ଶିକ୍ଷକ ପ୍ରଶିକ୍ଷଣରେ ପରିବର୍ତ୍ତନ ଲୋଡ଼ା

ଡ. ପ୍ରମୋଦ କୁମାର ପଣ୍ଡା

ସଭ୍ୟତାର ଅଭ୍ୟୁଦୟରେ ଶିକ୍ଷା ଏକ ପ୍ରଗତିଶୀଳ ଗାଡ଼ିର ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ବିଦ୍ୟୟା ଅମୃତମ ଅଶ୍ମୁତେ। ଅର୍ଥାତ୍‌ ବିଦ୍ୟା ଦ୍ୱାରା ଅମୃତ ପ୍ରାପ୍ତି କରାଯାଇପାରିବ। ବିଭିନ୍ନ ଯୁଗରେ ମନୀଷୀଗଣଙ୍କ ଦ୍ୱାରା ଏହି ବିଦ୍ୟାର ସଂଜ୍ଞା ନିରୂପଣ କରାଯାଇଛି। ତନ୍ମଧ୍ୟରୁ ଯୁଗପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ସଂଜ୍ଞା ସର୍ବୋତ୍କୃଷ୍ଟ ବୋଲି ସମାଜ ବିବେଚନା କରେ। ସେ କହିଥିଲେ- ଶିକ୍ଷା ତାହା ଅଟେ, ଯାହାଦ୍ୱାରା ବ୍ୟକ୍ତିର ଚରିତ୍ର ନିର୍ମାଣ ହୁଏ, ମନର ଦକ୍ଷତାର ବିକାଶ ହୁଏ, ମେଧା ଶକ୍ତିର ବୃଦ୍ଧି ଘଟେ ଓ ବ୍ୟକ୍ତି ନିଜ ଗୋଡ଼ରେ (ଅର୍ଥାତ୍‌ ଆତ୍ମନିର୍ଭରଶୀଳ ହୋଇଥାଏ) ଠିଆ ହେବାର ସୌଭାଗ୍ୟ ଲାଭ କରେ। ଉତ୍ତମ ଓ ବାସ୍ତବ ଶିକ୍ଷା ସର୍ବଦା ସମାଜକୁ ଆଗକୁ ନେବାରେ ସହାୟକ ହୋଇଥାଏ। ତେଣୁ ଆମ ସମାଜକୁ ସେ ଶିକ୍ଷା ଦେବାର ସମୟ ଆସି ପହଞ୍ଚି ଯାଇଛି। ଶିକ୍ଷାର ଆଉ ଗୋଟିଏ ଦିଗ ହେଉଛି ଏହା ସ୍ଥିର ନୁହେଁ, ଏହା ସର୍ବଦା ଚଳମାନ। ଅର୍ଥାତ୍‌ ସଭ୍ୟତାର ବିଭିନ୍ନ ସୋପାନରେ ପ୍ରାଦ୍ୟୋଗିକ ସ୍ତର ଅନୁସାରେ ଶିକ୍ଷାର ପ୍ରକାର ଓ ସ୍ବରୂପ ନିର୍ଣ୍ଣୟ ହେବା ବାଞ୍ଛନୀୟ। ଏହି ଶିକ୍ଷା ସାଧାରଣତଃ ଶିକ୍ଷକ ମାନଙ୍କ ଦ୍ୱାରା ଛାତ୍ରୀଛାତ୍ରମାନଙ୍କୁ ପ୍ରଦାନ କରାଯାଇଥାଏ। ତେଣୁ ପ୍ରଥମେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ତାଲିମ ଦେଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଏ। ସେଥିପାଇଁ ଆମ ରାଜ୍ୟରେ ଦୁଇ ପ୍ରକାର ଶିକ୍ଷକ ତାଲିମର ବ୍ୟବସ୍ଥା ଅଛି। ପ୍ରାଥମିକ ସ୍ତରରେ ସିଟି ଓ ମାଧ୍ୟମିକ ସ୍ତରରେ ବିଇଡି। ଏହି ଦୁଇ ପ୍ରକାର ଶିକ୍ଷା ତାଲିମ ବ୍ୟବସ୍ଥା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ଆରମ୍ଭ କରାଯାଇଥିଲା। ତେଣୁ ସେ ସମୟରେ ଶିକ୍ଷା ଏବଂ ଶିକ୍ଷକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏହା ପ୍ରସ୍ତୁତ ହୋଇଥିଲା। ସେଥିରେ ବିଭିନ୍ନ ବିଷୟରେ ଦକ୍ଷତା ଅର୍ଜନ ଓ ଶିକ୍ଷାଦାନ କୌଶଳ ହାସଲ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଉଥିଲା । କେଉଁ କୌଶଳରେ ଶିକ୍ଷା ଦେଲେ ଛାତ୍ରୀଛାତ୍ର ଭଲଭାବେ ବୁଝିପାରିବେ ସେ ସବୁ ଉପରେ ବିଶେଷ ଧ୍ୟାନ ଦିଆଯାଉଥିଲା। ସେଥିପାଇଁ ଲେଶନ ପ୍ଲାନ ଓ ପ୍ରାକ୍ଟିକାଲ ଟିଚିଙ୍ଗ ଉପରେ ବେଶି ଗୁରୁତ୍ୱ ଦିଆଯାଉଥିଲା। ମାତ୍ର ବର୍ତ୍ତମାନ ସମୟ ବଦଳି ଯାଇଛି। ତା’ ଛଡ଼ା ପ୍ରାଦ୍ୟୋଗିକ ସ୍ତରରେ ମଧ୍ୟ ଉନ୍ନତି ପରିଲଖିତ ହୋଇଛି। ତା’ ସହିତ ସମାଜ ସମୃଦ୍ଧିରେ ବିଭିନ୍ନ ପ୍ରକାର ଚାଲେଞ୍ଜ ମୁଣ୍ଡ ଟେକି ଉଭା ହୋଇଛି। ନୂଆ ନୂଆ ସମସ୍ୟା ଦେଖାଦେଇଛି। ସୂଚନା ପ୍ରୋଦ୍ୟୋଗିକୀରେ ବୈପ୍ଳବିକ ପରିବର୍ତ୍ତନ ଆସିଛି।
ସମାଜରେ ନୈତିକ ମୂଲ୍ୟବୋଧର ଅଧଃପତନ ଘଟିଛି। ତେଣୁ ଆମର ସିଟି ଓ ବିଇଡି ତାଲିମ ଖସଡ଼ାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ଦେଖାଦେଇଛି। କାରଣ ଜଣେ ଶିକ୍ଷକ ନୂତନ ବ୍ୟବସ୍ଥା ପାଇଁ କୁଶଳୀ ଓ ଦକ୍ଷ ସାବ୍ୟସ୍ତ ହେଲେ ନୂତନ ପିଢିକୁ କୁଶଳୀ ଓ ଦକ୍ଷ କରି ଗଢ଼ି ତୋଳିପାରିବ। ସମାଜରେ ମୁଣ୍ଡ ଟେକିଥିବା ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟରେ ଲିିଙ୍ଗଗତ ପାର୍ଥକ୍ୟ, ବୌଦ୍ଧିକ ସମ୍ପଦ ଅଧିକାର, ସୂଚନା ବିପ୍ଳବ, ସାଇବର ଅପରାଧ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ସୁସ୍ଥ ଓ ପରିଷ୍କାର ପରିବେଶ, ଜଳ ଓ ଶକ୍ତି ସଞ୍ଚୟ, ଜୈବ ବିବିଧତା ସଂରକ୍ଷଣ, ଜୈବିକ କୃଷି, ଧାରଣକ୍ଷମ ବିକାଶ, ଅପମିଶ୍ରିତ ଖାଦ୍ୟ, ସ୍ବାସ୍ଥ୍ୟଗତ ସମସ୍ୟା ଯଥା ମୋଟାପା ଓ ମଧୁମେହ, ବୃଦ୍ଧାବସ୍ଥା ସମସ୍ୟା, ଘରୋଇ ହିଂସା, ଅର୍ଥନୈତିକ ପରିଚାଳନା, ଚାକିରିର ସ୍ବରୂପ ପରିବର୍ତ୍ତନ, ଜାତୀୟତା ବୋଧ, ଚରିତ୍ର ନିର୍ମାଣ, ସଚେତନତା ଓ ସମୟାନୁବର୍ତ୍ତିତାର ଉଦ୍ରେକ, ଛାତ୍ରୀଛାତ୍ରଙ୍କଠାରେ ବହୁ ଭାଷାରେ ପଢ଼ା, ଲେଖା ଓ କଥନ ଦକ୍ଷତା ନିର୍ମାଣ, ପାଠ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର ଯଥା ନାଚ, ସଙ୍ଗୀତ, ଚିତ୍ର, ବକ୍ତୃତା କ୍ଷେତ୍ରରେ ଦକ୍ଷତା ଅର୍ଜନ ଆଦି ବିଭିନ୍ନ ସମସ୍ୟା ମୁଣ୍ଡ ଟେକି ଆମ ସାମ୍‌ନାରେ ଉଭା ହୋଇଛି। ଆମର ଶିକ୍ଷୟିତ୍ରୀ ଶିକ୍ଷକ ଉପରୋକ୍ତ ବିଷୟରେ ଦକ୍ଷ ହେବା ଆବଶ୍ୟକ।
ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଆସନ୍ତାକାଲିର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ହେବାକୁ ପଡ଼ିବ। ସେମାନଙ୍କୁ ଛାତ୍ର, ଅଭିଭାବକ, ଅନ୍ୟ ଶିକ୍ଷକ, ଜନ ପ୍ରତିନିଧି ଓ ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ସେମାନଙ୍କର ପରିଚାଳନା ସମ୍ବନ୍ଧୀୟ ଜ୍ଞାନ କୌଶଳର ଆବଶ୍ୟକତା ମଧ୍ୟ ଅଛି। ସମାଜର ଜଟିଳତା ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରିବାର କଳା ମଧ୍ୟ ନୂତନ ପିଢ଼ିଙ୍କୁ ଶିଖାଇବାକୁ ପଡ଼ିବ। ଶିକ୍ଷକମାନଙ୍କୁ ଏପରି ଛାତ୍ର ତିଆରି କରିବାକୁ ପଡ଼ିବ; ଯଦ୍ଦ୍ବାରା ସେମାନେ ଆସନ୍ତାକାଲି ରାଜ୍ୟ, ଦେଶ ଓ ବିଶ୍ୱର ନେତୃତ୍ୱ ଠିକ୍‌ ଭାବେ ନେଇପାରିବେ । ଉପଯୁକ୍ତ ଶିକ୍ଷକ ପ୍ରଶିକ୍ଷଣ ମାଧ୍ୟମରେ ଆମକୁ ଆମ ଶିକ୍ଷକ ସମାଜର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। ତେଣୁ ସିଟି ବିଇଡି ଶିକ୍ଷକ ତାଲିମ ଖସଡ଼ାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ।
ଅତୀତରେ ଆମ ମାଟିଘର ସ୍କୁଲ (ବିନା ପାଇଖାନା, ଆଲୁଅ, ପରୀକ୍ଷାଗାର, ପିଇବା ପାଣି ଇତ୍ୟାଦି ଇତ୍ୟାଦି) ସମଗ୍ର ଦେଶ ଓ ରାଜ୍ୟରେ ପ୍ରଥମ ହେବା ପାଇଁ ଦକ୍ଷ ଓ କର୍ମଠ ଛାତ୍ରୀଛାତ୍ର ତିଆରି କରିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ସ୍କୁଲ ଘର ପକ୍କା ହୋଇଯାଇଛି, ବିଜୁଳି ଆଲୁଅ, ପାଇଖାନା, ଗବେଷଣାଗାର, ପିଇବା ପାଣି ଇତ୍ୟାଦି ସବୁକିଛି ଅଛି। ମାତ୍ର ସେ ସ୍କୁଲ ଆଜି ଆଦର୍ଶ ଛାତ୍ର ତିଆରି କରିପାରୁନାହିଁ ରାଜ୍ୟ ଓ ଦେଶକୁ ନେତୃତ୍ୱ ଦେବା ପାଇଁ। କାରଣ ଦକ୍ଷ ଶିକ୍ଷକ ନାହାନ୍ତି ଓ ଉତ୍ତମ ଶିକ୍ଷାଦାନ ବି ନାହିଁ। ପ୍ରତିବର୍ଷ ଉତ୍ତମ ଛାତ୍ରୀଛାତ୍ରଙ୍କୁ ଶିକ୍ଷକ ପଦରେ ନିଯୁକ୍ତି ଦେଇ, ଉପଯୁକ୍ତ ଶିକ୍ଷକ ତାଲିମ ଦ୍ୱାରା ସେମାନଙ୍କ ଦକ୍ଷତା ଓ କୁଶଳତା ବୃଦ୍ଧି କଲେ ଯାଇ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ହେବ ଓ ଉତ୍ତମ ଛାତ୍ରୀଛାତ୍ର ସୃଷ୍ଟି ହେବେ; ଯଦ୍ଦ୍ବାରା ଏକ ଆଦର୍ଶ ସମାଜର ପରିକଳ୍ପନା ବାସ୍ତବତାରେ ରୂପାନ୍ତରିତ ହୋଇପାରିବ। ମୁଁ କହୁ ନIହିଁ ଯେ, ପୁରୁଣା ତାଲିମ ଖସଡ଼ାରେ ଯାହା ସବୁ ଅଛି, ସେ ସବୁଗୁଡ଼ିକର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ। ପୁରୁଣା ତାଲିମ ଖସଡ଼ାରୁ ଅନାବଶ୍ୟକ ଅଂଶ ବାଦ ଦେଇ କିମ୍ବା ତା’ ସହିତ ଉପରୋକ୍ତ ବର୍ଣ୍ଣିତ ନୂତନ ବିଷୟକୁ ସ୍ଥାନିତ କରି, ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ଦକ୍ଷତା ବିକାଶ କଲେ, ସେମାନେ ଛାତ୍ରୀଛାତ୍ରମାନଙ୍କର ଜ୍ଞାନର ପରିସୀମାକୁ ବୃଦ୍ଧି କରିବାରେ ସହାୟକ ହେବେ I ଫଳରେ ଆମ ରାଜ୍ୟର ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସ୍ତରରେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ।
ଆମର କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ପାଇଁ ଅଧ୍ୟାପକ ଚୟନ ପରେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରି ପୋଷ୍ଟିଂ କଲେ ପାଠପଢ଼ା ନିଶ୍ଚିତ ଭଲ ହେବ ଓ ନିଶ୍ଚିତ ରୂପେ ସେମାନଙ୍କର ଉତ୍ପାଦକତା ବୃଦ୍ଧି ପାଇବ। ତା’ ଛଡା ଯେଉଁମାନେ ବିଭାଗ ଅଧକ୍ଷ୍ୟ କିମ୍ବା କଲେଜ ଅଧକ୍ଷ୍ୟ ହେଉଛନ୍ତି, ସେମାନକୁ ପରିଚାଳନାଗତ ପ୍ରଶିକ୍ଷଣ ବିନା ପଦାଭିଷେକ କରିବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ବିଭିନ୍ନ ଅନୁଷ୍ଠାନରେ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହୋଇଥାଏ ଓ ଅନୁଷ୍ଠାନଗୁଡ଼ିକ ସମୟୋପଯୋଗୀ ହୋଇ ଅଗ୍ରସର ହୋଇପାରନ୍ତି ନାହିଁ। ତେଣୁ ଓଡ଼ିଶାରେ ଆମେ ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଢ଼ିବାରେ ସକ୍ଷମ ହେଉ ନାହାନ୍ତି।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶ୍ୱର
ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?