ପାହାଡ଼ ଉପରେ ପିଲା ପଢୁଛନ୍ତି ପାଠ: ୩୦୯୩ ଗାଁରେ ନିର୍ମାଣ ହେବ ୪୮୩ ଟେଲିଫୋନ ଟାୱାର

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଗାଁଗୁଡ଼ିକରେ ଟେଲିଫୋନ୍‌ ଟାୱାର ନ ଥିବାରୁ ବିଧାନସଭାରେ ଉଭୟ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ କାମ ଇଣ୍ଟରନେଟ୍‌ ଜରିଆରେ କରାଯାଉଛି। ଟେଲିଫୋନ ଟାଓ୍ବାର ନ ଥିବାରୁ ପିଲାମାନଙ୍କୁ ପାହାଡ଼ ଉପରକୁ ଯିବାକୁ ପଡୁଥିଲା। ଏବେ ଟେକ୍ନୋଲୋଜିର ସମୟ ହୋଇଥିବାରୁ ଅଧିକରୁ ଅଧିକ ଟେଲିଫୋନ ଟାୱାର ନିର୍ମାଣର ଆବଶ୍ୟକତା ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ୩୦୯୩ ଗାଁରେ ୪୮୩ଟି ଟେଲିଫୋନ ଟାୱାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି। ସେଥିରୁ ୧୫୮ ଟାୱାରର ନିର୍ମାଣ ଶେଷ ହୋଇଛି। ଅବଶିଷ୍ଟ ୩୨୫ଟି ଟାୱାର ୧୦ଟି ଜିଲାରେ ନିର୍ମାଣ ହେବ। ଏହାଛଡ଼ା ଆଉ ୧୦୦ ଟେଲିଫୋନ ଟାୱାର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି। ସରକାରୀ କାର୍ଯ୍ୟାଳୟ ଉପରେ ମଧ୍ୟ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି।
ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଭ୍ୟ ରମେଶ ଚନ୍ଦ୍ର ବେହେରା ପଚାରିଥିଲେ, ଦଶପଲ୍ଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆଗାଁ, ଗଣିଆ ଓ ଦଶପଲ୍ଲା ବ୍ଲକରେ କେତୋଟି ବିଏସ୍‌ଏନ୍‌ଏଲ ଓ ବେସରକାରୀ ସଂସ୍ଥାର ଟାଓ୍ବାର ସ୍ଥାପନ କରାଯାଇଛି। କେଉଁ ସ୍ଥାନରେ ଟାଓ୍ବାର ପ୍ରତିଷ୍ଠା ପାଇଁ କ’ଣ ବ୍ୟବସ୍ଥା କରାଯାଇଛି। ମନ୍ତ୍ରୀ କହିଲେ, ଗଣିଆ ବ୍ଲକର ଛାମୁଣ୍ଡିଆ ପଞ୍ଚାୟତରେ ଜିଓ ତରଫରୁ ଓ ଦଶପଲ୍ଲା ବ୍ଲକର ଚଢ଼େୟାପଲ୍ଲୀ, କଳସଖମଣ ଓ ଘୁଗୁଡିପଡ଼ା ପଞ୍ଚାୟତରେ ବିଏସ୍‌ଏନ୍‌ଏଲ୍‌ ଓ ଜିଓ ତରଫରୁ ମୋବାଇଲ ଟାଓ୍ବାର ସ୍ଥାପନ ଲାଗି ବ୍ୟବସ୍ଥା ହୋଇଥିଲା। ସେଥିରୁ ଚଢ଼େୟାପଲ୍ଲୀ, କଳସଖମଣ ଓ ଘୁଗୁଡିପଡ଼ା ପଞ୍ଚାୟତରେ ଟାଓ୍ବାର ସ୍ଥାପନ କରାଯାଇଛି। ବିଜେଡି ସଭ୍ୟ ନୃସିଂହ ସାହୁ, ଭାଜପା ସଭ୍ୟ ସନାତନ ବିଜୁଳି, ବିଜେଡି ସଭ୍ୟ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ମୋବାଇଲ ଟାଓ୍ବାର ନ ଥିବା ଗ୍ରାମରେ ଟାଓ୍ବାର ବସାଇବାକୁ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ମୋବାଇଲ ଟାଓ୍ବାର ନିର୍ମାଣ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ। ମୋବାଇଲ ସେବା ସଂଯୋଗ ପାଇଁ ପ୍ରତି ୬ ମାସରେ ଥରେ ଏ ନେଇ ବୈଠକ ହେଉଛି। ନିକଟରେ କ୍ୟାବିନେଟ୍‌ରେ ଡିମ୍‌ଡ ଟୁ ବି ଆପ୍ରୁଭ୍‌କୁ ଅନୁମୋଦନ କରାଯାଇଛି। ସରକାରୀ କୋଠାରେ ଟାଓ୍ବାର ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଘରୁ ପଳାଇ ଆସିଥିଲେ: ରାଜଧାନୀ ନିକଟ ଫାର୍ମ ହାଉସରୁ ମିଳିଲା ପ୍ରଫେସରଙ୍କ ଝିଅଙ୍କ ମୃତଦେହ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଜେଇଇରେ ଭଲ କରି ନ ଥିବାରୁ ଗୁରୁବାରଠାରୁ ଘରୁ ପଳାଇ ଆସିଥିଲେ ଝିଅ। ଶୁକ୍ରବାର ଏକ ଫାର୍ମ ହାଉସ୍‌ ପୋଖରୀରୁ ତାଙ୍କ ମୃତଦେହ ମିଳିଛି।...

ସୁନ୍ଦରଗଡ଼, ଯାଜପୁର ଜିଲାକୁ ୫ କୋଟି

ଭୁବନେଶ୍ୱର,୨୩ା୭(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା ପାଇଁ ସୁନ୍ଦରଗଡ଼ ଓ ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ...

ରାଜ୍ୟରେ ଆଜି ଚିହ୍ନଟ ହେଲେ ୯୦୨ କରୋନା ଆକ୍ରାନ୍ତ: ମୋଟ ସଂଖ୍ୟା ୩,୦୭,୯୦୬କୁ ବୃଦ୍ଧି

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫୨୩ଟି କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୩୭୯ ଲୋକାଲ କେସ୍‌ ରହିଛି। ନୂଆ...

ଏନ୍‌ଇଇଟି ପାଇଁ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧ା୯ (ବ୍ୟୁରୋ)-ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଏନ୍‌ଇଇଟି ପରୀକ୍ଷା ପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୪ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ।...

ଆନ୍ଧ୍ର ମୁହାଁଇଲା ବାତ୍ୟା : ୨୩ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଅସାନିି ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା...

୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବମିଖାଲ ଅଞ୍ଚଳର ୧୫ ଚିହ୍ନଟ

ଭୁବନେଶ୍ୱର,୫।୪(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ରବିବାର ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ଜଣେ ଚିହ୍ନଟ ହୋଇଥିବା ବେଳେ ରାତିରେ ଆଉ ୧୫ଜଣଙ୍କ ରିପୋର୍ଟ...

ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି...

‘ଗଣମାଧ୍ୟମ ମୁହଁରେ କଳା ବୋଳିଲେ’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ଫେକ୍‌ ଭିଡିଓ ଭାଇରାଲ ନେଇ ଓଟିଭି ସାମ୍ବାଦିକଙ୍କୁ ପୋଲିସ ଉଠାଇନେଇ ଜେରା କରିବା ପରେ ଟୁଇଟର...

Advertisement
Archives

Model This Week