ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ରୁ ୧୦ କୋଟି କରିବାକୁ ଦାବି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। କୋଭିଡ୍‌ ପରେ ସବୁ ଦରଦାମ୍‌ ବଢ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଉନ୍ନୟନ ପାଣ୍ଠିକୁ ୧୦ କୋଟିକୁ ବୃଦ୍ଧି କରାଯାଉ। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ବିଧାୟକ ପାଣ୍ଠି ବୃଦ୍ଧି କରିବାକୁ ଦାବି କରିଛନ୍ତି। ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ବିଜେଡି ସଭ୍ୟ ସଞ୍ଜୀବ ମଲ୍ଲିକ ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ଆମ ରାଜ୍ୟରେ ବିଧାୟକ ପାଣ୍ଠି ୨ କୋଟି ଟଙ୍କା ଥିବାବେଳେ ଅନ୍ୟ ରାଜ୍ୟରେ ଏହା କେତେ ଅଛି। ଯଦି ଅନ୍ୟ ରାଜ୍ୟର ବିଧାୟକ ପାଣ୍ଠି ଆମ ରାଜ୍ୟଠାରୁ ଅଧିକ, ତେବେ ଏହାକୁ ୨ରୁ ୩ କୋଟି କରିବାକୁ ସରକାର ବ୍ୟବସ୍ଥା କରିବେ କି? ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଲେ ଯେ, ଆମ ରାଜ୍ୟରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୨୦୨୦-୨୧ଠାରୁ ପ୍ରତି ନିର୍ବାଚନମଣ୍ଡଳୀ ପିଛା ବାର୍ଷିକ ୧ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଛି। ୧୯୯୭-୯୮ରେ ଏହା ୫ ଲକ୍ଷରୁ ଆରମ୍ଭ କରାଯାଇଥିଲା। ଏହା ସମୟକ୍ରମେ ବଢ଼ି ୩ କୋଟିରେ ପହଞ୍ଚତ୍ଛି। ବିଭିନ୍ନ ପ୍ରକାର ଜରୁରୀ ଭିତ୍ତିଭୂମିର ଉନ୍ନତି ପାଇଁ ନିର୍ବାଚନମଣ୍ଡଳୀ ପିଛା ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ଲାଗି ୫୦ ଲକ୍ଷ ଦିଆଯାଉଛି। ମୂଳ ପ୍ରଶ୍ନକର୍ତ୍ତା ଅତିରିକ୍ତ ପ୍ରଶ୍ନରେ କହିଛନ୍ତି ଯେ, ରାଜ୍ୟର ବଡ଼ ବଡ଼ ମନ୍ଦିରଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁରହିଛି। ମାତ୍ର ଗାଁଗୁଡ଼ିକରେ ଥିବା ଛୋଟ ଛୋଟ ମନ୍ଦିରର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ୍‌ ପଡୁଛି। ସେଥିପାଇଁ ସାଧାରଣ ଖର୍ଚ୍ଚ ୨ କୋଟି ବଦଳରେ ୩ କୋଟି କରାଯାଉ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଯେହେତୁ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିଧାୟକ ପାଣ୍ଠି ୫ କୋଟି ରହିଛି ତେଣୁ ଆମ ରାଜ୍ୟରେ ମଧ୍ୟ ଏହାକୁ ୩ରୁ ୧୦ କୋଟିକୁ ବୃଦ୍ଧି କରାଯାଉ। ସରସ୍ବତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ରାସ୍ତାଘାଟ ନିର୍ମାଣ, କୋଭିଡ୍‌ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଧାର୍ଯ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରାଯାଉ ବୋଲି ଦାବି କରିଥିଲେ। ବିଧାୟକ ଲତିକା ପ୍ରଧାନ, ଭାସ୍କର ମଢ଼େଇ, ପ୍ରମୋଦ ମଲ୍ଲିକ ପ୍ରମୁଖ ବିଧାୟକ ଉନ୍ନୟନ ପାଣ୍ଠି ବଢ଼ାଇବାକୁ ଦାବି କରିଥିଲେ। ମନ୍ତ୍ରୀ କହିଛନ୍ତି, ବିଧାୟକମାନେ ଜେନେରାଲ ଫଣ୍ଡରୁ ନେଇ ଖର୍ଚ୍ଚ କରିପାରିବେ। ଉନ୍ନୟନ ପାଣ୍ଠି ବଢ଼ାଇବା ଲାଗି ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆବଶ୍ୟକ ହେଲେ ଆଗାମୀ ଦିନରେ ବିଚାରବିମର୍ଶ କରି ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri