ସମୟର ଆହ୍ବାନରେ କୋଭିଡ୍‌ ଯୋଦ୍ଧା

ଡ. ମୌସୁମୀ ପରିଡ଼ା

ବିଶ୍ୱର କୋଟି କୋଟି ଲୋକ କରୋନାଜନିତ ଦୁଃସମୟରେ ନାନାପ୍ରକାରର ଅଭାବ ଅନଟନକୁ ନେଇ କାଳାତିପାତ କରୁଛନ୍ତି। କରୋନା ଯୋଦ୍ଧାମାନେ ରାତିଦିନ ଏକ କରି ନିଜ ସହ ନିଜ ଆମତ୍ୀୟ ତଥା ପରିବାରକୁ ବିପଦରେ ପକାଇ ସେବା ପ୍ରଦାନ କରୁଛନ୍ତି। ଗବେଷକମାନେ ରୋଗର ନିଦାନ ପାଇଁ ପ୍ରତିଟି କ୍ଷଣ ନିଜ ବୁଦ୍ଧି ବିଚାର ସହ ସଂଘର୍ଷ କରୁଛନ୍ତି। କୋଟିକୋଟି ଲୋକ ସେମାନଙ୍କ ଜୀବିକା ହରେଇସାରି ନିଃସ୍ବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇସାରିଲେଣି ଯେ କୋଭିଡ୍‌ ଏ ନିକଟରେ ଆମକୁ ଛାଡି ଯିବାର ସମ୍ଭାବନା ନାହିଁ। ପୁଣି ଆଶା ବ୍ୟକ୍ତ କରାଯାଉଛି ଏ ବର୍ଷ ଡିସେମ୍ବର ସୁଦ୍ଧା ବିଭିନ୍ନ କମ୍ପାନୀ ତରଫରୁ ଟିକା ବାହାରିପାରେ। ଏଭଳି ଗୁରୁତର ସ୍ଥିତିରେ ଆମେ ଚଳଚ୍ଚିତ୍ର ନାୟିକା ନାୟକଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରେଇ ମୂଲ୍ୟବାନ୍‌ ସମୟ ଅପଚୟ କରୁଛୁ ସୋସିଆଲ୍‌ ମିଡିଆରେ! ଅଥଚ ପ୍ରକୃତ ନାୟିକା ନାୟକଙ୍କ କଥା ଉହ୍ୟ ହୋଇଯାଉଛି।
କୌଣସି ଘଟଣା, ଦୁର୍ଘଟଣା ଦିନେ, ଦୁଇଦିନ ବା ସପ୍ତାହକ ପରେ ତା’ର ଗୁରୁତ୍ୱ ହରାଏ, ଆମେ କିନ୍ତୁ ସେଇ ଗୋଟେ କଥାକୁ ଘୋଷି ହୋଇ କିଛି ସମ୍ବେଦନଶୀଳ ପ୍ରସଙ୍ଗରୁ ଓହରିଯାଉଛୁ। ରିଲ୍‌ ହିରୋଙ୍କୁ ଗୁରୁତ୍ୱ ଦେଇ ରିଅଲ୍‌ ହିରୋଙ୍କ ଦୁଃଖ ଦୁର୍ଦ୍ଦଶାକୁ ଗୁରୁତ୍ୱହୀନ କରିଦେଉଛୁ। ସଚେତନ ନାଗରିକ ହିସାବରେ ଆମ ଗୁରୁଦାୟିତ୍ୱ ଆମକୁ ବହନ କରିବା ଉଚିତ। ସବୁ ପ୍ରକାରର ସୁଖ ସୁବିଧା ହାସଲ କଲାବେଳେ ଆମ ଭାଗ ଅଧିକ ରହିବା ଉଚିତ ବୋଲି ଦାବି କରୁ। ସମାଜ ଆମଠାରୁ କିଛି ପ୍ରତ୍ୟାଶା କଲାବେଳେ ଠିକ୍‌ ସେହିଭଳି ଆତୁରତା ଆମ ଭିତରେ ପରିଲକ୍ଷିତ ହେବା ଉଚିତ।
ଭାରତରେ ଜନବହୁଳତା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଆଗଧାଡିର ଯୋଦ୍ଧାମାନେ ଅଧିକରୁ ଅଧିକ ପରିମାଣରେ ସଂକ୍ରମିତ ହେଲେଣି। ହଜାର ହଜାର ରୋଗୀଙ୍କୁ ସୁସ୍ଥ କରି ଘରକୁ ପଠାଉଥିବା ସ୍ବାସ୍ଥ୍ୟକର୍ମୀମାନଙ୍କର ଦୁଃଖଦ ମୃତ୍ୟୁ ଖବର ପଢିବାକୁ ମିଳୁଛି। ପ୍ରୋଟୋକଲ୍‌ ଅନୁଯାୟୀ କରୋନା ସଂକ୍ରମିତମାନେ ସଂଗରୋଧରେ ରହିବା ଯୋଗୁ ଅଳ୍ପ ସଂଖ୍ୟକ ଯୋଦ୍ଧାଙ୍କୁ ନେଇ ସ୍ବାସ୍ଥ୍ୟସେବା ଚାଲିଛି। ସେମାନଙ୍କ ଉପରେ ଥିବା ଅତ୍ୟଧିକ କାର୍ଯ୍ୟ ତଥା ମାନସିକ ଚାପ ସେମାନଙ୍କର ସ୍ବାସ୍ଥ୍ୟହାନି ଘଟାଉଛି। ଏଭଳି ହତୋତ୍ସାହିତ ହୋଇ ସେବା କରିବା ବିପଜ୍ଜନକ। କହିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସଚେତନ ନ କରି ଯୋଦ୍ଧାମାନଙ୍କ ଉପରେ ଆବଶ୍ୟକତାଠୁ ଅଧିକ ଚାପ ଲଦିଦେବା କେତେ ନ୍ୟାୟ ସଂଗତ? ସେମାନଙ୍କ ଉପରେ ରାତିଦିନ କାମର ଚାପ। ଯାହାହେଲେ ବି ସେମାନେ ମଣିଷ ତ! ହସ୍ପିଟାଲ୍‌, ୱାର୍ଡ, ବହିର୍ବିଭାଗକୁ ଠିକ୍‌ ଭାବେ ସାନିଟାଇଜ୍‌ କରାଯାଉଛି କି ନାହିଁ, ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟମାନଙ୍କୁ ଆବଶ୍ୟକୀୟ ତଥା ଉଚ୍ଚମାନର ସୁରକ୍ଷା କିଟ୍‌ ମିଳୁଛି କି ନାହିଁ ଏସବୁ ଉପରେ ପ୍ରଶାସନ ଯଥେଷ୍ଟ ଯନତ୍ଶୀଳ ହେବା ଦରକାର। କାରଣ ସେମାନେ ହିଁ ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି ପ୍ରତ୍ୟକ୍ଷ ଭାବେ। ରୋଗୀମାନଙ୍କର ସିଧାସଳଖ ସମ୍ପର୍କରେ ସେହିମାନେ ହିଁ ଆସୁଛନ୍ତି। ସେମାନଙ୍କ ପରିବାର କଥା ଚିନ୍ତା କରାଯିବା ଉଚିତ। ଯେଉଁମାନେ ନିଜ ଜୀବନକୁ ତୁଚ୍ଛ କରି ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି ଏବଂ ଯେଉଁମାନେ ଆମତ୍ୀୟଙ୍କ ବିନା ଘରେ ଦୁଃଖ, ଭୟ ଓ ଏକାକୀପଣ ସହ କାଳାତିପାତ କରୁଛନ୍ତି, ସେମାନଙ୍କ ନିରାପତ୍ତା କଥା ସରକାର ବିଶେଷ ଭାବେ ଭାବିବା ଉଚିତ।
