ସଫଳତା ଦିଏ ଆହ୍ବାନ

ବିଶ୍ୱାସ କରାଯାଏ ଯେ ସର୍ବୋତ୍ତମ ଉଦ୍ୟୋଗୀମାନେ ଜନ୍ମ ହୋଇଥାନ୍ତି, ସେମାନଙ୍କୁ ତିଆରି କରାଯାଇ ପାରେନାହିଁ। ସେମାନେ ସବୁବେଳେ ଆବେଗପ୍ରବଣ ଏବଂ ଉଦ୍ଭାବନପ୍ରିୟ ହୋଇଥାଆନ୍ତି। ଫଳରେ ବ୍ୟବସାୟରେ ନୂଆ ମୋଡ଼ ଆଣିବା କ୍ଷେତ୍ରରେ କେବେ ପଛଘୁଞ୍ଚା ଦେଇ ନ ଥାନ୍ତି।

ଲାଲଚନ୍ଦ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ଏକ ବ୍ୟବସାୟୀ ପରିବାରରେ ଜନ୍ମ ହୋଇଥିଲେ। ଭୁବନେଶ୍ୱର ମାର୍କେଟ ବଲ୍ଡିଂରେ ଥିବା ବାପାଙ୍କ ଦୋକାନରେ ବଡ଼ଭାଇଙ୍କୁ ସହଯୋଗ କରି ସେ ବାଣିଜ୍ୟ ଦୁନିଆ ଓ ଗ୍ରାହକ ସେବା ସମ୍ପର୍କରେ ଅନୁଭୂତି ସଂଗ୍ରହ କରିଥିଲେ। ତଥାପି କେବଳ ପାରିବାରିକ ବ୍ୟବସାୟ ଚଳାଇବା ଲାଗି ତାଙ୍କର ଜନ୍ମ ହୋଇ ନ ଥିଲା। ପାରାଦୀପ ବନ୍ଦରରେ ଅଏଲ୍‌ ଇଣ୍ଡିଆ ପକ୍ଷରୁ କଣ୍ଟ୍ରାକ୍ଟ ପାଇ ଡ୍ରିଲ୍‌ କରୁଥିବା ଏକ ଅଷ୍ଟ୍ରେଲୀୟ କମ୍ପାନୀକୁ ଖାଦ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଣରୁ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ମୂଳଦୁଆ ପଡ଼ିଥିଲା। ସେ ଉକ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥିବା ଦେଖି କମ୍ପାନୀ ତାଙ୍କୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ଏପରି ଆଉ ଦୁଇଟି କାମର କଣ୍ଟ୍ରାକ୍ଟ୍ଟ ଦେଇଥିଲା।

ପରେ ସଞ୍ଜୟ ଏଭଳି କଣ୍ଟ୍ରାକ୍ଟ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ତୁଲାଇବା ଲାଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଁଦୌଡ଼ କରିଥିଲେ। ପରେ ସେ ନିଜ ସହରରେ ରୁପା ତିଆରି ସାମଗ୍ରୀର ଏକ ଉପହାର ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ। ତେବେ ଅଳଙ୍କାର ବ୍ୟବସାୟର ନୈରାଶ୍ୟଜନକ ସ୍ଥିତି ଦେଖି ସେପରି ନ କରିବାକୁ ବହୁ ବ୍ୟବସାୟିକ ବିଶେଷଜ୍ଞ ତାଙ୍କୁ ପରାମର୍ଶ ଦେଇଥିଲେ। ସେ ଓଡ଼ିଶାରେ ଅଳଙ୍କାର ବ୍ୟବସାୟକୁ ଉତ୍ତମ ସ୍ଥିତିକୁ ଆଣିବା ଲକ୍ଷ୍ୟରେ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିଥିଲେ।

ବିଆଇଏସ୍‌ ହଲ୍‌ମାର୍କର ସୁନା ଅଳଙ୍କାର ସହ ପରିଚିତ କରାଇବା ସହିତ ଶୁଦ୍ଧ ସୁନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବା, ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଆଖିଝଲସା ଡିଜାଇନ୍‌ର ଅଳଙ୍କାର ଆଣି ଯୋଗାଇବା ଏବଂ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବା ଭଳି ପଦକ୍ଷେପ ନେଇ ସବୁକିଛିକୁ ଗୋଟିଏ ଛାତ ତଳେ ସେ ଏକାଠି କରିପାରିଥିଲେ।
ନିଜେ ମଧ୍ୟ ଏହାର ସୁଫଳ ପାଇଲେ। ଓଡ଼ିଶାର ସବୁଠୁ ଭରସାଯୋଗ୍ୟ ଲକ୍‌ଜ୍ୟୁରି ବ୍ରାଣ୍ଡ୍‌ ରୂପେ ଏଲ୍‌ସିଜେ ନେଟ୍‌ଓ୍ବର୍କରେ ପୂର୍ବ ଭାରତର ବୃହତ୍‌ ୩ଟି ଅଳଙ୍କାର ଶୋ’ ରୁମ୍‌ ରହିଛି। ସର୍ବବୃହତ୍‌ ତଥା ଚତୁର୍ଥ ବୃହତ୍ତମ ଶୋ’ରୁମ୍‌ ଦ୍ୱୈତ ନଗରୀର ଏକ ପ୍ରମୁଖ ସ୍ଥାନରେ ଅଛି। ସେହି ଶୋ’ ରୁମ୍‌ରେ ଆଉ ୩୫ ହଜାର ବର୍ଗଫୁଟ ଯୋଡ଼ାଯାଇ ଏହି ନେଟ୍‌ଓ୍ବର୍କକୁ ୯୦ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସଞ୍ଜୟ କିଛିବର୍ଷ ତଳେ ଆତିଥେୟତା ଉଦ୍ୟୋଗ କ୍ଷେତ୍ରରେ ଆଗେଇବାକୁ ଚାହିଁବାରୁ ବିଶେଷଜ୍ଞମାନେ ତାଙ୍କୁ ସେପରି ନ କରିବାକୁ କହିଥିଲେ। ପ୍ରଥମେ ଉଭୟ ଅଳଙ୍କାର ଓ ଆତିଥେୟତା ଉଦ୍ୟୋଗର ପରିଚାଳନା କ୍ଷେତ୍ରରେ ଆକାଶପାତାଳ ଫରକ୍‌ ରହିଛି। ଦ୍ୱିତୀୟରେ ସେ ପ୍ରାଚୀ ହୋଟେଲକୁ ନେଇ କାମ ଆରମ୍ଭ କରିବାକୁ ଚାହିଁଲେ, ଯାହା ଦୀର୍ଘଦିନ ଧରି ପ୍ରବଳ କ୍ଷତି ଭିତରେ ଗତି କରୁଥିଲା। ସେମାନେ ବୁଝିପାରୁ ନ ଥିଲେ ଯେ ମୁଁ ସବୁବେଳେ ଆହ୍ବାନକୁ ଗ୍ରହଣ କରିବାକୁ ଚାହିଁଛି। ଏସବୁ ଚ୍ୟାଲେଞ୍ଜ ମତେ କଠିନ ପରିଶ୍ରମ କରି ସର୍ବୋତ୍ତମ ଫଳ ପାଇବା ଦିଗରେ ଆଗେଇବା ପାଇଁ ପ୍ରେରଣା ଦେଇଛି। ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ୱେ କିଛି ଭଲ ଫଳ ପାଇବାର ଖୁସି ଅବର୍ଣ୍ଣନୀୟ ବୋଲି ସଞ୍ଜୟ କହନ୍ତି।

ବ୍ରାଣ୍ଡ୍‌ରେ ଦି ନ୍ୟୁ ମାରିଅନ୍‌ ଭାବେ ନୂଆ ନାମ ପାଇ ସମସ୍ୟା ଭିତରେ ଥିବା ପୁରୁଣା ପ୍ରାଚୀ ହୋଟେଲର ସ୍ଥିତି ମାତ୍ର ମାସକ ମଧ୍ୟରେ ଲାଭପ୍ରଦ ହେବା ଆରମ୍ଭ କରିଥିଲା। ଏହା ପରେ ସଞ୍ଜୟ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଫଳରେ ଲାଲଚନ୍ଦ ଗ୍ରୁପ୍‌ ରାଜଧାନୀରେ କେତେକ ଲୋକପ୍ରିୟ ରେଷ୍ଟୁରାଣ୍ଟ ପ୍ରତିଷ୍ଠା କରିପାରିଛି।

ବୈଶ୍ୱିକ ମହାମାରୀ କୋଭିଡ୍‌-୧୯ ପ୍ରଭାବରେ ସମଗ୍ର ଦେଶ ଲକ୍‌ଡାଉନ୍‌ ଭିତରକୁ ଚାଲିଯାଇଥିଲା। ବ୍ୟବସାୟିକ ସଂସ୍ଥାଗୁଡ଼ିକ ବନ୍ଦ ହେବା ସହ କର୍ମଚାରୀ ଛଟେଇ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ସଞ୍ଜୟ କରୋନା ପ୍ରକୋପରୁ ସମାଜର ଅନଗ୍ରସର ଲୋକଙ୍କୁ ସୁରକ୍ଷିତ ରଖି ସେମାନଙ୍କୁ ସହାୟତା ଦେବା ପାଇଁ ଲାଲଚନ୍ଦ ଫାଉଣ୍ଡେଶନ୍‌ ପ୍ରତିଷ୍ଠା କରିଥିଲେ। ଏଭଳି ନିଷ୍ପତ୍ତିକୁ ରୂପାନ୍ତର କରିବା ସମୟ ନେଇ ସେ ଗଣମାଧ୍ୟମକୁ କହିଥିଲେ, କୌଣସି ଭଲ କାମ କରିବା ଲାଗି କେବେ କୌଣସି ସମୟ ଖରାପ ହୋଇ ନ ଥାଏ।

ବ୍ୟତୀତ ନିଜ ସ୍ଥିତି ପାଇଁ ସଂଘର୍ଷରତ ପାରମ୍ପରିକ ତାରକସୀ କାରିଗରମାନଙ୍କୁ ସଞ୍ଜୟ ଦୃଢ଼ ସମର୍ଥନ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅତି ଦକ୍ଷ କାରିଗରଙ୍କୁ ଏଲ୍‌ସିଜେ ପାଇଁ ମନୋନୀତ କରି ଗ୍ରାହକଙ୍କୁ କାରୁକାର୍ଯ୍ୟପୂର୍ଣ୍ଣ ଭିନ୍ନ ପସନ୍ଦ ଓ ବଜାର ମଧ୍ୟ ସେ ଯୋଗାଇ ପାରିଛନ୍ତି। ତେଣୁ ଦଶନ୍ଧି ଧରି ନିଜ ତଥା ନିଜ ଗ୍ରୁପ୍‌ ପାଇଁ ସମ୍ପୃକ୍ତ ଉଦ୍ୟୋଗରୁ ବହୁ ସମ୍ମାନଜନକ ପୁରସ୍କାର ବିଜୟୀ ହେବା ପରେ ସଞ୍ଜୟଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିହୋଇଯାଇଛି। ସେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ବିଜନେସ୍‌ ଏମିନେନ୍ସ ଆୱାର୍ଡ ପାଇବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri