Posted inଜାତୀୟ

ଆକ୍ସନରେ ମୁଖ୍ୟ ବିଚାରପତି, ପ୍ରଥମଦିନରେ ୯୦୦ ଆବେଦନକୁ କଲେ ସୂଚିବଦ୍ଧ

ନୂଆଦିଲ୍ଲୀ,୨୯ ।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସୋମବାର କାର୍ଯ୍ୟଭାର ଗ୍ରହଣ କରିବେ ଜଷ୍ଟିଶ ୟୁ ୟୁ ଲଳିତ । ପ୍ରଥମଦିନରେ ହିଁ ସେ ୯୦୦ରୁ ଅଧିକ ଆବେଦନକୁ ସୂଚିବଦ୍ଧ କରି ଏକ ପ୍ରଭାବଶାଳୀ ପ୍ରଦର୍ଶନ ନିର୍ଦ୍ଧାରିତ କରିଛନ୍ତି । ଏହି ଆବେଦନରେ କର୍ନାଟକର ହିଜାବ ବିବାଦ, କେରଳର ଖବରଦାତା ସିଦ୍ଦିକି କପ୍ପନଙ୍କ ଜାମିନ, ଗୌତମ ନବଲଖା ସମେତ ଅନେକ ମାମଲା ସାମିଲ ଅଛି । ସୂଚନାଯୋଗ୍ୟ, ଜଷ୍ଟିଶ ୟୁୟୁ ଲଳିତଙ୍କର ସୋମବାର ସିଜେଆଇ ଭାବେ ପ୍ରଥମ କାର୍ଯ୍ୟ ଦିବସ ରହିଛି । ସେ ଶନିବାର ଦେଶର ୪୯ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ । ହେଲେ ଶନିବାର ଓ ରବିବାର କୋର୍ଟ କାର୍ଯ୍ୟ ବନ୍ଦ ରହୁଥିବାରୁ ସୋମବାର ତାଙ୍କର ପ୍ରଥମ କାର୍ଯ୍ୟ ଦିବସ ରହିଛି ।
ରୋଷ୍ଟର ଭାବେ ସିଜେଆଇ ୧୫ ବେଞ୍ଚରେ ପ୍ରତ୍ୟେକକୁ ପ୍ରାୟ ୬୦ଟି ମାମଲା ଅର୍ଥାତ୍ ପାଖାପାଖି ୯୦୦ ମାମଲାର ଶୁଣାଣି ହେବ । ଏହି ଆବେଦନ ଲାଗି ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ୨୭୦ ମିନିଟ ସମୟ ମିଳିବ । ଏହାର ଅର୍ଥ ହେଉଛି ଗୋଟିଏ ମାମାଲା ପାଇଁ ୪ ମିନିଟରୁ ସାମାନ୍ୟ ଅଧିକ ସମୟ ମିଳିବ । ଏହି ସମୟ ମଧ୍ୟରେ ଆବେନକାରୀଙ୍କ ଓକିଲଙ୍କୁ ବିଚାରପତିଙ୍କୁ ବୁଝାଇବାକୁ ପଡିବ ଯେ ସେ ଏହି ଆବେଦନର ବିଚାର କାହିଁକି କରିବାକୁ ଚାହୁଁଛନ୍ତି, ବିପରିତ ପକ୍ଷରୁ ଜବାବ ମାଗିବା ଦରକାର ଓ ମଧ୍ୟବର୍ତ୍ତିକାଳିନ ସମୟ ବି ଦେବା ଦରକାର । ଜଷ୍ଟିଶ ଏମଆର ଶାହଙ୍କ ଅନୁଗାମୀ ବେଞ୍ଚକୁ ସବୁଠାରୁ ଅଧିକ ୬୫ ଆବେଦନ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?