ଓଏନ୍‌ଜିସିରେ ପରିବର୍ତ୍ତନ

Dillip Cherian

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ (ଓଏନ୍‌ଜିସି)ରେ ଏବେ ପରିବର୍ତ୍ତନ ହାଓ୍ବା ବହୁଛି। ଗତ ମାସ ପ୍ରାରମ୍ଭରେ ସରକାର ଅରୁଣ କୁମାର ସିଂଙ୍କୁ ଓଏନ୍‌ଜିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ସିଂ ଏହା ପୂର୍ବରୁ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌)ର ମୁଖ୍ୟ ଥିଲେ। ଏହା ପ୍ରଥମ ଘଟଣା, ଯେଉଁଥିରେ ଜଣେ ୬୦ ବର୍ଷୀୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ଉକତ୍ୃଷ୍ଟ ରାଷ୍ଟ୍ରାୟତ୍ତ କମ୍ପାନୀର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସରକାରଙ୍କୁ ବ୍ୟାପକ ପୁନର୍ଗଠନ କରିବା, ତୈଳ ଓ ପ୍ରାକୃତିକ ବାଷ୍ପ ଉପରେ ଧ୍ୟାନ ଦେଇ ନିଷ୍ପତ୍ତି ନେବା ସହ ଅକ୍ଷୟ ଶକ୍ତି ଭଳି ନୂଆ ବିଜ୍‌ନେସ ସନ୍ଧାନ କରିବା ସକାଶେ ପ୍ରେରିତ କରିଛି। ଓଏନ୍‌ଜିସି ଦୁଇଟି ନିର୍ଦ୍ଦେଶକ ପଦକୁ ଏକାଠି କରି ଷ୍ଟ୍ରାଟେଜିି ଆଣ୍ଡ୍‌ କର୍ପୋରେଟ ଆଫେୟାର୍ସ ପାଇଁ ନୂଆ ନିର୍ଦ୍ଦେଶକ ପଦବୀ ଗଠନ କରୁଥିବା ସୂତ୍ରରୁ ଜଣାପଡ଼ିଛି। ପୁନଶ୍ଚ ଅନ୍‌ଶୋର ଓ ଅଫ୍‌ଶୋର ନିର୍ଦ୍ଦେଶକଙ୍କୁ ମିଶାଇ ଏକ ଉପତ୍ାଦ ନିର୍ଦ୍ଦେଶକ( ପ୍ରଡକ୍‌ସନ ଡାଇରେକ୍ଟର) ସୃଷ୍ଟି କରାଯାଇଛି ଏବଂ ଉକ୍ତ ପଦବୀ ମାର୍ଚ୍ଚ ୧, ୨୦୨୩ରୁ କାର୍ଯ୍ୟକାରୀ ହେବ। ଏବକାର ଅଫ୍‌ଶୋର ନିର୍ଦ୍ଦେଶକ ପଙ୍କଜ କୁମାର ନିଯୁକ୍ତ ହେବେ ବୋଲି ଜଣାପଡ଼ିଛି। ପରିଚାଳନାଗତ ସହଯୋଗ ବା ସମନ୍ବୟ ବୃଦ୍ଧିକରିବା ସହ ତୈଳ ଓ ପ୍ରାକୃତିକ ବାଷ୍ପ ଉପତ୍ାଦନ ଉପରେ ଗୁରୁତ୍ୱ ଦେବା ପାଇଁ ଏହିସବୁ ପୁନର୍ଗଠନ କରାଯାଇଛି। ନୂତନ କର୍ପୋରେଟ ଆଫେୟାର୍ସ ଡାଇରେକ୍ଟର ଅକ୍ଷୟ ଶକ୍ତି ପରିଯୋଜନା, ତୈଳ ବିଶୋଧନ ଓ ପେଟ୍ରୋକେମିକାଲ ଏବଂ ଲିକ୍ୱିଫାଇଡ ନ୍ୟାଚୁରାଲ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଆଦି କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେବେ। ଏହାସହ ଉତ୍ତମ ମୂଲ୍ୟରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ର ମାର୍କେଟିଂ ପ୍ରତି ମଧ୍ୟ ନଜର ରଖିବେ। ଏସବୁ କାର୍ଯ୍ୟ ବ୍ୟତୀତ ନୂଆ ନିର୍ଦ୍ଦେଶକ ସୂଚନା ପ୍ରଯୁକ୍ତି, ଯୋଗାଯୋଗ ସେବା, ସୁରକ୍ଷା, ସ୍ବାସ୍ଥ୍ୟ, ପରିବେଶ ଏବଂ ବିଜ୍‌ନେସ୍‌ ବିକାଶ ପାଇଁ ଉତ୍ତରଦାୟୀ ରହିବେ।
ଭବିଷ୍ୟତ ଚିନ୍ତା
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ଶାସନ ଓ ବିକାଶ ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ଗୁରୁତ୍ୱ ଦେବା ପାଇଁ ଅଧିକ ଚେଷ୍ଟା କରୁଛି। ଏଥିପାଇଁ ସରକାରଙ୍କ ପ୍ରଦର୍ଶନ ଉପରେ ବହୁତ କିଛି ନିର୍ଭର କରେ, ଯାହା ଏଯାବତ ଏତେ ଭଲ ରହିନାହିଁ। ଏକାବେଳକେ ହଠାତ ଆଖିଦୃଶିଆ ନୀତିଗତ ଯୋଜନାଗୁଡ଼ିକ ଲାଗୁ କରାଯାଇଥିଲେ ବି ସେଗୁଡ଼ିକ ମନ୍ଥର ହୋଇପଡ଼ିଛି: ଯାହାକୁ ଗତିଶୀଳ କରିବାକୁ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ସମ୍ମିଳନୀରେ ଏହା ଉପରେ ଜୋର୍‌ ଦେଇଥିଲେ। ରାଜ୍ୟଗୁଡ଼ିକର ଭାଗୀଦାରିରେ ଦ୍ରୁତ ଓ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ହାସଲ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ଥିଲା। ମୋଦି ଏହି ସମ୍ମିଳନୀରେ ଦୁଇ ଦିନ ଯୋଗ ଦେବା ସହ ଏହାର ଅଧ୍ୟକ୍ଷତା କରିଥିତ୍ଲେ। ସେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକରୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୨୦୦ ଶୀର୍ଷ ସ୍ତରର ବାବୁ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ମୁଖ୍ୟ ଶାସନସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ପୂର୍ବ ଭଳି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ନ କରି ମୋଦି ଏମାନଙ୍କ ସହିତ କରିବା କେତେଜଣ ପର୍ଯ୍ୟବେକ୍ଷକଙ୍କୁୁ ଆଶ୍ଚର୍ଯ୍ୟ କରିଛି। ସମ୍ମିଳନୀର ବିଷୟବସ୍ତୁଗୁଡ଼ିକ ମଧ୍ୟରେ ରହିଥିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଭିତ୍ତିଭୂମି ଓ ନିବେଶ, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପୋଷକ ଏବଂ ଦକ୍ଷତା ବିକାଶ। ସେଠାରେ ଭାରତର ଭୂରାଜନୈତିକ ଆହ୍ବାନ, ଜି୨୦ ରାଜ୍ୟଗୁଡ଼ିକର ଭୂମିକା ଏବଂ ବିକାଶଶୀଳ ନୂଆ ପ୍ରଯୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏନ୍‌ଡିଟିଭିରେ ପୂର୍ବତନ ବାବୁ
ଅବସର ନେବାକୁ ଥିବା ଅନେକ ବାବୁ ପ୍ରଶାସନରେ ପୁନଃ ନିଯୁକ୍ତି ଆଶା କରନ୍ତି କିମ୍ବା ଅନ୍ୟ କେଉଁଠାରେ ବିଶେଷକରି ପ୍ରାଇଭେଟ ସେକ୍ଟରରେ ତାହା ଚାହଁିଥାଆନ୍ତି। ବହୁ ସମୟରେ ବି ତାହା ସେମାନେ ପାଇବାରେ ସକ୍ଷମ ହୁଅନ୍ତି। ନିକଟରେ ଆଦାନୀ ଗ୍ରୁପର କର୍ପୋରେଟ ବ୍ରାଣ୍ଡ୍‌ କଷ୍ଟୋଡିଆନର ଗ୍ରୁପ୍‌ ମୁଖ୍ୟ ଭାବେ କାର୍ଯ୍ୟରତ ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ଅମନ କୁମାର ସିଂ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁନୀଲ କୁମାରଙ୍କୁ ଏନ୍‌ଡିଟିଭିର ନନ୍‌-ଏକ୍‌ଜିକ୍ୟୁଟିଭ୍‌ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ଉଭୟ ବାବୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସରକାରରେ ଖୁବ୍‌ କ୍ଷମତାଶାଳୀ ଥିଲେ। ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ସିଂ ଅର୍ଥ ଓ ଯୋଜନା କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବେ ଜଣାଶୁଣା ଏବଂ କୁମାର ମଧ୍ୟ ପ୍ରଶାସନର ନେତୃତ୍ୱ ନେଇଥିଲେ। ସେମାନଙ୍କର ଯଥେଷ୍ଟ ଅଭିଜ୍ଞତା ଅଛି। ସରକାରଙ୍କ ପ୍ରଚଳିତ ଅସଂଖ୍ୟ ନୀତି ନିୟମଗୁଡ଼ିକ ମଧ୍ୟରେ କିିଭଳି କାର୍ଯ୍ୟ ସଞ୍ଚାଳନ କରିବାକୁ ହୁଏ ତାହା ସେମାନେ ଭଲ ଭାବେ ଜାଣନ୍ତି। ଶକ୍ତିଶାଳୀ ଆଦାନୀ ଗ୍ରୁପ୍‌ର ମାଲିକ ହେଉଛନ୍ତି ଭାରତର ବିଶେଷ ଧନୀ ଗୌତମ ଆଦାନୀ । ନିକଟରେ ପ୍ରମୁଖ ଟେଲିଭିଜନ ସଂସ୍ଥା ଏନ୍‌ଡିଟିଭିକୁ ଅଧିଗ୍ରହଣ କରିବା ପରେ ମିଡିଆ ସେକ୍ଟରରେ ସେ ନୂଆ କାମ ଆରମ୍ଭ କରିଛନ୍ତି। ତେବେ ମିଡିଆ ବିଶେଷଜ୍ଞ ଭାବେ ନୁହେଁ, ବରଂ ଆଦାନୀଙ୍କୁ ତାଙ୍କ ବିଜ୍‌ନେସର ଅନ୍ୟ କ୍ଷେତ୍ରରେ ପରାମର୍ଶ ଦେବାକୁ ଉଭୟ ବାବୁ ଏନ୍‌ଡିଟିଭି ବୋର୍ଡରେ ଅବସ୍ଥାପିତ ହୋଇଛନ୍ତି ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri