Posted inଜାତୀୟ

ଆକ୍ସନରେ ମୁଖ୍ୟ ବିଚାରପତି, ପ୍ରଥମଦିନରେ ୯୦୦ ଆବେଦନକୁ କଲେ ସୂଚିବଦ୍ଧ

ନୂଆଦିଲ୍ଲୀ,୨୯ ।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର କାର୍ଯ୍ୟଭାର ଗ୍ରହଣ କରିବେ ଜଷ୍ଟିଶ ୟୁ ୟୁ ଲଳିତ । ପ୍ରଥମଦିନରେ ହିଁ ସେ ୯୦୦ରୁ ଅଧିକ ଆବେଦନକୁ ସୂଚିବଦ୍ଧ କରି ଏକ ପ୍ରଭାବଶାଳୀ ପ୍ରଦର୍ଶନ ନିର୍ଦ୍ଧାରିତ କରିଛନ୍ତି । ଏହି ଆବେଦନରେ କର୍ନାଟକର ହିଜାବ ବିବାଦ, କେରଳର ଖବରଦାତା ସିଦ୍ଦିକି କପ୍ପନଙ୍କ ଜାମିନ, ଗୌତମ ନବଲଖା ସମେତ ଅନେକ ମାମଲା ସାମିଲ ଅଛି । ସୂଚନାଯୋଗ୍ୟ, ଜଷ୍ଟିଶ ୟୁୟୁ ଲଳିତଙ୍କର ସୋମବାର ସିଜେଆଇ ଭାବେ ପ୍ରଥମ କାର୍ଯ୍ୟ ଦିବସ ରହିଛି । ସେ ଶନିବାର ଦେଶର ୪୯ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ । ହେଲେ ଶନିବାର ଓ ରବିବାର କୋର୍ଟ କାର୍ଯ୍ୟ ବନ୍ଦ ରହୁଥିବାରୁ ସୋମବାର ତାଙ୍କର ପ୍ରଥମ କାର୍ଯ୍ୟ ଦିବସ ରହିଛି ।
ରୋଷ୍ଟର ଭାବେ ସିଜେଆଇ ୧୫ ବେଞ୍ଚରେ ପ୍ରତ୍ୟେକକୁ ପ୍ରାୟ ୬୦ଟି ମାମଲା ଅର୍ଥାତ୍ ପାଖାପାଖି ୯୦୦ ମାମଲାର ଶୁଣାଣି ହେବ । ଏହି ଆବେଦନ ଲାଗି ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ୨୭୦ ମିନିଟ ସମୟ ମିଳିବ । ଏହାର ଅର୍ଥ ହେଉଛି ଗୋଟିଏ ମାମାଲା ପାଇଁ ୪ ମିନିଟରୁ ସାମାନ୍ୟ ଅଧିକ ସମୟ ମିଳିବ । ଏହି ସମୟ ମଧ୍ୟରେ ଆବେନକାରୀଙ୍କ ଓକିଲଙ୍କୁ ବିଚାରପତିଙ୍କୁ ବୁଝାଇବାକୁ ପଡିବ ଯେ ସେ ଏହି ଆବେଦନର ବିଚାର କାହିଁକି କରିବାକୁ ଚାହୁଁଛନ୍ତି, ବିପରିତ ପକ୍ଷରୁ ଜବାବ ମାଗିବା ଦରକାର ଓ ମଧ୍ୟବର୍ତ୍ତିକାଳିନ ସମୟ ବି ଦେବା ଦରକାର । ଜଷ୍ଟିଶ ଏମଆର ଶାହଙ୍କ ଅନୁଗାମୀ ବେଞ୍ଚକୁ ସବୁଠାରୁ ଅଧିକ ୬୫ ଆବେଦନ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri