇବ।
ଏକ ପଟେ ଶିକ୍ଷାର ନୂଆ ମଡେଲ କଥା, ଅନ୍ୟପଟେ ଛାତହୀନ ଓ ଭଙ୍ଗା କୋଠରିରେ ପ୍ରାଥମିକ ଶିକ୍ଷା। ଏହି ବିରୋଧାଭାସ ଦୂର ନ ହେଲେ ‘ରୂପାନ୍ତରଣ’ ଶବ୍ଦଟି କେବଳ ସରକାରୀ ବିଜ୍ଞାପନରେ ସୁନ୍ଦର ଦେଖାଯିବ, ମାଟିରେ ନୁହେଁ।
ପିଲାମାନେ ଅଧିକାର ଚାହୁଁଛନ୍ତି। ଭଙ୍ଗା ଘର ନୁହେଁ, ନିରାପଦ ଶ୍ରେଣୀଗୃହ ଚାହୁଁଛନ୍ତି। ପ୍ରତିଶ୍ରୁତି ନୁହେଁ, କାମ ଚାହୁଁଛନ୍ତି। ସେଥିପାଇଁ ଏବେ ପ୍ରଶ୍ନ ହେଉଛି,ଆଉ କେତେଦିନ ପିଲାମାନେ ଭଙ୍ଗା ଛାତ ଓ ଅବ୍ୟବସ୍ଥା ମଝିରେ ନିଜ ଭବିଷ୍ୟତ ଗଢ଼ିବେ? ଉତ୍ତର ଦେବାକୁ ହେବ ପ୍ରଶାସନକୁ ଏବଂ ସେହି ଉତ୍ତର ଏଥର କାଗଜରେ ନୁହେଁ, କୋଲପାଲ ବିଦ୍ୟାଳୟର ନୂଆ ଶ୍ରେଣୀଗୃହରେ ଦେଖାଯିବା ଦରକାର। ତେବେ ରାଜ୍ୟରେ ମଜଭୁତ ହେବ ପ୍ରାଥମିକ ଶିକ୍ଷା।

ଡା. ରାଜାରାମ ଷଡ଼ଙ୍ଗୀ

ସମ୍ବଲପୁର
ମୋ:୯୪୩୭୪୦୫୪୫୫

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?