Posted inଫୁରସତ

କାଜୁ ଭଳି ଅଣ୍ଡା ଦେଉଛି କୁକୁଡ଼ା

ଅଣ୍ଡାର ଆକାର କେମିତି ସମସ୍ତେ ଜାଣନ୍ତି। ଏମିତି କି ଅଣ୍ଡାର ଆକାର ଅନୁସାରେ ହିଁ ଅଣ୍ଡାକୃତିର ନାମକରଣ ବି ହୋଇଛି। ହେଲେ ଏଇ କିଛିଦିନ ହେବ ଭିନ୍ନ ଏକ ଆକୃତିର ଅଣ୍ଡା ଦେଉଥିବା ଏକ କୁକୁଡ଼ା ବେଶ୍‌ ଚର୍ଚ୍ଚାରେ ଅଛି। କହିବାକୁ ଗଲେ ସେ ସେଲିବ୍ରିଟି ପାଲଟିଯାଇଛି। ବହୁ ଦୂରରୁ ଲୋକ ତାକୁ ଦେଖିବାକୁ ଆସୁଛନ୍ତି ଓ ତା’ସହ ସେଲ୍ଫି ଉଠାଉଛନ୍ତି। ଏହି ଅଜବ ଘଟଣା କର୍ନାଟକର ଲୈଲା ଗ୍ରାମରେ ଘଟିଛି। ଏଠାକାର ପ୍ରଶାନ୍ତ ନାମକ ବ୍ୟକ୍ତି କିଛିଦିନ ହେବ କୁକୁଡା ପାଳନ ଆରମ୍ଭ କରିଛନ୍ତି। ତେବେ ତାଙ୍କ କୁକୁଡା ମଧ୍ୟରେ କଳାରଙ୍ଗର ଏକ କୁକୁଡା ଟିକେ ଖାସ୍‌। କାରଣ ସେ ଦେଉଥିବା ଅଣ୍ଡା ସାଧାରଣ ନୁହେଁ। ଏହି ଅଣ୍ଡାଗୁଡିକର ଆକାର ଦେଖିବାକୁ କାଜୁ ପରି। ପ୍ରଶାନ୍ତ ଯେବେ ପ୍ରଥମେ ଏଭଳି ଅଣ୍ଡା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଭାବିଲେ ଆକସ୍ମିକଭାବେ ଥରକ ପାଇଁ ଏଭଳି ଆକାରର ଅଣ୍ଡା କୁକୁଡାଟି ଦେଇଛି। କିନ୍ତୁ ପରେ ଲଗାତର ଭାବେ ସେ ଏଭଳି ଅଣ୍ଡା ଦେବାକୁ ଲାଗିଲା। ପ୍ରାଣୀ ଚିକିତ୍ସକଙ୍କ ମତରେ କୁକୁଡାର ପ୍ରଜନନ ଅଙ୍ଗରେ ବୋଧହୁଏ କିଛି ସମସ୍ୟା ଅଛି, ଯଦ୍ଦ୍ବାରା କୁକୁଡାଟି ଏଭଳି ଅଣ୍ଡା ଦେଉଛି। ତେବେ ଏହି ଘଟଣାଟି ବ୍ୟାପିଯିବା ପରେ କୁକୁଡା ଓ ତା’ର ଅଣ୍ଡା ଦେଖିବାକୁ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri