ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି। ପୃଥିବୀରେ ଏହି ବିନଷ୍ଟି ପଛରେ ବହୁ କାରଣ ମଧ୍ୟରୁ ମଣିଷର ଭୂମିକା ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାର ସୂଚନା ମିଳିସାରିଛି । ଆଶ୍ଚର୍ଯ୍ୟର କଥା ଯେ, ଅତୀତ ସଭ୍ୟତାର ମଣିଷମାନେ ଏବର ସଭ୍ୟତାର ମଣିଷଙ୍କଠାରୁ ଜ୍ଞାନ ଓ ବିଜ୍ଞାନରେ ଯଥେଷ୍ଟ ଉନ୍ନତ, ଦକ୍ଷ, କୁଶଳୀ ଓ ପାରଦର୍ଶୀ ଥିଲେ। ବିଡମ୍ବନାର ବିଷୟ, ସେମାନଙ୍କର ଏହି ଉନ୍ନତ ଜ୍ଞାନକୌଶଳ ଓ ପାରଦର୍ଶିତା ହିଁ ସେମାନଙ୍କର ବିନଷ୍ଟିର ପ୍ରଧାନ କାରଣ ଥିଲା।
ତିବ୍ବତ ଓ ଗୋବି ମରୁଭୂମି ପରି ଅଞ୍ଚଳଗୁଡ଼ିକରେ ଏକ ଉନ୍ନତ ସଭ୍ୟତାର ଧ୍ୱଂସାବଶେଷରେ ପରମାଣୁ ବିସ୍ଫୋରଣ ଜନିତ ଧୂଳି ଓ ଅବଶେଷର ନମୁନାସବୁ ଆମ ସମାଜ ଚିନ୍ତକମାନଙ୍କ ବିଚାରରେ ଏକ ବିରାଟ ପରିବର୍ତ୍ତନ ଆଣିଛି । ଏକଦା ସଭ୍ୟତାର ଶିଖରରେ ପହଞ୍ଚିଥିବା ସେହି ଅଞ୍ଚଳ ଓ ସମୟର ମଣିଷମାନେ ପରସ୍ପରକୁ କ୍ଷତି ପହୁଞ୍ଚାଇବାକୁ ଯାଇ ସମୂହ ବିନାଶର ଶିକାର ହୋଇଥିଲେ ।
ଅଧୁନା ସମସ୍ତ ବୈଜ୍ଞାନିକ,ଦାର୍ଶନିକ, ସମାଜ ବିଜ୍ଞାନୀ ଓ ଆଧ୍ୟାତ୍ମିକ ଜୀବନରେ ବିଶ୍ୱାସୀ ମଣିଷମାନେ ସପ୍ତମଥର ପାଇଁ ଏହି ପୃଥିବୀ ଓ ମାନବ ସଭ୍ୟତାକୁ ଧ୍ବଂସର ଭଉଁରି ଭିତରୁ ରକ୍ଷା କରିବା ପାଇଁ ସତତ ଚେଷ୍ଟିତ। ସୃଜନ ଓ ବିନାଶର ଦ୍ୱନ୍ଦ୍ୱ ଯୁଦ୍ଧରେ ଅବତୀର୍ଣ୍ଣ ଆଜିର ମାନବ ସମାଜ। ସାମ୍ପ୍ରତିକ ବିଶ୍ୱ ଦୃଶ୍ୟପଟରେ ଅର୍ଜୁନମାନଙ୍କ ଅପେକ୍ଷା ଅଶ୍ୱତ୍ଥମାମାନଙ୍କର ପ୍ରବଳ ପ୍ରଭାବ। ଚେଷ୍ଟାକରି ମଧ୍ୟ ବିଜ୍ଞାନରୂପୀ ବ୍ରହ୍ମାସ୍ତ୍ରର ପ୍ରୟୋଗକୁ ଏମାନେ ନିୟନ୍ତ୍ରଣ କରିପାରୁନାହାନ୍ତି। କାରଣ ମଣିଷର ଚେତନା ଭିତରେ ସୂକ୍ଷ୍ମରୂପରେ ରାବଣର ଅହମିକା, କଂସର ଆସ୍ଫାଳନ, ହିରଣ୍ୟକଶିପୁର ଈଶ୍ୱରଶୂନ୍ୟ ଜଗତର ପରିକଳ୍ପନା ଏକ ଅସହାୟ ଓ ବିକଳ ସ୍ଥିତିରେ ପହଞ୍ଚାଇଛି ଆଜିର ସଭ୍ୟ, ବିକଶିତ ସମାଜର ମଣିଷଙ୍କୁ।
