Posted inଖେଳ

ଅବସର ନେବେ ଚିଗୁମ୍ବୁରା

ରାଓ୍ବଲପିଣ୍ଡି:ପାକିସ୍ତାନ ବିପକ୍ଷ ଚଳିତ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ଏଲଟନ୍‌ ଚିଗୁମ୍ବୁରା। ତାଙ୍କ ଦେଶର କ୍ରିକେଟ ବୋର୍ଡ ଶନିବାର ଏହି ସୂଚନା ଦେଇଛି। ଜିମ୍ବାଓ୍ବେର ଏହି ଭେଟେରାନ କ୍ରିକେଟରଙ୍କ କ୍ୟାରିୟର ୨୦୦୪ରେ ଆରମ୍ଭ ହୋଇଥିଲା। ତାଙ୍କର ଦୀର୍ଘ ୧୬ ବର୍ଷ କ୍ୟାରିୟରର ଅବସାନ ଘଟିବାକୁ ଯାଉଛି। ୩୪ ବର୍ଷୀୟ ଚିଗୁମ୍ବୁରା ତାଙ୍କ ବିଦାୟକାଳୀନ ସିରିଜ ପୂର୍ବରୁ ୧୪ ଟେଷ୍ଟ, ୨୧୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୫୪ ଅନ୍ତର୍ଜାତୀୟ ଟି୨୦ ଖେଳିସାରିଛନ୍ତି। ବାରମ୍ବାର ଆଘାତଜନିତ ସମସ୍ୟାରେ ରହିବା ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ଏହି ଅଲରାଉଣ୍ଡର ଅବସର ନିଷ୍ପତ୍ତି ନେଇଥିବା ଜିମ୍ବାଓ୍ବେ କ୍ରିକେଟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ପୂର୍ବରୁ ଚିଗୁମ୍ବୁରା ୫୭୬୧ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିବାବେଳେ ୧୩୮ ଉଇକେଟ ନେଇ ସାରିଥିଲେ। ତନ୍ମଧ୍ୟରେ ତାଙ୍କର ୨ଟି ଶତକ ଏବଂ ୨୬ ଅର୍ଦ୍ଧଶତକ ସାମିଲ ରହିଛି। ଅନ୍ତର୍ଜାତୀୟ ସ୍ତରରେ ସେ ତାଙ୍କ ଦଳର ୮୦ ଥର (୬୨ ଦିନିକିଆ ଓ ୧୮ ଟି୨୦) ଅଧିନାୟକତ୍ୱ କରିଛନ୍ତି। ଗ୍ରାଣ୍ଟ ଫ୍ଲାଓ୍ବାରଙ୍କ ପରେ ସେ ଜିମ୍ବାଓ୍ବେର ଦ୍ୱିତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଦିନିକିଆରେ ୪୦୦୦ ରନ ସହ ୧୦୦ ଉଇକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୭ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ରେ ତାଙ୍କ ଦଳର ସ୍ମରଣୀୟ ବିଜୟରେ ଚିଗୁମ୍ବୁରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କ ୩ ଓଭର ବୋଲିଂରେ ମାତ୍ର ୨୦ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଚିଗୁମ୍ବୁରା ୨୦୦୨ ଓ ୨୦୦୪ରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ଦଳର ପ୍ରତିନିଧିତ୍ୱ କରିଥିଲେ। ସେ ୨୦୧୧ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ରେ ମଧ୍ୟ ଖେଳିଥିଲେ। ଏହି ଟୁର୍ନାମେଣ୍ଟର ୨୦୧୫ ସଂସ୍କରଣରେ ସେ ତାଙ୍କ ଦଳର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri