ଧନ ସଞ୍ଚୟ, ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ସମ୍ବନ୍ଧରେ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ। ଚାଣକ୍ୟ କୁହନ୍ତି ପଇସା ରୋଜଗାର କରିବା ଏବଂ ସଞ୍ଚୟ କରିବା ଉଭୟ ଆବଶ୍ୟକ। ହେଲେ ରୋଜଗାର କରିବାଠାରୁ ସଞ୍ଚୟ କରିବା ଅତି ଆବଶ୍ୟକ। କାରଣ ସଞ୍ଚୟ କରୁଥିବା ବ୍ୟକ୍ତିଙ୍କୁ କେହି ହରାଇ ପାରନ୍ତି ନାହିଁ। ସେ କେବେହେଲେ ଅସୁବିଧାରେ ପଡ଼ନ୍ତି ନାହିଁ।

ଚାଣକ୍ୟ କୁହନ୍ତି ଭବିଷ୍ୟତ ପାଇଁ ଧନ ସଞ୍ଚୟ କରୁଥିବା ବ୍ୟକ୍ତି କଠିନ ସମୟରେ ଆରାମରେ ରହିପାରନ୍ତି। ହେଲେ ଯେଉଁମାନେ ବଦ୍‌ଖର୍ଚ୍ଚି ଥାନ୍ତି ସେମାନେ ସବୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଚାଣକ୍ୟ କୁହନ୍ତି ପଇସା ରୋଜଗାର କରିବା ଲାଗି ଅନେକ ସମୟରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ହେଲେ ଅସୁବିଧାକୁ ସାମ୍ନା କରୁଥିବା ବ୍ୟକ୍ତି ସବୁବେଳେ ସଫଳ ହୋଇଥାଏ।

ଏଣୁ ଧନ ବୃଦ୍ଧି ପାଉ ବୋଲି ଯଦି ଚାହାନ୍ତି, ତେବେ ବ୍ୟକ୍ତିଙ୍କୁ ଟଙ୍କାର ସଠିକ୍‌ ଉପଯୋଗ କରିବା ଶିଖିବା ଉଚିତ। ଏହାକୁ କେବଳ ସାଧନ ଭାବେ ବ୍ୟବହାର କରିବା ଉଚିତ। କାରଣ ଖରାପ କାମ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ବ୍ୟକ୍ତି, କିଛି ସମୟ ପରେ ସର୍ବସ୍ବ ହରାଇଥାନ୍ତି।

ଚାଣକ୍ୟ ନୀତି ଅନୁଯାୟୀ, ଯଦି କେହି ଧନୀ ହେବାକୁ ଚାହାନ୍ତି ସେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। କାରଣ ବିନା ଲକ୍ଷ୍ୟରେ ସଫଳତା ହାସଲ କରିପାରିବା ସମ୍ଭବ ନୁହେଁ। ଏପରିକି ତୁମେ କ’ଣ କରୁଛ ସେ ନେଇ କାହାକୁ ଜଣାଇବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା କାମ ବିଗିଡ଼ିବାର ସମ୍ଭାବନା ଥାଏ।

କୌଣସି କାମରେ ସଫଳତା ମିଳିଲେ ହିଁ ଧନ ପ୍ରାପ୍ତି ହୋଇଥାଏ। ହେଲେ ସଫଳତା ପାଇବା ପାଇଁ କୌଣସି କାମ କରିବା ପୂର୍ବରୁ ନିଜକୁ ତିନୋଟି ପ୍ରଶ୍ନ ପଚାରନ୍ତୁ। ପ୍ରଥମ ପ୍ରଶ୍ନଟି ହେଲା, ମୁଁ ଏହି କାମ କାହିଁକି କରୁଛି? ଦ୍ୱିତୀୟ ଏହାର ପରିଣାମ କ’ଣ ହେବ? ତୃତୀୟଟି ହେଲା ଏପରି କରିବା ଦ୍ୱାରା ସଫଳତା ମିଳିବ ତ? ଏସବୁ ପ୍ରଶ୍ନର ଉଚିତ ଜବାବ ମିଳିବା ପରେ କାମ ଆରମ୍ଭ କରନ୍ତୁ।

ବୁଝିପାରୁଥିବା ମଣିଷ ନିଜ ରୋଜଗାର ଏବଂ ଖର୍ଚ୍ଚ ମଧ୍ୟରେ ଉଚିତ ତାଳମେଳ ରଖିଥାନ୍ତି। ଏହାକୁ ନେଇ ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ରୋଜଗାରଠାରୁ ଅଧିକ ଖର୍ଚ୍ଚ କରନ୍ତି ସେ ସର୍ବଦା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଣୁ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କେବେ ବି କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri