ଏନ୍‌ଡିଟିଭି: ଚିନ୍ତାରେ ବିଦେଶୀ ଗଣମାଧ୍ୟମ

ଓ୍ବାଶିଂଟନ: ଏସିଆର ଧନିକ ବ୍ୟବସାୟୀ ଗୌତମ ଆଦାନୀ ଏନ୍‌ଡିଟିଭି (ନ୍ୟୁ ଦିଲ୍ଲୀ ଟେଲିଭିଜନ୍‌)ର ୨୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ଖବର ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ବିଦେଶୀ ମିଡିଆ ସଂସ୍ଥାସବୁ ଭାରତୀୟ ଗଣମାଧ୍ୟମ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଖାଲି ଭାରତ ନୁହେଁ ବିଭିନ୍ନ ବୈଦେଶିକ ଗଣମାଧ୍ୟମ ଏବେ ବିଲିୟନେୟାର ବ୍ୟବସାୟୀଙ୍କ କବଳରେ। ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ ଆମେରିକାର ଆଗଧାଡ଼ି ଗଣମାଧ୍ୟମ ସଂସ୍ଥା ଓ୍ବାଶିଂଟନ୍‌ ପୋଷ୍ଟର ମାଲିକ ଅଟନ୍ତି। ଆଦାନୀ ଘରୋଇ ଟିଭି ଚ୍ୟାନେଲ୍‌ର ଅଂଶଧନ କିଣିବା ଭାରତୀୟ ଗଣମାଧ୍ୟମ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ହେଡିଂ ଦେଇଥିଲା ଓ୍ବାଶିଂଟନ୍‌ ପୋଷ୍ଟ।
ଖାଲି ଓ୍ବାଶିଂଟନ ପୋଷ୍ଟ ନୁହେଁ ବରଂ ଦ ଗାର୍ଡିଆନ୍‌ ଭଳି ବୈଦେଶିକ ଗଣମାଧ୍ୟମ ଏପ୍ରକାର ଖବର ପ୍ରକାଶନ କରିଛନ୍ତି। ଭାରତୀୟ ଟିଭି ଚ୍ୟାନେଲ୍‌କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏ ପ୍ରକାର ଆଲୋଚନା ହେବା ବିରଳ। ସାରା ବିଶ୍ୱ ଆଦାନୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ବାବଦରେ ଜାଣିଛନ୍ତି। କିନ୍ତୁ ମୋଦି ସରକାର ଓ ଏନ୍‌ଡିଟିଭି ମଧ୍ୟରେ ଥିବା ତିକ୍ତପୂର୍ଣ୍ଣ ସମ୍ପର୍କ କାହାରିକୁ ଅଛପା ନାହିଁ। ମୋଦି ସରକାରଙ୍କ ନୀତିକୁ ସବୁବେଳେ ସମାଲୋଚନା କରୁଥିବା ଏହି ଘରୋଇ ଟିଭି ଚ୍ୟାନେଲରେ ମୋଦିଙ୍କ ମିତ୍ରଙ୍କ ହସ୍ତକ୍ଷେପ ହୁଏତ ଖବରର ମାନକୁ ବଦଳାଇଦେବ ବୋଲି ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ଯେଉଁଥି ପାଇଁ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଆଦାନୀ ଏନ୍‌ଡିଟିଭିର ଅଂଶଧନ କିଣିବା ନେଇ ଚ୍ୟାନେଲର ସଂସ୍ଥାପକ ରାଧିକା ଏବଂ ପ୍ରଣୟ ରାୟ ଜାଣି ନ ଥିବା କହିଛନ୍ତି। ଏଭଳି ସ୍ଥିତିରେ ଆଦାନୀ ଗ୍ରୁପ୍‌ ଏହି ଚ୍ୟାନେଲର ଆଉ ୨୬ % ଅଂଶଧନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।
କଂଗ୍ରେସ ଶାସନ କାଳରେ ଏହି ଘରୋଇ ଗଣମାଧ୍ୟମ ଚ୍ୟାନେଲ ମିଛ ଖବର ପ୍ରସାରଣ କରିବା ସହ ବିଭିନ୍ନ ପାକିସ୍ତାନୀ ସଂଗଠନର ସମର୍ଥନରେ ଏହି ଚ୍ୟାନେଲ ଉଭା ହୋଇଥିବା ଆଉ କିଛି ବିଦେଶୀ ଗଣମାଧ୍ୟମ ଦାବି କରିଛନ୍ତି। ଶ୍ରୀଲଙ୍କାରେ ଏବେ ସଙ୍କଟାପନ୍ନ ସ୍ଥିତି ଜାରି ଥିବାବେଳେ ପ୍ରଧାନମନ୍ତ୍ରୀ ରାଜପାକ୍ସେଙ୍କୁ ଶ୍ରୀଲଙ୍କା ଛାଡ଼ି ଯିବାରେ ଭାରତ ପ୍ରାଇଭେଟ୍‌ ଜେଟ୍‌ ପଠାଇଥିବା ଖବର ଏନ୍‌ଡିଟିଭିରେ ପ୍ରକାଶ ପାଇଥିଲା। କିନ୍ତୁ କିଛି ସମୟ ପରେ ଚ୍ୟାନେଲ ଏହି ଖବରଟିକୁ ଡିଲିଟ୍‌ କରି ଦେଇଥିବା କଥା ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ୍‌ ହେଉଛି ଉଗ୍ର, ୫୦ ଭାରତୀୟ ଅଧିକାରୀଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ପରାମର୍ଶ…

କାବୁଲ,୧୧।୭: ଆଫଗାନିସ୍ତାନର କାନ୍ଧାହାର ସ୍ଥିତ ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦ ଜଣ ଭାରତୀୟ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କବାଦୀ...

ରୁଷିଆ ସୀମାରେ ୟୁକ୍ରେନ୍‌ ସୈନ୍ୟ

କିଭ୍‌/ମସ୍କୋ, ୧୬ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା...

ପ୍ଲାଷ୍ଟିକ୍‌କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି

ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ...

ଭୋ ଭାନ୍‌ ଥୋଙ୍ଗ ଭିଏଟ୍‌ନାମ ରାଷ୍ଟ୍ରପତି

ହାନୋଇ, ୩।୩:ଭୋ ଭାନ୍‌ ଥୋଙ୍ଗ୍‌ ଗୁରୁବାର ଭିଏଟ୍‌ନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍‌ଙ୍କୁ ରାଷ୍ଟ୍ରପତି...

ପୁଣି ଆମେରିକାରେ ଗୁଳିକାଣ୍ଡ: ୭ ମୃତ

କାଲିଫର୍ନିଆ,୨୪।୧: ଆମେରିକାର କାଲିଫର୍ନିଆରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ଗୁଳିକାଣ୍ଡର ଦୁଇଟି ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ହାଫ୍‌...

ଆନ୍ଥୋନୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ମେଲବୋର୍ନ, ୨୧।୫ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି...

ହଠାତ୍‌ ୟୁକ୍ରେନରେ ପହଞ୍ଚିଲେ ଆମେରିକାର ଫାଷ୍ଟ ଲେଡି

କ୍ୱିଭ୍‌,୮।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ ରବିବାର ହଠାତ୍‌ ପଶ୍ଚିମ ୟୁକ୍ରେନରେ ପହଞ୍ଚତ୍ଛନ୍ତି। ଏଠାରେ ସେ ୟୁକ୍ରେନ...

ପାକିସ୍ତାନରେ ରନ୍ଧନ ଗ୍ୟାସ ସଙ୍କଟ, ପ୍ଲାଷ୍ଟିକ୍‌ ବ୍ୟାଗରେ ଗ୍ୟାସ ଭରୁଛନ୍ତି ଲୋକେ..

.ଇସଲାମାବାଦ,୧।୧ : ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗୋଟିଏ ପଟେ ବୈଦେଶିକ ମୁଦ୍ରା ସଂରକ୍ଷଣର ଅଭାବ ରହିଛି ଏବଂ ଅନ୍ୟ ପଟେ...

Advertisement
Archives

Model This Week