ସରକାରଙ୍କ ପାଇଁ ଆହ୍ବାନ

ଗତ ଏକ ମାସରୁ ଊର୍ଦ୍ଧ୍ୱ ହେବ ପୁଞ୍ଜି ବଜାର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ଅନିୟନ୍ତ୍ରିତ ଭାବେ ହ୍ରାସ ପାଇବାରେ ଲାଗିଛି। ଲଗାତର ୫ ଦିନ ହେବ ଏହା ତଳକୁ ଖସି ଗୁରୁବାର ହଠାତ୍‌ ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ ପାଇଛି। ଗତ ବର୍ଷ ମାର୍ଚ୍ଚରେ ଯେତେବେଳେ କେନ୍ଦ୍ର ଲକ୍‌ଡାଉନ ଘୋଷଣା କରିଥିତ୍ଲା ସେତେବେଳେ ଏହା ନିମ୍ନ ସ୍ତର ୨୫,୬୩୯ ପଏଣ୍ଟ ଥିଲା ଓ ବୃଦ୍ଧି ପାଇ ଜାନୁୟାରୀ ୨୧ରେ ସବୁଠୁ ଉଚ୍ଚ ୫୦,୧୬୧ ପଏଣ୍ଟରେ ପହଞ୍ଚତ୍ଥିତ୍ଲା। ସେନସେକ୍ସ ପାଇଁ ଏହା ଏକ ଅଭୂତପୂର୍ବ ବୃଦ୍ଧି। ଶେୟାର ବଜାର ଟିକାକରଣ ପାଇଁ ଲଗାତର ବଢ଼ିଚାଲିଥିତ୍ଲା ଏବଂ ଟିକାକରଣକୁ ବିଭିନ୍ନ ପର୍ଯ୍ୟାୟରେ ସମ୍ପ୍ରସାରଣ କରାଯିବା ଦ୍ୱାରା ଏହି ବୃଦ୍ଧି ବି ଜାରି ରହିଥିତ୍ଲା। ଏପରି କି କୋଭିଡ୍‌ -୧୯ ଟିକାର ପାର୍ଶ୍ୱପ୍ରତିକ୍ରିୟା ରହିବା ଏବଂ ଏହା ଯୋଗୁ ମୃତ୍ୟୁ ହେବା ଖବର ସବୁଆଡେ ପ୍ରକାଶ ପାଇବା ପରେ ମଧ୍ୟ ଏହାର ବୃଦ୍ଧି ଚାଲିଥିତ୍ଲା। ଟିକାକରଣ ସମୟରେ ଶେୟାର ବଜାର ଠିକ୍‌ଠାକ ରହିବ ବୋଲି ଅନୁମାନ କରାଯାଉଥିଲା। ତେବେ ଏହା ହୋଇପାରିଲା ନାହିଁ। ଗତ ପାଞ୍ଚଦିନ ଧରି ସେନସେକ୍ସ ପାଖାପାଖି ୨,୯୫୦ ପଏଣ୍ଟ ଖସିଛି। ବର୍ଷକ ଭିତରେ ନିବେଶକଙ୍କୁ ଯାହା ଲାଭ ମିଳିଥିଲା ତାହା ଏହି ୫ ଦିନ ଭିତରେ ଚାଲିଯାଇଛି। ଏହାବାଦ୍‌ ଗତ ଦୁଇଦିନରେ କେବଳ ଏହା ୧୫୦୦ ପଏଣ୍ଟ ହ୍ରାସ ପାଇଛି। ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ୍‌( ଆଇଏମ୍‌ଏଫ୍‌) ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ୨୦୨୧ରେ ଭାରତର ଅଭିବୃଦ୍ଧି ୧୧.୫% ହେବ ବୋଲି ଘୋଷଣା କରିଛି। ବିଶ୍ୱସ୍ତରରେ କୌଣସି ଏକ ପ୍ରମୁଖ ଅର୍ଥବ୍ୟବସ୍ଥା ପାଇଁ ଏଭଳି ଉଲ୍ଲେଖନୀୟ ଅଭିବୃଦ୍ଧି ସବୁଠୁ ବେଶି। କିନ୍ତୁ ଆଇଏମ୍‌ଏଫ୍‌ର ଏହି ମନ୍ତବ୍ୟ ପୁଞ୍ଜି ବଜାରକୁ ସମର୍ଥନ କରିପାରିଲା ନାହିଁ।
ଫରେନ ଫଣ୍ଡ୍‌ (ଏଫ୍‌ଆଇଆଇଏସ୍‌) ଦ୍ୱାରା ପ୍ରଚୁର ପ୍ରଫିଟ୍‌ ବୁକିଂ ଯୋଗୁ ପୁଞ୍ଜିବଜାର ତଳକୁ ଖସିଲା। ଆଉମଧ୍ୟ ପିଇ ମଲ୍‌ଟିପଲ ରେସିଓ ବା ଅନୁପାତ ଏବଂ ମାର୍କେଟ୍‌ କ୍ୟାପ୍‌ ବା ବଜାର ପୁଞ୍ଜୀକରଣ ଓ ଜିଡିପି ଅନୁପାତକୁ ଦୃଷ୍ଟିରେ ରଖି ଶେୟାର ବଜାରର ଅତ୍ୟଧିତ୍କ ମୂଲ୍ୟାୟନ କରଯାଇଥାଏ। ଏହି ପରିସ୍ଥିତିରେ ପ୍ରଫିଟ ବୁକିଂ ଅନିବାର୍ଯ୍ୟ ହୋଇଥାଏ। ମୌଳିକତାକୁ ଆଧାର କରି ବଜାର ସୁଧାର ହୋଇ ନ ଥିଲା,ବରଂ ଏହା କେବଳ ଭାବନାମତ୍କ କାରଣ ଯୋଗୁ ହୋଇଥିଲା। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି , ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ପୂର୍ବରୁ ସୃଷ୍ଟି ହୋଇଥିବା ଆବେଗ ଯୋଗୁ ଖୁବ୍‌ଶୀଘ୍ର ହ୍ରାସ ପାଉଛି । ସରକାର ସ୍ବାସ୍ଥ୍ୟସେବା ଏବଂ ଭିତ୍ତିଭୂମିକୁ ମଜଭୁତ କରିବାକୁ ସମ୍ବଳ ଯୋଗାଡ଼ କରିବା ଲାଗି ଟିକସ ଅଧିକ ବୃଦ୍ଧି କରିପାରନ୍ତି ବୋଲି ଭୟ ରହିଛି। ଟିକସ ବୃଦ୍ଧି ହେଲେ ଏହା ବ୍ୟୟ ଉପରେ ନକାରାମତ୍କ ପ୍ରଭାବ ପକାଇବ ଏବଂ ଶେଷରେ ଅଭିବୃଦ୍ଧିକୁ ଧିମା କରିଦେବ। ଭାରତୀୟ ପୁଞ୍ଜିବଜାର ଉପରେ ଦୁର୍ବଳ ବୈଶ୍ୱିକ କାରବାରର ପ୍ରଭାବ ବି ପଡିଛି। କରୋନା ଭାଇରସ୍‌ର ନୂଆରୂପ ଯୋଗୁ ବିଶ୍ୱରେ ବହୁଦେଶ ଲକ୍‌ଡାଉନ କରିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ କରୋନା ଟିକା ଯୋଗାଣକୁ ନେଇ ଦେଖାଦେଇଥିବା ନୈରାଶ୍ୟତା ବିଶ୍ୱସ୍ତରରେ ଶେୟାର ବଜାରରେ ଭୟ ସୃଷ୍ଟି କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ପଷ୍ଟ ନୀତିର ଅଭାବ ନିବେଶକମାନଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି। ଡିସେମ୍ବର ତ୍ରୈମାସିକରେ କମ୍ପାନୀଗୁଡ଼ିକର ଲାଭ ଶେୟାର ବଜାର ଉପରେ ପ୍ରଭାବ ପକାଇଥିତ୍ଲା। ଶେୟାର ବଜାରର ହେଭିଓ୍ବେଟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦୁର୍ବଳ ପ୍ରଦର୍ଶନ ନିବେଶକମାନଙ୍କୁ ନିରାଶ କରିଥାଇପାରେ,ଯାହାଦ୍ୱାରା କମ୍ପାନୀର ଶେୟାରରେ ୨ % ହ୍ରାସ ପାଇଛି। ଆଗକୁ କମ୍ପାନୀଗୁଡ଼ିକର ତୃତୀୟ ତ୍ରୈମାସିକି ଲାଭକୁ ନେଇ ବଜାର ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।
ମହାମାରୀ ଦେଶକୁ ପୂରା ଦୁର୍ବଳ କରିଦେଇଛି। ଏହି ସମୟରେ ଆସିବାକୁ ଥିବା କେନ୍ଦ୍ର ବଜେଟରୁ ଅନେକ କିଛି ଆଶା କରାଯିବା ସ୍ବାଭାବିକ। ସ୍ବାସ୍ଥ୍ୟ ସେବା ଏବଂ ଏହା ସମ୍ବନ୍ଧିତ ଅନ୍ୟ ସେକ୍ଟରଗୁଡ଼ିକୁ ମଜଭୁତ କରିବାକୁ ଅତ୍ୟଧିତ୍କ ବ୍ୟୟର ଆବଶ୍ୟକତା ରହିଛି ଓ ସରକାରଙ୍କୁ ରାଜସ୍ବ ଯୋଗାଡ଼ କରିବାକୁ କିଛି ଭିନ୍ନ ଚିନ୍ତା କରିବାକୁ ପଡିବ। ଏଥିପାଇଁ ସରକାର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବୃଦ୍ଧି କରିବେ ବୋଲି ସାଧାରଣରେ ବିଶ୍ୱାସ କରାଯାଉଛି। କେନ୍ଦ୍ର ସରକାରଙ୍କ ପାଇଁ ବହୁତ କମ୍‌ ସୁଯୋଗ ରହିଛି। ବିତ୍ତୀୟ ନିଅଣ୍ଟକୁ ନଜରରେ ରଖିତ୍ ସରକାର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇପାରନ୍ତି। ଫଳରେ ନିବେଶକମାନେ ବଜାର ଛାଡି ଦେଉଛନ୍ତି। ବିପୁଳ ପରିମାଣର ନିଯୁକ୍ତି ହ୍ରାସ ଏବଂ ନିରୁତ୍ସାହଜନକ ଚାହିଦା ଭଳି ପରିସ୍ଥିତିକୁ ସାମ୍‌ନା କରୁଛି ଭାରତୀୟ ଅର୍ଥବ୍ୟବସ୍ଥା। ସିଏମ୍‌ଆଇଇ ସର୍ଭେରୁ ଜଣାପଡିଛି ଯେ, ଲକ୍‌ଡାଉନର ପ୍ରଥମ ତ୍ରୈମାସିକି(ଏପ୍ରିଲ-ଜୁନ)ରେ ମାନୁଫାକ୍‌ଚରିଂ ସେକ୍ଟରରେ ୧.୫ କୋଟି ଚାକିରି ଚାଲି ଯାଇଛି। ସର୍ଭିସ ସେକ୍ଟରକୁ ବି ଝଟ୍‌କା ଲାଗିଛି, ଯାହା କୋଭିଡ୍‌ ପର୍ବରୁ ଯେଉଁ ସ୍ତରରେ ଥିଲା ସେଠାକୁ ଫେରିପାରିନାହିଁ। ସୁଦୃଢ କୃଷି ସେକ୍ଟର ଏବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ସରକାରଙ୍କୁ ଚିନ୍ତାରେ ପକାଇଥିବା କୃଷକ ଆନ୍ଦୋଳନକୁ ସମାଧାନ କରିବାକୁ ବାକି ରହିଛି। ଏହି ସବୁୁ ଚ୍ୟାଲେଞ୍ଜ ବା ଆହ୍ବାନ ସହ ଆଉ କିଛି ସମସ୍ୟା କେନ୍ଦ୍ର ବଜେଟ ପୂର୍ବରୁ ସରକାରଙ୍କ ଉପରେ ଭାରି ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri