ସଫଳତା ଦିଏ ଆହ୍ବାନ

ବିଶ୍ୱାସ କରାଯାଏ ଯେ ସର୍ବୋତ୍ତମ ଉଦ୍ୟୋଗୀମାନେ ଜନ୍ମ ହୋଇଥାନ୍ତି, ସେମାନଙ୍କୁ ତିଆରି କରାଯାଇ ପାରେନାହିଁ। ସେମାନେ ସବୁବେଳେ ଆବେଗପ୍ରବଣ ଏବଂ ଉଦ୍ଭାବନପ୍ରିୟ ହୋଇଥାଆନ୍ତି। ଫଳରେ ବ୍ୟବସାୟରେ ନୂଆ ମୋଡ଼ ଆଣିବା କ୍ଷେତ୍ରରେ କେବେ ପଛଘୁଞ୍ଚା ଦେଇ ନ ଥାନ୍ତି।

ଲାଲଚନ୍ଦ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ଏକ ବ୍ୟବସାୟୀ ପରିବାରରେ ଜନ୍ମ ହୋଇଥିଲେ। ଭୁବନେଶ୍ୱର ମାର୍କେଟ ବଲ୍ଡିଂରେ ଥିବା ବାପାଙ୍କ ଦୋକାନରେ ବଡ଼ଭାଇଙ୍କୁ ସହଯୋଗ କରି ସେ ବାଣିଜ୍ୟ ଦୁନିଆ ଓ ଗ୍ରାହକ ସେବା ସମ୍ପର୍କରେ ଅନୁଭୂତି ସଂଗ୍ରହ କରିଥିଲେ। ତଥାପି କେବଳ ପାରିବାରିକ ବ୍ୟବସାୟ ଚଳାଇବା ଲାଗି ତାଙ୍କର ଜନ୍ମ ହୋଇ ନ ଥିଲା। ପାରାଦୀପ ବନ୍ଦରରେ ଅଏଲ୍‌ ଇଣ୍ଡିଆ ପକ୍ଷରୁ କଣ୍ଟ୍ରାକ୍ଟ ପାଇ ଡ୍ରିଲ୍‌ କରୁଥିବା ଏକ ଅଷ୍ଟ୍ରେଲୀୟ କମ୍ପାନୀକୁ ଖାଦ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଣରୁ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ମୂଳଦୁଆ ପଡ଼ିଥିଲା। ସେ ଉକ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥିବା ଦେଖି କମ୍ପାନୀ ତାଙ୍କୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ଏପରି ଆଉ ଦୁଇଟି କାମର କଣ୍ଟ୍ରାକ୍ଟ୍ଟ ଦେଇଥିଲା।

ପରେ ସଞ୍ଜୟ ଏଭଳି କଣ୍ଟ୍ରାକ୍ଟ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ତୁଲାଇବା ଲାଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଁଦୌଡ଼ କରିଥିଲେ। ପରେ ସେ ନିଜ ସହରରେ ରୁପା ତିଆରି ସାମଗ୍ରୀର ଏକ ଉପହାର ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ। ତେବେ ଅଳଙ୍କାର ବ୍ୟବସାୟର ନୈରାଶ୍ୟଜନକ ସ୍ଥିତି ଦେଖି ସେପରି ନ କରିବାକୁ ବହୁ ବ୍ୟବସାୟିକ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ। ସେ ଓଡ଼ିଶାରେ ଅଳଙ୍କାର ବ୍ୟବସାୟକୁ ଉତ୍ତମ ସ୍ଥିତିକୁ ଆଣିବା ଲକ୍ଷ୍ୟରେ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିଥିଲେ।

ବିଆଇଏସ୍‌ ହଲ୍‌ମାର୍କର ସୁନା ଅଳଙ୍କାର ସହ ପରିଚିତ କରାଇବା ସହିତ ଶୁଦ୍ଧ ସୁନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବା, ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଆଖିଝଲସା ଡିଜାଇନ୍‌ର ଅଳଙ୍କାର ଆଣି ଯୋଗାଇବା ଏବଂ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବା ଭଳି ପଦକ୍ଷେପ ନେଇ ସବୁକିଛିକୁ ଗୋଟିଏ ଛାତ ତଳେ ସେ ଏକାଠି କରିପାରିଥିଲେ।
ନିଜେ ମଧ୍ୟ ଏହାର ସୁଫଳ ପାଇଲେ। ଓଡ଼ିଶାର ସବୁଠୁ ଭରସାଯୋଗ୍ୟ ଲକ୍‌ଜ୍ୟୁରି ବ୍ରାଣ୍ଡ୍‌ ରୂପେ ଏଲ୍‌ସିଜେ ନେଟ୍‌ଓ୍ବର୍କରେ ପୂର୍ବ ଭାରତର ବୃହତ୍‌ ୩ଟି ଅଳଙ୍କାର ଶୋ’ ରୁମ୍‌ ରହିଛି। ସର୍ବବୃହତ୍‌ ତଥା ଚତୁର୍ଥ ବୃହତ୍ତମ ଶୋ’ରୁମ୍‌ ଦ୍ୱୈତ ନଗରୀର ଏକ ପ୍ରମୁଖ ସ୍ଥାନରେ ଅଛି। ସେହି ଶୋ’ ରୁମ୍‌ରେ ଆଉ ୩୫ ହଜାର ବର୍ଗଫୁଟ ଯୋଡ଼ାଯାଇ ଏହି ନେଟ୍‌ଓ୍ବର୍କକୁ ୯୦ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସଞ୍ଜୟ କିଛିବର୍ଷ ତଳେ ଆତିଥେୟତା ଉଦ୍ୟୋଗ କ୍ଷେତ୍ରରେ ଆଗେଇବାକୁ ଚାହିଁବାରୁ ବିଶେଷଜ୍ଞମାନେ ତାଙ୍କୁ ସେପରି ନ କରିବାକୁ କହିଥିଲେ। ପ୍ରଥମେ ଉଭୟ ଅଳଙ୍କାର ଓ ଆତିଥେୟତା ଉଦ୍ୟୋଗର ପରିଚାଳନା କ୍ଷେତ୍ରରେ ଆକାଶପାତାଳ ଫରକ୍‌ ରହିଛି। ଦ୍ୱିତୀୟରେ ସେ ପ୍ରାଚୀ ହୋଟେଲକୁ ନେଇ କାମ ଆରମ୍ଭ କରିବାକୁ ଚାହିଁଲେ, ଯାହା ଦୀର୍ଘଦିନ ଧରି ପ୍ରବଳ କ୍ଷତି ଭିତରେ ଗତି କରୁଥିଲା। ସେମାନେ ବୁଝିପାରୁ ନ ଥିଲେ ଯେ ମୁଁ ସବୁବେଳେ ଆହ୍ବାନକୁ ଗ୍ରହଣ କରିବାକୁ ଚାହିଁଛି। ଏସବୁ ଚ୍ୟାଲେଞ୍ଜ ମତେ କଠିନ ପରିଶ୍ରମ କରି ସର୍ବୋତ୍ତମ ଫଳ ପାଇବା ଦିଗରେ ଆଗେଇବା ପାଇଁ ପ୍ରେରଣା ଦେଇଛି। ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ୱେ କିଛି ଭଲ ଫଳ ପାଇବାର ଖୁସି ଅବର୍ଣ୍ଣନୀୟ ବୋଲି ସଞ୍ଜୟ କହନ୍ତି।

ବ୍ରାଣ୍ଡ୍‌ରେ ଦି ନ୍ୟୁ ମାରିଅନ୍‌ ଭାବେ ନୂଆ ନାମ ପାଇ ସମସ୍ୟା ଭିତରେ ଥିବା ପୁରୁଣା ପ୍ରାଚୀ ହୋଟେଲର ସ୍ଥିତି ମାତ୍ର ମାସକ ମଧ୍ୟରେ ଲାଭପ୍ରଦ ହେବା ଆରମ୍ଭ କରିଥିଲା। ଏହା ପରେ ସଞ୍ଜୟ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଫଳରେ ଲାଲଚନ୍ଦ ଗ୍ରୁପ୍‌ ରାଜଧାନୀରେ କେତେକ ଲୋକପ୍ରିୟ ରେଷ୍ଟୁରାଣ୍ଟ ପ୍ରତିଷ୍ଠା କରିପାରିଛି।

ବୈଶ୍ୱିକ ମହାମାରୀ କୋଭିଡ୍‌-୧୯ ପ୍ରଭାବରେ ସମଗ୍ର ଦେଶ ଲକ୍‌ଡାଉନ୍‌ ଭିତରକୁ ଚାଲିଯାଇଥିଲା। ବ୍ୟବସାୟିକ ସଂସ୍ଥାଗୁଡ଼ିକ ବନ୍ଦ ହେବା ସହ କର୍ମଚାରୀ ଛଟେଇ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ସଞ୍ଜୟ କରୋନା ପ୍ରକୋପରୁ ସମାଜର ଅନଗ୍ରସର ଲୋକଙ୍କୁ ସୁରକ୍ଷିତ ରଖି ସେମାନଙ୍କୁ ସହାୟତା ଦେବା ପାଇଁ ଲାଲଚନ୍ଦ ଫାଉଣ୍ଡେଶନ୍‌ ପ୍ରତିଷ୍ଠା କରିଥିଲେ। ଏଭଳି ନିଷ୍ପତ୍ତିକୁ ରୂପାନ୍ତର କରିବା ସମୟ ନେଇ ସେ ଗଣମାଧ୍ୟମକୁ କହିଥିଲେ, କୌଣସି ଭଲ କାମ କରିବା ଲାଗି କେବେ କୌଣସି ସମୟ ଖରାପ ହୋଇ ନ ଥାଏ।

ବ୍ୟତୀତ ନିଜ ସ୍ଥିତି ପାଇଁ ସଂଘର୍ଷରତ ପାରମ୍ପରିକ ତାରକସୀ କାରିଗରମାନଙ୍କୁ ସଞ୍ଜୟ ଦୃଢ଼ ସମର୍ଥନ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅତି ଦକ୍ଷ କାରିଗରଙ୍କୁ ଏଲ୍‌ସିଜେ ପାଇଁ ମନୋନୀତ କରି ଗ୍ରାହକଙ୍କୁ କାରୁକାର୍ଯ୍ୟପୂର୍ଣ୍ଣ ଭିନ୍ନ ପସନ୍ଦ ଓ ବଜାର ମଧ୍ୟ ସେ ଯୋଗାଇ ପାରିଛନ୍ତି। ତେଣୁ ଦଶନ୍ଧି ଧରି ନିଜ ତଥା ନିଜ ଗ୍ରୁପ୍‌ ପାଇଁ ସମ୍ପୃକ୍ତ ଉଦ୍ୟୋଗରୁ ବହୁ ସମ୍ମାନଜନକ ପୁରସ୍କାର ବିଜୟୀ ହେବା ପରେ ସଞ୍ଜୟଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିହୋଇଯାଇଛି। ସେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ବିଜନେସ୍‌ ଏମିନେନ୍ସ ଆୱାର୍ଡ ପାଇବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?