ଚାନ୍ଦିପୁର ହେବ ମଡ଼େଲ୍‌ ବେଳାଭୂମି

ବାଲେଶ୍ୱର ଅଫିସ, ୨୨।୪ ଓଡ଼ିଶାର ଶ୍ରେଷ୍ଠ ମଡ଼େଲ୍‌ ବେଳାଭୂମି ଭାବେ ପରିଗଣିତ ହେବ ବାଲେଶ୍ୱରର ଚାନ୍ଦିପୁର। ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକ ଦୁଇ କି.ମି. ମେରାଇନ୍‌ ଡ୍ରାଇଭ୍‌ର ମଜା ନେବେ। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୩୦କୋଟି ଟଙ୍କା ପ୍ରକଳ୍ପର କାମ ହାତକୁ ନିଆଯାଇଛି। ଚାନ୍ଦିପୁର ପାନ୍ଥନିବାସଠାରୁ ବଳରାମଗଡ଼ି ପର୍ଯ୍ୟନ୍ତ ବେଳାଭୂମିରେ ଥିବା ସମୁଦ୍ରତଟର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ, ଜିଲା ପର୍ଯ୍ୟଟନ ଅଧିକାରୀ, ଜଳସେଚନ ଅଧିକାରୀ ଚାନ୍ଦିପୁର ବେଳାଭୂମିରେ ପହଞ୍ଚତ୍ ତଦାରଖ କରିଥିଲେ। କାର୍ଯ୍ୟ କିପରି ଶୀଘ୍ର ଶେଷ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଧାୟକ ଦାସ ପ୍ରକାଶ କରିଛନ୍ତି।
ପାନ୍ଥନିବାସଠାରୁ ବଳରାମଗଡ଼ି ମୁହାଣ ଆଡ଼କୁ ୧.୭କି.ମି.(୧୭୨୧ ମିଟର) ଯାଏ ସମୁଦ୍ରତଟ ସୁରକ୍ଷା ପାଇଁ ପଥର ପକାଇବା କାମ ଶେଷ ହୋଇଛି। ପଥର ଉପରେ ସର୍ଭିସ୍‌ ରୋଡ୍‌ ମଧ୍ୟ ତିଆରି ହେବ। ଯାହା ଉପରେ ପର୍ଯ୍ୟଟକ ନିଜ ଗାଡ଼ିରେ ଯାଇ ବେଳାଭୂମିର ମଜା ନେବା ସହ ପରିବେଶକୁ ଉପଭୋଗ କରିବେ। ଏଥିସହିତ ଦୁଇ କଡ଼ରେ ଗଛ ମଧ୍ୟ ରହିବ। ୨୦୨୦ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କରୋନା ପାଇଁ ବନ୍ଦ ଥିବା ବେଳେ ଖୁବ୍‌ଶୀଘ୍ର ଶେଷ ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ବର୍ଗ-୧ରେ ଥିବା ଚାନ୍ଦିପୁର ପାଇଁ ୨କୋଟି ୯୪ଲକ୍ଷ ଟଙ୍କା ପର୍ଯ୍ୟଟନ ବିଭାଗକୁ ଆସିଛି। ଯେଉଁଥିରେ ଏକ କାଫେ, ଗାଡ଼ି ପାର୍କିଂ ସହ ବିକାଶମୂଳକ କାମ ହେବ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri