ଏନ୍‌ଡିଟିଭି: ଚିନ୍ତାରେ ବିଦେଶୀ ଗଣମାଧ୍ୟମ

ଓ୍ବାଶିଂଟନ: ଏସିଆର ଧନିକ ବ୍ୟବସାୟୀ ଗୌତମ ଆଦାନୀ ଏନ୍‌ଡିଟିଭି (ନ୍ୟୁ ଦିଲ୍ଲୀ ଟେଲିଭିଜନ୍‌)ର ୨୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ଖବର ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି। ବିଦେଶୀ ମିଡିଆ ସଂସ୍ଥାସବୁ ଭାରତୀୟ ଗଣମାଧ୍ୟମ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଖାଲି ଭାରତ ନୁହେଁ ବିଭିନ୍ନ ବୈଦେଶିକ ଗଣମାଧ୍ୟମ ଏବେ ବିଲିୟନେୟାର ବ୍ୟବସାୟୀଙ୍କ କବଳରେ। ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ ଆମେରିକାର ଆଗଧାଡ଼ି ଗଣମାଧ୍ୟମ ସଂସ୍ଥା ଓ୍ବାଶିଂଟନ୍‌ ପୋଷ୍ଟର ମାଲିକ ଅଟନ୍ତି। ଆଦାନୀ ଘରୋଇ ଟିଭି ଚ୍ୟାନେଲ୍‌ର ଅଂଶଧନ କିଣିବା ଭାରତୀୟ ଗଣମାଧ୍ୟମ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ହେଡିଂ ଦେଇଥିଲା ଓ୍ବାଶିଂଟନ୍‌ ପୋଷ୍ଟ।
ଖାଲି ଓ୍ବାଶିଂଟନ ପୋଷ୍ଟ ନୁହେଁ ବରଂ ଦ ଗାର୍ଡିଆନ୍‌ ଭଳି ବୈଦେଶିକ ଗଣମାଧ୍ୟମ ଏପ୍ରକାର ଖବର ପ୍ରକାଶନ କରିଛନ୍ତି। ଭାରତୀୟ ଟିଭି ଚ୍ୟାନେଲ୍‌କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏ ପ୍ରକାର ଆଲୋଚନା ହେବା ବିରଳ। ସାରା ବିଶ୍ୱ ଆଦାନୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ବାବଦରେ ଜାଣିଛନ୍ତି। କିନ୍ତୁ ମୋଦି ସରକାର ଓ ଏନ୍‌ଡିଟିଭି ମଧ୍ୟରେ ଥିବା ତିକ୍ତପୂର୍ଣ୍ଣ ସମ୍ପର୍କ କାହାରିକୁ ଅଛପା ନାହିଁ। ମୋଦି ସରକାରଙ୍କ ନୀତିକୁ ସବୁବେଳେ ସମାଲୋଚନା କରୁଥିବା ଏହି ଘରୋଇ ଟିଭି ଚ୍ୟାନେଲରେ ମୋଦିଙ୍କ ମିତ୍ରଙ୍କ ହସ୍ତକ୍ଷେପ ହୁଏତ ଖବରର ମାନକୁ ବଦଳାଇଦେବ ବୋଲି ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ଯେଉଁଥି ପାଇଁ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଆଦାନୀ ଏନ୍‌ଡିଟିଭିର ଅଂଶଧନ କିଣିବା ନେଇ ଚ୍ୟାନେଲର ସଂସ୍ଥାପକ ରାଧିକା ଏବଂ ପ୍ରଣୟ ରାୟ ଜାଣି ନ ଥିବା କହିଛନ୍ତି। ଏଭଳି ସ୍ଥିତିରେ ଆଦାନୀ ଗ୍ରୁପ୍‌ ଏହି ଚ୍ୟାନେଲର ଆଉ ୨୬ % ଅଂଶଧନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।
କଂଗ୍ରେସ ଶାସନ କାଳରେ ଏହି ଘରୋଇ ଗଣମାଧ୍ୟମ ଚ୍ୟାନେଲ ମିଛ ଖବର ପ୍ରସାରଣ କରିବା ସହ ବିଭିନ୍ନ ପାକିସ୍ତାନୀ ସଂଗଠନର ସମର୍ଥନରେ ଏହି ଚ୍ୟାନେଲ ଉଭା ହୋଇଥିବା ଆଉ କିଛି ବିଦେଶୀ ଗଣମାଧ୍ୟମ ଦାବି କରିଛନ୍ତି। ଶ୍ରୀଲଙ୍କାରେ ଏବେ ସଙ୍କଟାପନ୍ନ ସ୍ଥିତି ଜାରି ଥିବାବେଳେ ପ୍ରଧାନମନ୍ତ୍ରୀ ରାଜପାକ୍ସେଙ୍କୁ ଶ୍ରୀଲଙ୍କା ଛାଡ଼ି ଯିବାରେ ଭାରତ ପ୍ରାଇଭେଟ୍‌ ଜେଟ୍‌ ପଠାଇଥିବା ଖବର ଏନ୍‌ଡିଟିଭିରେ ପ୍ରକାଶ ପାଇଥିଲା। କିନ୍ତୁ କିଛି ସମୟ ପରେ ଚ୍ୟାନେଲ ଏହି ଖବରଟିକୁ ଡିଲିଟ୍‌ କରି ଦେଇଥିବା କଥା ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ବୈଠକ ପୂର୍ବରୁ CJP ନେତାଙ୍କୁ ଉଠାଇନେଲା ପୋଲିସ; ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ୍ ଦୀପକେ, କହିଲେ…

ଗୁଆହାଟୀ,୨୭।୯: କକ୍ରୋଚ୍ ଜନତା ପାର୍ଟି (CJP)ର କୋ-ଫାଉଣ୍ଡର ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍‌କୁ ଆସାମ ପୋଲିସ ଅଟକ ରଖିଥିବା ନେଇ ଆଶୁତୋଷ ନିଜେ ସୂଚନା ଦେଇଛନ୍ତି…

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?