ଅଧୁନା ସମଗ୍ର ବିଶ୍ୱ ନୂତନ ବ୍ୟାଧି, ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆକସ୍ମିକ ଦୁର୍ଘଟଣାଜନିତ ମୃତ୍ୟୁ ଭୟ ଦ୍ୱାରା ଯେତେ ସଂକ୍ରମିତ ନୁହେଁ ତଜ୍ଜନିତ ଆଶଙ୍କା ଓ କାଳ୍ପନିକ ଭାବନାରେ ଅଧିକ ଭୟଭୀତ। ଜନସାଧାରଣଙ୍କ ମନରେ ଉଙ୍କିମାରୁଛି ବିଗତ ବିଶ୍ୱଯୁଦ୍ଧର ଧ୍ବଂସ, ପରମାଣୁ ବିଭୀଷିକା ଓ କରୋନା ପରି ମହାମାରୀର ଭୟଙ୍କର ଯନ୍ତ୍ରଣାଦାୟକ ସ୍ମୁତି ସବୁ । ସତରେ କ’ଣ କରୋନା ପରି ଆହୁରି ଏକାଧିକ ଅନାଗତ ସଙ୍କଟମାନ ମାଡି ଆସୁଛନ୍ତି ମଣିଷ ସମାଜର ସାମ୍ପ୍ରତିକ ସ୍ଥିତି ଉପରକୁ!
ବିଶ୍ୱର କୋଣ ଅନୁକୋଣରେ ଭବିଷ୍ୟ ଦ୍ରଷ୍ଟାମାନଙ୍କର ଭବିଷ୍ୟବାଣୀକୁ ଶୁଣି ସାଧାରଣ ମଣିଷ ମନରେ ଛନକାପଶେ। ପୁଣି ହେବକି ଲକ୍‌ଡାଉନ? ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ଉଜୁଡି ଯିବକି ଗାଁ ଓ ସହରସବୁ? ଏହିପରି ଅଗଣିତ ପ୍ରଶ୍ନ ଓ ସନ୍ଦେହର କୁହେଳିକାରେ ଆକ୍ରାନ୍ତ ସମଗ୍ର ବିଶ୍ୱର ସାଧାରଣ ନାଗରିକ ସମୂହ। ଏହିପରି ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟ ଏବଂ ବିକଟ ସମସ୍ୟା ଓ ତା’ର କାରଣଗୁଡିକୁ ସଫଳତାର ସହ ମୁକାବିଲା କରିବାକୁ ହେବ ସବୁ ଦେଶର ସରକାର ଓ ସବୁବର୍ଗର ନାଗରିକମାନଙ୍କୁ । କିନ୍ତୁ କେମିତି, କିପରି ଓ କେଉଁ ସାହାଯ୍ୟର ଅବଲମ୍ବନରେ?
ଏହାର ଉତ୍ତରରେ କାନରେ ଗୁଞ୍ଜରି ଉଠେ ଆପ୍ତ ବାକ୍ୟଟିଏ, ଯାହା ଦିନେ ଓଡ଼ିଶା ପରି ବଣ ମୁଲକର ଆଦିବାସୀ ସନ୍ଥ ସାଧକ-କବିଟିର ଭାବ ବିହ୍ବଳିତ ଗୀତରେ, ଭାବରେ ଓ ସରଳ ଜୀବନର ଅପୂର୍ବ ଛନ୍ଦରେ ପ୍ରତିଧ୍ୱନିତ ହେଉଥିଲା ପ୍ରତିଟି ମୁହୂର୍ତ୍ତରେ :
” ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ “
ବୋଧହୁଏ ସମଗ୍ର ବିଶ୍ୱ ବୁଝି ପାରିଥିଲା ସେହି ମହନୀୟ ବାଣୀର ମର୍ମାର୍ଥ ଯେଉଁଥିପାଇଁ ପୃଥିବୀର ସବୁ ଦେଶ, ଜାତି, ବର୍ଣ୍ଣ, ଧର୍ମ ଓ ଦର୍ଶନକୁ ପ୍ରତିନିଧିତ୍ୱ କରୁଥିବା ଜାତିସଂଘର ଫଳକରେ ଝଲମଲ କରୁଛି କବି-ପ୍ରାଣର ସ୍ବର୍ଣ୍ଣିମ ଆତ୍ମଲିପି । ସେହି ସରଳ ଭକ୍ତିଗୀତରେ ସତେଅବା ଏ ଆଧୁନିକ ମଣିଷର ବିପର୍ଯ୍ୟସ୍ତ-ଜୀବନ ଓ ଧ୍ବଂସମୁଖୀ ପୃଥିବୀର ପୁନର୍ଜାଗରଣ ତଥା ଚେତନାର ସମ୍ପୂର୍ଣ୍ଣ ରୂପାନ୍ତରର ସମସ୍ତ ସୂତ୍ର ନିହିତ।
ଏବର ପୃଥିବୀର ମଣିଷ ସମାଜରେ ଯେତେସବୁ ଧ୍ବଂସର ଉପାଦାନ ସେ ସମସ୍ତ ମନୁଷ୍ୟକୃତ ଓ କ୍ରମଶଃ ବହୁଗୁଣିତ। ଏହିପରି ନକାରାତ୍ମକ ଚିନ୍ତା ଓ ଚେତନାରୁ ନିବୃତ୍ତ ହେବାଲାଗି ମଣିଷ ଆଗରେ ଭାରତର ପ୍ରାଚୀନ ଋଷିଟିର ପବିତ୍ର ଅନୁଭବର ସୂତ୍ରଟିଏ ସଦାସର୍ବଦା ସଭିଙ୍କ ମାର୍ଗ ଦର୍ଶନ କରେ: ”ସଂ ଗଛ ଧ୍ବଂ, ସଂ ବଦଧ୍‌ମ, ସଂ ବୋ ମନାଂସୀ ଜାନତାମ……“ ଅର୍ଥାତ ହାତ ଧରାଧରି ହୋଇ ବଞ୍ଚିଲେ ”ଜୀବନ ହେବ ସହଜ,ସରଳ। ସବୁକିଛି ଭଲ ଲାଗିବ।
ଆଉ ଜମା କାହାକୁ ଡର ଲାଗିବ ନାହିଁ।
ଏପରିକି ମୃତ୍ୟୁକୁ ବି! କାରଣ ମୁଁ ଗଲା ପରେ ମୋ ପାଇଁ ସେ ତ ଅଛି। ଯେଉଁ ଦିନ ଜଣେ ମଣିଷ ଆଉ ଜଣେ ମଣିଷକୁ ଏହିପରି ଭଲପାଇବ, ବିଶ୍ୱାସ କରିବ, ବାହୁରେ ବାହୁ ଛନ୍ଦି ଜୀବନର ଗୀତ ଗାଇବ:“ ”କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର!“, ”ମରିତେ ଚାଇନା ଆମି ଏହି ସୁନ୍ଦର ଭୁବନେ“ ”ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ“, ”କହ ମୋତେ ଥରେ ଏ ବିଶାଳ ଚିତ୍ର କେଉଁ ଶିଳ୍ପୀ ସରଜିଲା, କେଉଁ ତୂଳୀରେ ସେ ଏତେ ରଙ୍ଗ ନେଇ କଉଶଳେ ରଙ୍ଗେଇଲା“ , ସେହିଦିନ ସତରେ ମଣିଷ ଏହି ଧୂଳି ମଳିର ମାଟିକୁ କରିଦେବ ସ୍ବର୍ଗ, ମାଟି-ବୈକୁଣ୍ଠ। ପୁଣି ସବୁ ଭଲ ଲାଗିବ। ଅନ୍ଧାର ବାଟ ଛାଡ଼ି ଦେବ ଆଲୁଅକୁ। ଅନ୍ଧାର କ’ଣ ଆଉ ଡରାଇ ପାରିବ ଆମକୁ? ମୃତ୍ୟୁ ବନ୍ଦ କରିପାରିବକି ଜୀବନର ଜୟଯାତ୍ରା। ଆମେ ଆଲୋକ ପଥର ଯାତ୍ରୀ। ଆମେ ଅମୃତର ସନ୍ତାନ।

ନିମାଇଁ ପଟ୍ଟନାୟକ

ଅଧ୍ୟାପକ, ଚାନ୍ଦବାଲି,
ମୋ: ୭୦୦୮୨୦୯୨୭୯

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?