ଦିନକୁ ହଜାର ହଜାର ସ୍ବାବ୍‌ ପରୀକ୍ଷା କରୁଥିବା ଲୋକେ ବି ସଂକ୍ରମିତ। ବର୍ତ୍ତମାନ ଯେଭଳି ଭାବରେ ଏ ରୋଗ ତା’ର କାୟା ମେଲିବାରେ ଲାଗିଛି ଆଗକୁ କେତେଜଣ କରୋନା ଯୋଦ୍ଧା ସଂକ୍ରମିତ ହେବେ ଓ କେତେଜଣ କାମ ଚାପରେ ରହି ନିୟମିତ ଚିକିସତ୍ା ଯୋଗାଇପାରିବେ ଏସବୁ କଥା ଯଦି ସମୟ ଥାଇ ବିଚାର କରା ନ ଯାଏ, ତେବେ ସ୍ବାସ୍ଥ୍ୟସେବା ଗୁରୁତର ସ୍ଥିତିରେ ପହଞ୍ଚିବ। ଜଣେ କରୋନା ଯୋଦ୍ଧା ଶହଶହ ସଂକ୍ରମିତଙ୍କ ଜୀବନ ବଞ୍ଚେଇପାରେ। ଅଥଚ ସେଇ ଜଣକର ଜୀବନକୁ ଆମେ ମୂଲ୍ୟ ଦେବା ନାହିଁ! ଆମର ଭୁଲିଯିବା ଉଚିତ ନୁହେଁ ଯେ ଜଣେ କୋଭିଡ୍‌ ସଂକ୍ରମିତ ରୋଗୀର ପ୍ରସବବେଳେ ଅପରେସନ୍‌ ଥିଏଟର୍‌ରେ ଅତି କମ୍‌ରେ ତିନିଜଣ ଡାକ୍ତର (ପ୍ରସୂତି ବିଭାଗ, ନିଶ୍ଚେତକ ବିଭାଗ, ଆବଶ୍ୟକ ସ୍ଥଳେ ଶିଶୁରୋଗ ବିଭାଗ)ଙ୍କ ସମେତ ଜଣେ ନର୍ସ, ଜଣେ ଆଟେଣ୍ଡାଣ୍ଟ୍‌ ଓ ଜଣେ ସୁଇପର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାନ୍ତି ଅର୍ଥାତ୍‌ ମାଆ ପିଲା ଦୁହିଁଙ୍କ ଜୀବନ ବଞ୍ଚେଇବା ପାଇଁ ଛଅଜଣ କରୋନା ଯୋଦ୍ଧା ସେବା ମନୋଭାବ ନେଇ ନିଜକୁ ଉତ୍ସର୍ଗ କରିଥାନ୍ତି। ଯେଉଁଠି ନିଜ ପରିବାରର ଲୋକେ ବି ସ୍ପର୍ଶ କରନ୍ତି ନାହିଁ ରୋଗୀକୁ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ସମସ୍ତେ ଭୁଲିଯାଆନ୍ତି କିପରି!
ରୋଗୀର ମୃତ୍ୟୁ ହେଲେ ଅବହେଳା ଆଦି ଅନେକ ଅଭିଯୋଗ କରି ଯେତିକି ହଙ୍ଗାମା କରାଯାଏ, ରୋଗୀଟେ ବଞ୍ଚତ୍ଗଲେ ସେତିକି ଜୟଜୟକାର ହୁଏନା। ଏଇଟା ହିଁ ଆମ ମାନସିକତା। ଏସବୁ ଭିତରେ ଆକ୍ରାନ୍ତ ହୋଇ ନିଜ ଜୀବନକୁ ବାଜି ପକେଇ କରୋନା ଯୋଦ୍ଧାମାନେ ଯେପରି ଭାବେ ମୃତ୍ୟୁମୁଖରେ ପଡୁଛନ୍ତି ସେଥିପାଇଁ କାହାକୁ ଦାୟୀ କରିବେ ସେମାନେ। ରୋଗୀମାନଙ୍କଠାରୁ ସଂକ୍ରମଣ ହେଉଥିବ ଭାବି ସେମାନେ ସରକାରୀ ହାସ୍‌ପାତାଳରେ ରୋଗୀସେବା ବନ୍ଦ କରିପାରିବେ ନାହିଁ। ଅଗଷ୍ଟ ଆଠ ତାରିଖର ଖବର ଅନୁସାରେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏଶନ୍‌ (ଆଇଏମ୍‌ଏ) ଆମ ଦେଶରେ ପାଖାପାଖି ଦୁଇଶହ ଡାକ୍ତରଙ୍କ କୋଭିଡ୍‌ଜନିତ ମୃତ୍ୟୁ ଘଟିଛି ବୋଲି କହିସାରିଛି। ଅଧିକରୁ ଅଧିକ ସଂଖ୍ୟାରେ ସେମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏଭଳି ଉଦ୍‌ବେଗଜନକ ସ୍ଥିତିକୁ ଆଖି ଆଗରେ ରଖି ଆଇ.ଏମ୍‌.ଏ. ଡାକ୍ତରମାନଙ୍କ ସମେତ ସେମାନଙ୍କ ପରିବାରକୁ ସ୍ବାସ୍ଥ୍ୟଜନିତ ନିରାପତ୍ତା ଓ ଆର୍ଥିକ ନିରାପତ୍ତା ଦେବାପାଇଁ ଅନୁରୋଧ କରିଛନ୍ତି। ଅନେକ ଜାଗାରେ ଦେଖାଯାଇଛି କରୋନା ସଂକ୍ରମିତ ଡାକ୍ତରଙ୍କ ପାଇଁ ବେଡ୍‌ ନାହିଁ ତ ପୁଣି କେତେବେଳେ ଆବଶ୍ୟକୀୟ ଔଷଧ କିମ୍ବା ଅକ୍ସିଜେନ୍‌ ସିଲିଣ୍ଡରର୍‌ ଅଭାବ। ଏଭଳି ଦୁଃସ୍ଥିତିର ନିରାକରଣ ପ୍ରତି ଧ୍ୟାନଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଆଇ.ଏମ୍‌.ଏ.ର ସେକ୍ରେଟାରୀ ଡାକ୍ତର ଆର୍‌.ଭି. ଅଶୋକନ୍‌ଙ୍କ ମତରେ କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ଡାକ୍ତରମାନଙ୍କ ମରଣଶୀଳତା ବା ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିସାରିଲାଣି। ହସ୍ପିଟାଲ୍‌ଗୁଡିକରେ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ, ସୁଇପର୍‌ ଓ ଅନ୍ୟମାନଙ୍କ ଉପରେ କାମର ଚାପ ସର୍ବାଧିକ। ସେମାନେ ସଂକ୍ରମିତ ହେବାରୁ କାଯର୍‌ୟ ଭାର ଯଥେଷ୍ଟ ବଢିଚାଲିଛି। ଶୋଧନ ପ୍ରକ୍ରିୟା ଯଥେଷ୍ଟ ବୋଲି ପ୍ରତ୍ୟୟ ଜାତ ହେଉନାହିଁ। ପ୍ରଶାସନର ଚାପ ବି ସମୟାନ୍ତରରେ ସେମାନଙ୍କ ମନୋବଳକୁ ଦୁର୍ବଳ କରିପକାଉଛି। ଏଭଳି ପ୍ରତିକୂଳତାରେ ସ୍ବାସ୍ଥ୍ୟସେବା ପ୍ରଦାନ କରିବା କଷ୍ଟକର ନିଶ୍ଚୟ।
ଅନ୍‌ଲକ୍‌ ହେବା ପରେ ଯେଉଁ ଗହଳିକୁ ସେହି ଗହଳି। ଲୋକମାନଙ୍କ ଭିତରେ ପୂର୍ବ ପରି ନା ସଚେତନତା ଅଛି ନା ଅଛି ଭୟ। ବହୁତ ଲୋକ ସୁସ୍ଥ ହେଉଛନ୍ତି ବୋଲି କରୋନା ହେଲେ ସେମାନେ ବି ସୁସ୍ଥ ହୋଇଯିବେ ବୋଲି ସେମାନଙ୍କ ସ୍ପଷ୍ଟୀକରଣ ବାସ୍ତବିକ୍‌ ଦୁଃଖଦାୟକ। ଏପଟେ ଜଣକ ପାଇଁ ପଛେ ଶତାଧିକ ଲୋକ ଓ ଶତାଧିକଙ୍କଠାରୁ ସହସ୍ରାଧିକ ବା ତଦୂର୍ଦ୍ଧ୍ୱ ସଂକ୍ରମିତ ହୁଅନ୍ତୁ, କୋଭିଡ୍‌ ହସ୍ପିଟାଲ୍‌ଗୁଡିକରେ ବେଡ୍‌ ସଂଖ୍ୟା ପଛେ ସରିଯାଉ, କୋଭିଡ୍‌ ଯୋଦ୍ଧାମାନେ ବିପଦକୁ ଆପଣେଇ ରୋଗୀଙ୍କଠାରୁ ସଂକ୍ରମିତ ହୋଇ ନିଜେ ପଛେ ଜୀବନ ହରାନ୍ତୁ ସାଧାରଣ ଜନତାଙ୍କର କିନ୍ତୁ ପରବାୟ ନାହିଁ! ଆମେ ସଚେତନ ହେବାନି କିନ୍ତୁ ସଂକ୍ରମିତ ହୋଇ ଅନ୍ୟକୁ ସଂକ୍ରମିତ କରି ନିଜ କୃତକର୍ମ ପାଇଁ ପଶ୍ଚାତ୍ତାପ ନ କରି ଚିକିତ୍ସାଜନିତ ତ୍ରୁଟି ଜଣେଇ ହୋହଲ୍ଲା କରିବା, ଆରୋପ ଓ ଆରୋପୀଙ୍କୁ ନେଇ ଭିଡିଓ ବନେଇ ସୋସିଆଲ୍‌ ମିଡିଆରେ ତାକୁ ରାଜନୀତିକ ରୂପ ଦେବା ଇତ୍ୟାଦି ସାଧାରଣ କଥା ହୋଇଗଲାଣି।
ଆମ କର୍ତ୍ତବ୍ୟ କ’ଣ ହୋଇପାରେ ଜଣେ ସଚେତନ ମଣିଷ ହିସାବରେ? ଯେଉଁଥିପାଇଁ ଦୁଃସ୍ଥିତିରୁ ନିସ୍ତାର ପାଇବା ସେ ବିଷୟରେ ଚିନ୍ତା ନ କରି ଆଜେବାଜେ କଥାରେ ସମୟ ସାରିବା ହିଁ ସାର ହେଉଛି। ସରକାର ନାକ କାନ ମୋଡିହୋଇ ଖାଲି ଧାଁ ଧପଡ କରୁଥାନ୍ତୁ। ଯେଉଁ ବିଭାଗ କରୋନାଜନିତ ଦୁଃସ୍ଥିତିରେ ରାତିଦିନ ନିଜ ପରିବାରକୁ ପଛରେ ରଖି କାମରେ ଲାଗିପଡିଛନ୍ତି ସେମାନଙ୍କ ମନୋବଳ ଭାଙ୍ଗିଯାଉ ପଛେ ଆମେ କିନ୍ତୁ କରୋନାର ନୀତି ନିୟମ ନ ମାନି ଜୀବନକୁ ଉପଭୋଗ କରୁଥିବା। କେବେ ଥରେ ସେମାନଙ୍କ କଥା ଭାବିବା କିଛିକ୍ଷଣ ପାଇଁ, ସେମାନଙ୍କ ପରିବାର କଥା ଚିନ୍ତା କରିବା କାରଣ ଆମର ବି ପରିବାର ଅଛି, ଜୀବନ ପ୍ରତି ଭୟ ବି ରହିଛି। ସେଥିପାଇଁ ସରକାର ତଥା କୋଭିଡ୍‌ ଯୋଦ୍ଧାଙ୍କୁ ସହଯୋଗ କରି ସମସ୍ତ ନୀତିନିୟମ ପାଳନ କରିବା କାରଣ ଏ ଦୁଃସମୟରେ ସେମାନେ ଆମ ଶକ୍ତି। ତେବେ ଯାଇ ନିଜକୁ ଜଣେ ଲେଖାଏଁ ସଚେତନ ନାଗରିକ ବୋଲି ପ୍ରମାଣିତ କରିପାରିବା ଓ ପ୍ରଶାସନ ତା’ର କର୍ତ୍ତବ୍ୟ ଠିକ୍‌ ରୂପେ ନିର୍ବାହ କରୁଛି ବୋଲି ଭାବିପାରିବା।
ଅଧ୍ୟାପିକା
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?