Posted inଖେଳ

ଅବସର ନେବେ ଚିଗୁମ୍ବୁରା

ରାଓ୍ବଲପିଣ୍ଡି:ପାକିସ୍ତାନ ବିପକ୍ଷ ଚଳିତ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ଏଲଟନ୍‌ ଚିଗୁମ୍ବୁରା। ତାଙ୍କ ଦେଶର କ୍ରିକେଟ ବୋର୍ଡ ଶନିବାର ଏହି ସୂଚନା ଦେଇଛି। ଜିମ୍ବାଓ୍ବେର ଏହି ଭେଟେରାନ କ୍ରିକେଟରଙ୍କ କ୍ୟାରିୟର ୨୦୦୪ରେ ଆରମ୍ଭ ହୋଇଥିଲା। ତାଙ୍କର ଦୀର୍ଘ ୧୬ ବର୍ଷ କ୍ୟାରିୟରର ଅବସାନ ଘଟିବାକୁ ଯାଉଛି। ୩୪ ବର୍ଷୀୟ ଚିଗୁମ୍ବୁରା ତାଙ୍କ ବିଦାୟକାଳୀନ ସିରିଜ ପୂର୍ବରୁ ୧୪ ଟେଷ୍ଟ, ୨୧୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୫୪ ଅନ୍ତର୍ଜାତୀୟ ଟି୨୦ ଖେଳିସାରିଛନ୍ତି। ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ଏହି ଅଲରାଉଣ୍ଡର ଅବସର ନିଷ୍ପତ୍ତି ନେଇଥିବା ଜିମ୍ବାଓ୍ବେ କ୍ରିକେଟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ପୂର୍ବରୁ ଚିଗୁମ୍ବୁରା ୫୭୬୧ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିବାବେଳେ ୧୩୮ ଉଇକେଟ ନେଇ ସାରିଥିଲେ। ତନ୍ମଧ୍ୟରେ ତାଙ୍କର ୨ଟି ଶତକ ଏବଂ ୨୬ ଅର୍ଦ୍ଧଶତକ ସାମିଲ ରହିଛି। ଅନ୍ତର୍ଜାତୀୟ ସ୍ତରରେ ସେ ତାଙ୍କ ଦଳର ୮୦ ଥର (୬୨ ଦିନିକିଆ ଓ ୧୮ ଟି୨୦) ଅଧିନାୟକତ୍ୱ କରିଛନ୍ତି। ଗ୍ରାଣ୍ଟ ଫ୍ଲାଓ୍ବାରଙ୍କ ପରେ ସେ ଜିମ୍ବାଓ୍ବେର ଦ୍ୱିତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଦିନିକିଆରେ ୪୦୦୦ ରନ ସହ ୧୦୦ ଉଇକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୭ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ରେ ତାଙ୍କ ଦଳର ସ୍ମରଣୀୟ ବିଜୟରେ ଚିଗୁମ୍ବୁରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କ ୩ ଓଭର ବୋଲିଂରେ ମାତ୍ର ୨୦ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଚିଗୁମ୍ବୁରା ୨୦୦୨ ଓ ୨୦୦୪ରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ଦଳର ପ୍ରତିନିଧିତ୍ୱ କରିଥିଲେ। ସେ ୨୦୧୧ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ରେ ମଧ୍ୟ ଖେଳିଥିଲେ। ଏହି ଟୁର୍ନାମେଣ୍ଟର ୨୦୧୫ ସଂସ୍କରଣରେ ସେ ତାଙ୍କ ଦଳର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

କଳାଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୮।୬: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସୋମବାର ଅପରାହ୍ନରେ ପୁଣିଥରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ କାଳବୈଶାଖୀ ମାଡ଼ି…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ…

‘ତୁରନ୍ତ ବନ୍ଦ ହେଉ ଗୁଳିବିନିମୟ’, ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ!

ନୂଆଦିଲ୍ଲୀ, ୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଇସ୍ରାଏଲ ଏବଂ ଇରାନକୁ ଆକ୍ରମଣ ବନ୍ଦ କରିବାକୁ ଆହୱାନ କରିଛନ୍ତି। ଟ୍ରମ୍ପ ଟ୍ରୁଥ ସେସିଆଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri