ପ୍ରତିଶ୍ରୁତିରେ ଅଟକିଛି ଲେଖନପୁର ଆଡ଼ିବନ୍ଧ ନିର୍ମାଣ

ଖୋର୍ଦ୍ଧା ଅଫିସ,୨୯ା୮: ଖୋର୍ଦ୍ଧା ବ୍ଲକରେ ବନ୍ୟା ତାଣ୍ଡବ ରଚିଥିଲା। ପାଣି ଛାଡ଼ିବା ପରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ବନ୍ୟାପାଣି ଘେରରେ ଥିବା ବିପନ୍ନ ପରିବାରଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗ୍ରାମବାସୀ ବନ୍ୟାକଷ୍ଟକୁ ଭୁଲି ନିଜ କାମରେ ଲାଗିଲେଣି। ତେବେ ଫସଲ ହାନିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଏକର ଏକର ବିଲରେ ବନ୍ୟା ମାଡ଼ି ଚାଷଜମି ପ୍ରଭାବିତ ହୋଇଥିଲା। ଏବେ ବି ବିଲରେ ପାଣି ଜମିଛି। ଫଳରେ ଖରିଫ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଚଳିତ ଲଘୁଚାପ ବର୍ଷା ଓ ବନ୍ୟାରେ ୯ଟି ବ୍ଲକ ଅଧୀନ ୮୨ ପଞ୍ଚାୟତର ୨୪୩ ଗ୍ରାମର ପ୍ରାୟ ୧୦ ହଜାର ୯୬୩ ହେକ୍ଟର ଫସଲ ନଷ୍ଟ ହୋଇଛି। ସେଥିମଧ୍ୟରୁ ୧୦ ହଜାର ୬୫୦ ହେକ୍ଟର ଧାନ ଏବଂ ୩୧୨ ହେକ୍ଟର ଅଣଧାନ(ପନିପରିବା) ନଷ୍ଟ ହୋଇଥିବା ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଏହା ୩ଦିନ ଚାଲିବ। ଅନ୍ୟପକ୍ଷରେ ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ ଲେଖନପୁର ନିକଟରେ ଆଡ଼ିବନ୍ଧ ନିର୍ମାଣ ସ୍ବପ୍ନ ପାଲଟିଥିବାରୁ ପ୍ରତିବର୍ଷ ଏଭଳି ବନ୍ୟା ସମସ୍ୟାର ସାମ୍ନା କରିବାକୁ ପଡୁଛି ବୋଲି ଚାଷୀମାନେ କହିଛନ୍ତି।
ଯେ, ବନ୍ୟାରେ ଖୋର୍ଦ୍ଧା ବ୍ଲକ ଅଧୀନ ଓବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ରାୟପୁର, କୃଷ୍ଣପୁର, ଲେଖନପୁର, ତେନ୍ତୁଳମୁହଁ, ମଣାଣିଆ, ଧବଳପୁର, ବଳପୁର ଓରମୀ, ହାଡ଼ପଦା, ଶରଧାପୁର ପ୍ରଭୃତି ଗ୍ରାମ ପ୍ରଭାବିତ ହୋଇଥିଲା। ବନ୍ୟାଜଳ ମାଡ଼ି ଫସଲ ସବୁ ନଷ୍ଟ ହୋଇଛି ବୋଲି ଡିହଖଳାର ଚାଷୀ ପରମାନନ୍ଦ ଛୋଟରାୟ କହିଛନ୍ତି। ଚାଷଜମିରୁ ବନ୍ୟାଜଳ ନ ଖସିବାରୁ ଦୁର୍ଦ୍ଦଶା ବଢ଼ାଇଛି। କିଏ ଏକର ତ ଆଉ କେହି ମାଣେ ଜମିରେ ଧାନଚାଷ କରିଥିଲେ। ୩ମାସ ଧରି ଜମିରେ ଦିନ ରାତି ଏକ କରି ଧାନ ରୋଇଥିଲେ। ତେବେ ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡ଼ି ସବୁ ଉଜୁଡ଼ିଗଲା। ଧାନକେଣ୍ଡା ମୂଳରୁ ନଇ ଭାଙ୍ଗିଯାଇଥିବା ବେଳେ ପଚିଶଢି ଯାଇଛି। ଅନେକ ଚାଷୀ ଧାରକରଜ କରି ଓ ସମିତିରୁ ଋଣ ନେଇ ଚାଷ କାର୍ଯ୍ୟ କରିଥିଲେ। ଆଶା କରିଥିଲେ, ଫସଲ ଭଲ ହେଲେ ଋଣ ଶୁଝିଦେବେ। ଏପରି ସ୍ବପ୍ନ ଦେଖିଥିବା ଅନେକ ଚାଷୀଙ୍କ ଆଶା ଏବେ ଧୂଳିସାତ ହୋଇଯାଇଛି। ଚାଷୀ କଂଗ୍ରେସ ମାର୍ଥା କହିଚନ୍ତି, ଗତବର୍ଷ ବନ୍ୟାଜଳ ମାଡ଼ି ଫସଲ ନଷ୍ଟ ହୋଇଥିଲା। କ୍ଷତିଭରଣା ହୋଇ ନ ଥିବା ବେଳେ ଚଳିତ ବର୍ଷ ପୁଣି ଫସଲ ସବୁ ଧୋଇଯାଇଛି। ଆଉ କିଛି ନାହିଁ। କ’ଣ ଖାଇବୁ, କିପରି ଚଳିବୁ ସେଇ କଥା ଭାବୁଛୁ। ସେହିପରି ଚାଷୀ ସର୍ବେଶ୍ୱର ମାର୍ଥା କହିନ୍ତି, ଆମ ଅଞ୍ଚଳ ପାଇଁ ରାଜୁଆ ନଦୀ ଦୁଃଖ ପାଲଟିଛି। ମୋ’ ପିଲାବେଳୁ ଏ ସମସ୍ୟା ଦେଖିଆସୁଛି। ପ୍ରତିବର୍ଷ ଖରିଫ ଋତୁ ଆସିଲେ ସ୍ଥାନୟୀ ପ୍ରତିକାର ପାଇଁ ପ୍ରଶାସନକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବିପତ୍ର ଦିଆଯାଉଛି। ପ୍ରତିଶ୍ରୁତି ମିଳୁଛି ହେଲେ କାର୍ଯ୍ୟକାରୀ ନାହିଁ। ଶରଧାପୁର, ଲେଖନପୁର ନିକଟରେ ଏକ ଆଡିବନ୍ଧ ନିର୍ମାଣ ସ୍ବପ୍ନ କେବଳ ସ୍ବପ୍ନରେ ରହିଯାଇଛି। ଚାଷୀ ସୁରେନ୍ଦ୍ର ବଳିଆରସିଂ କହିଛନ୍ତି, ଚାଜେମିରୁ ସମ୍ପୂର୍ଣ୍ଣ ପାଣି ଛାଡ଼ିବାକୁ ଆହୁରି କିଛି ଦିନ ସମୟ ଲାଗିବ। ପାଣିି ଜମି ରହିବା ଯୋଗୁ ଧାନଗଛ ପଚି ନଷ୍ଟ ହୋଇଯାଇଛି। ପ୍ରତିବର୍ଷ ହୀରାକୁଦ ଗେଟ୍‌ ଖୋଲିଲେ, ରାଜୁଆ ନଦୀର ପଛୁଆ ପାଣି ଏହି ଗ୍ରାମରେ ପ୍ରବେଶ କରିବା ଦ୍ୱାରା ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ଜରୁରୀ। ଅନ୍ୟପକ୍ଷରେ ଫସଲ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri