ପ୍ରତିଶ୍ରୁତିରେ ଅଟକିଛି ଲେଖନପୁର ଆଡ଼ିବନ୍ଧ ନିର୍ମାଣ

ଖୋର୍ଦ୍ଧା ଅଫିସ,୨୯ା୮: ଖୋର୍ଦ୍ଧା ବ୍ଲକରେ ବନ୍ୟା ତାଣ୍ଡବ ରଚିଥିଲା। ପାଣି ଛାଡ଼ିବା ପରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ବନ୍ୟାପାଣି ଘେରରେ ଥିବା ବିପନ୍ନ ପରିବାରଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗ୍ରାମବାସୀ ବନ୍ୟାକଷ୍ଟକୁ ଭୁଲି ନିଜ କାମରେ ଲାଗିଲେଣି। ତେବେ ଫସଲ ହାନିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଏକର ଏକର ବିଲରେ ବନ୍ୟା ମାଡ଼ି ଚାଷଜମି ପ୍ରଭାବିତ ହୋଇଥିଲା। ଏବେ ବି ବିଲରେ ପାଣି ଜମିଛି। ଫଳରେ ଖରିଫ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଚଳିତ ଲଘୁଚାପ ବର୍ଷା ଓ ବନ୍ୟାରେ ୯ଟି ବ୍ଲକ ଅଧୀନ ୮୨ ପଞ୍ଚାୟତର ୨୪୩ ଗ୍ରାମର ପ୍ରାୟ ୧୦ ହଜାର ୯୬୩ ହେକ୍ଟର ଫସଲ ନଷ୍ଟ ହୋଇଛି। ସେଥିମଧ୍ୟରୁ ୧୦ ହଜାର ୬୫୦ ହେକ୍ଟର ଧାନ ଏବଂ ୩୧୨ ହେକ୍ଟର ଅଣଧାନ(ପନିପରିବା) ନଷ୍ଟ ହୋଇଥିବା ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଏହା ୩ଦିନ ଚାଲିବ। ଅନ୍ୟପକ୍ଷରେ ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ ଲେଖନପୁର ନିକଟରେ ଆଡ଼ିବନ୍ଧ ନିର୍ମାଣ ସ୍ବପ୍ନ ପାଲଟିଥିବାରୁ ପ୍ରତିବର୍ଷ ଏଭଳି ବନ୍ୟା ସମସ୍ୟାର ସାମ୍ନା କରିବାକୁ ପଡୁଛି ବୋଲି ଚାଷୀମାନେ କହିଛନ୍ତି।
ଯେ, ବନ୍ୟାରେ ଖୋର୍ଦ୍ଧା ବ୍ଲକ ଅଧୀନ ଓବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ରାୟପୁର, କୃଷ୍ଣପୁର, ଲେଖନପୁର, ତେନ୍ତୁଳମୁହଁ, ମଣାଣିଆ, ଧବଳପୁର, ବଳପୁର ଓରମୀ, ହାଡ଼ପଦା, ଶରଧାପୁର ପ୍ରଭୃତି ଗ୍ରାମ ପ୍ରଭାବିତ ହୋଇଥିଲା। ବନ୍ୟାଜଳ ମାଡ଼ି ଫସଲ ସବୁ ନଷ୍ଟ ହୋଇଛି ବୋଲି ଡିହଖଳାର ଚାଷୀ ପରମାନନ୍ଦ ଛୋଟରାୟ କହିଛନ୍ତି। ଚାଷଜମିରୁ ବନ୍ୟାଜଳ ନ ଖସିବାରୁ ଦୁର୍ଦ୍ଦଶା ବଢ଼ାଇଛି। କିଏ ଏକର ତ ଆଉ କେହି ମାଣେ ଜମିରେ ଧାନଚାଷ କରିଥିଲେ। ୩ମାସ ଧରି ଜମିରେ ଦିନ ରାତି ଏକ କରି ଧାନ ରୋଇଥିଲେ। ତେବେ ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡ଼ି ସବୁ ଉଜୁଡ଼ିଗଲା। ଧାନକେଣ୍ଡା ମୂଳରୁ ନଇ ଭାଙ୍ଗିଯାଇଥିବା ବେଳେ ପଚିଶଢି ଯାଇଛି। ଅନେକ ଚାଷୀ ଧାରକରଜ କରି ଓ ସମିତିରୁ ଋଣ ନେଇ ଚାଷ କାର୍ଯ୍ୟ କରିଥିଲେ। ଆଶା କରିଥିଲେ, ଫସଲ ଭଲ ହେଲେ ଋଣ ଶୁଝିଦେବେ। ଏପରି ସ୍ବପ୍ନ ଦେଖିଥିବା ଅନେକ ଚାଷୀଙ୍କ ଆଶା ଏବେ ଧୂଳିସାତ ହୋଇଯାଇଛି। ଚାଷୀ କଂଗ୍ରେସ ମାର୍ଥା କହିଚନ୍ତି, ଗତବର୍ଷ ବନ୍ୟାଜଳ ମାଡ଼ି ଫସଲ ନଷ୍ଟ ହୋଇଥିଲା। କ୍ଷତିଭରଣା ହୋଇ ନ ଥିବା ବେଳେ ଚଳିତ ବର୍ଷ ପୁଣି ଫସଲ ସବୁ ଧୋଇଯାଇଛି। ଆଉ କିଛି ନାହିଁ। କ’ଣ ଖାଇବୁ, କିପରି ଚଳିବୁ ସେଇ କଥା ଭାବୁଛୁ। ସେହିପରି ଚାଷୀ ସର୍ବେଶ୍ୱର ମାର୍ଥା କହିନ୍ତି, ଆମ ଅଞ୍ଚଳ ପାଇଁ ରାଜୁଆ ନଦୀ ଦୁଃଖ ପାଲଟିଛି। ମୋ’ ପିଲାବେଳୁ ଏ ସମସ୍ୟା ଦେଖିଆସୁଛି। ପ୍ରତିବର୍ଷ ଖରିଫ ଋତୁ ଆସିଲେ ସ୍ଥାନୟୀ ପ୍ରତିକାର ପାଇଁ ପ୍ରଶାସନକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବିପତ୍ର ଦିଆଯାଉଛି। ପ୍ରତିଶ୍ରୁତି ମିଳୁଛି ହେଲେ କାର୍ଯ୍ୟକାରୀ ନାହିଁ। ଶରଧାପୁର, ଲେଖନପୁର ନିକଟରେ ଏକ ଆଡିବନ୍ଧ ନିର୍ମାଣ ସ୍ବପ୍ନ କେବଳ ସ୍ବପ୍ନରେ ରହିଯାଇଛି। ଚାଷୀ ସୁରେନ୍ଦ୍ର ବଳିଆରସିଂ କହିଛନ୍ତି, ଚାଜେମିରୁ ସମ୍ପୂର୍ଣ୍ଣ ପାଣି ଛାଡ଼ିବାକୁ ଆହୁରି କିଛି ଦିନ ସମୟ ଲାଗିବ। ପାଣିି ଜମି ରହିବା ଯୋଗୁ ଧାନଗଛ ପଚି ନଷ୍ଟ ହୋଇଯାଇଛି। ପ୍ରତିବର୍ଷ ହୀରାକୁଦ ଗେଟ୍‌ ଖୋଲିଲେ, ରାଜୁଆ ନଦୀର ପଛୁଆ ପାଣି ଏହି ଗ୍ରାମରେ ପ୍ରବେଶ କରିବା ଦ୍ୱାରା ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ଜରୁରୀ। ଅନ୍ୟପକ୍ଷରେ ଫସଲ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?