ଧନ ସଞ୍ଚୟ, ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ସମ୍ବନ୍ଧରେ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ। ଚାଣକ୍ୟ କୁହନ୍ତି ପଇସା ରୋଜଗାର କରିବା ଏବଂ ସଞ୍ଚୟ କରିବା ଉଭୟ ଆବଶ୍ୟକ। ହେଲେ ରୋଜଗାର କରିବାଠାରୁ ସଞ୍ଚୟ କରିବା ଅତି ଆବଶ୍ୟକ। କାରଣ ସଞ୍ଚୟ କରୁଥିବା ବ୍ୟକ୍ତିଙ୍କୁ କେହି ହରାଇ ପାରନ୍ତି ନାହିଁ। ସେ କେବେହେଲେ ଅସୁବିଧାରେ ପଡ଼ନ୍ତି ନାହିଁ।

ଚାଣକ୍ୟ କୁହନ୍ତି ଭବିଷ୍ୟତ ପାଇଁ ଧନ ସଞ୍ଚୟ କରୁଥିବା ବ୍ୟକ୍ତି କଠିନ ସମୟରେ ଆରାମରେ ରହିପାରନ୍ତି। ହେଲେ ଯେଉଁମାନେ ବଦ୍‌ଖର୍ଚ୍ଚି ଥାନ୍ତି ସେମାନେ ସବୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଚାଣକ୍ୟ କୁହନ୍ତି ପଇସା ରୋଜଗାର କରିବା ଲାଗି ଅନେକ ସମୟରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ହେଲେ ଅସୁବିଧାକୁ ସାମ୍ନା କରୁଥିବା ବ୍ୟକ୍ତି ସବୁବେଳେ ସଫଳ ହୋଇଥାଏ।

ଏଣୁ ଧନ ବୃଦ୍ଧି ପାଉ ବୋଲି ଯଦି ଚାହାନ୍ତି, ତେବେ ବ୍ୟକ୍ତିଙ୍କୁ ଟଙ୍କାର ସଠିକ୍‌ ଉପଯୋଗ କରିବା ଶିଖିବା ଉଚିତ। ଏହାକୁ କେବଳ ସାଧନ ଭାବେ ବ୍ୟବହାର କରିବା ଉଚିତ। କାରଣ ଖରାପ କାମ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ବ୍ୟକ୍ତି, କିଛି ସମୟ ପରେ ସର୍ବସ୍ବ ହରାଇଥାନ୍ତି।

ଚାଣକ୍ୟ ନୀତି ଅନୁଯାୟୀ, ଯଦି କେହି ଧନୀ ହେବାକୁ ଚାହାନ୍ତି ସେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। କାରଣ ବିନା ଲକ୍ଷ୍ୟରେ ସଫଳତା ହାସଲ କରିପାରିବା ସମ୍ଭବ ନୁହେଁ। ଏପରିକି ତୁମେ କ’ଣ କରୁଛ ସେ ନେଇ କାହାକୁ ଜଣାଇବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା କାମ ବିଗିଡ଼ିବାର ସମ୍ଭାବନା ଥାଏ।

କୌଣସି କାମରେ ସଫଳତା ମିଳିଲେ ହିଁ ଧନ ପ୍ରାପ୍ତି ହୋଇଥାଏ। ହେଲେ ସଫଳତା ପାଇବା ପାଇଁ କୌଣସି କାମ କରିବା ପୂର୍ବରୁ ନିଜକୁ ତିନୋଟି ପ୍ରଶ୍ନ ପଚାରନ୍ତୁ। ପ୍ରଥମ ପ୍ରଶ୍ନଟି ହେଲା, ମୁଁ ଏହି କାମ କାହିଁକି କରୁଛି? ଦ୍ୱିତୀୟ ଏହାର ପରିଣାମ କ’ଣ ହେବ? ତୃତୀୟଟି ହେଲା ଏପରି କରିବା ଦ୍ୱାରା ସଫଳତା ମିଳିବ ତ? ଏସବୁ ପ୍ରଶ୍ନର ଉଚିତ ଜବାବ ମିଳିବା ପରେ କାମ ଆରମ୍ଭ କରନ୍ତୁ।

ବୁଝିପାରୁଥିବା ମଣିଷ ନିଜ ରୋଜଗାର ଏବଂ ଖର୍ଚ୍ଚ ମଧ୍ୟରେ ଉଚିତ ତାଳମେଳ ରଖିଥାନ୍ତି। ଏହାକୁ ନେଇ ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ରୋଜଗାରଠାରୁ ଅଧିକ ଖର୍ଚ୍ଚ କରନ୍ତି ସେ ସର୍ବଦା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଣୁ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କେବେ ବି କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri