ଆଜି ମିନାଝୋଲାରୁ ଶୁଭାରମ୍ଭ ହେବ ‘ଚଇତି’

ଚନ୍ଦ୍ରପୁର,୨ା୧(ଡି.ଏନ୍‌.ଏ.):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାୟଗଡ଼ା ଜିଲାର ଚନ୍ଦ୍ରପୁର ବ୍ଲକ। ସେହିପରି ହନୁମନ୍ତପୁର ପଞ୍ଚାୟତ ଟାପୁରୁକୁପୁଡ଼ା ଠାରେ ରହିଥିବା ପର୍ଯ୍ୟଟନସ୍ଥଳୀ ମିନାଝୋଲା ପାଇଁ ଅଞ୍ଚଳ ପ୍ରସିଦ୍ଧ। ଚିରସ୍ରୋତା ବଂଶଧାରା, ଫଳଫଳିଆ, ଚାଉଳଧୂଆ ନଦୀର ଏହା ମିଳନସ୍ଥଳ। ଏଥିପାଇଁ ଏହି ସ୍ଥାନ ତ୍ରିବେଣୀ ସଙ୍ଗମ ରୂପେ ମଧ୍ୟ ପରିଚିତ। ଏହି ସଙ୍ଗମସ୍ଥଳ ଠାରୁ ପ୍ରାୟ ୧୦୦ ମିଟର ତଳେ ନଦୀର ମଧ୍ୟଭାଗରେ ପୂଜା ପାଉଛନ୍ତି ମୀନ ଆକୃତିର ଶିବଲିଙ୍ଗ। ଭଗବାନ ମହାଦେବ ଏଠାରେ ଶଙ୍କର ରୂପରେ ପୂଜାପାଇ ଆସୁଛନ୍ତି। ନଦୀ ମଧ୍ୟରେ ରହିଛି ଛୋଟଛୋଟ ପଥରଖଣ୍ଡ। ସେହିପରି ଦୁଇ ପାର୍ଶ୍ୱରେ ରହିଛି ସୁଉଚ୍ଚ ପାହାଡ଼ ଏବଂ ସବୁଜ ବନାନୀ। ଶାଳ, ପିଆଶାଳ, ମହୁଲ, ଆମ୍ବ, ଅଁଳା ଗଛ ସମେତ ବିଭିନ୍ନ ଫୁଲ ଓ ଫଳ ଗଛରେ ଜଙ୍ଗଲ ପରିପୂର୍ଣ୍ଣ। ଭଳିକି ଭଳି ଫୁଲର ବାସ୍ନା ସହ ଆଧ୍ୟାତ୍ମିକ ପରିବେଶ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ବର୍ଷାଦିନେ ପଣି ଭର୍ତ୍ତି ରହୁଥିବାରୁ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇ ନ ଥାନ୍ତି। ତେଣୁ ନଭେମ୍ବରରୁ ମେ ପର୍ଯ୍ୟନ୍ତ ଏଠାକୁ ବୁଲି ଯିବା ପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ। ଏଭଳି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭରି ରହିଥିବା ମିନାଝୋଲା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପେ ପରିଚିତ। ଚଳିତ ଥର ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ ସୋମବାର ମିନାଝୋଲାରୁ ଶୁଭାରମ୍ଭ କରାଯିବ। ଏହି ଅବସରରେ ଚଇତି ରଥର ଉଦ୍‌ଘାଟନ ସହ କଳସ ପୂଜା ଅନୁଷ୍ଠିତ ହେବ। ଏହାପରେ ବିଭିନ୍ନ ବ୍ଲକର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଚଳିତ ଥର ହକି ବିଶ୍ୱକପ୍‌ ସମୟରେ ଚଇତି ମହୋତ୍ସବ ଆୟୋଜନ ହେବାକୁ ଯାଉଥିବାରୁ ରାଜ୍ୟ, ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ଆସି ଖେଳକୁ ଉପଭୋଗ କରିବା ସହ ବିଭିନ୍ନ ପର୍ଯ୍ୟଟକସ୍ଥଳୀ ବୁଲିବେ। ରାୟଗଡ଼ା ଜିଲାରେ ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟ ଭରପୂର ରହିଥିବାରୁ ଏଠାକୁ ମଧ୍ୟ ପର୍ଯ୍ୟଟକ ବୁଲି ଆସିବେ ବୋଲି ଆଶା ରହିଛି।
ମିନାଝୋଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ଆହୁରି ବଢ଼ିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ କମ୍ୟୁନିଟି ହଲ୍‌ ନିର୍ମାଣ ସହ ଜନକଲ୍ୟାଣ ଆଶ୍ରମ ପରିସରରେ ସୁରକ୍ଷା ପାଚେରି ନିର୍ମାଣ କାମ ଚାଲିଥିବା ସୂଚନା ମିଳିଛି। ଗୁଣପୁର ଆଇଟିଡିଏ ପକ୍ଷରୁ ମଧ୍ୟ ୫ ଲକ୍ଷ ଟଙ୍କା ଅନୁଦାନରେ ଏକ କମ୍ୟୁନିଟି ହଲ ନିର୍ମାଣ କରାଯାଉଥିବା ସହକାରୀ ଯନ୍ତ୍ରୀ ଶମ୍ଭୁ ଚରଣ ମୁଣ୍ଡାରୀ ସୂଚନା ଦେଇଛନ୍ତି। ଗୁଣପୁର ବିଧାୟକ ପାଣ୍ଠିରୁ ମିନାଝୋଲା ପ୍ରବେଶ ପଥରେ ଏକ ପ୍ରବେଶ ଦ୍ୱାର ନିର୍ମାଣ କାମ ସରିଛି। ଏହା ବ୍ୟତୀତ ଜଣେ ଶ୍ରଦ୍ଧାଳୁଙ୍କ ସହଯୋଗରେ ଦୁଇ ବର୍ଷ ହେଲା ନଦୀ ପାର୍ଶ୍ୱରେ ୫୦ ଫୁଟ ଉଚ୍ଚତାର ଏକ ବୃଷଭ ନିର୍ମାଣ ଏବଂ ମୁନିଗୁଡ଼ା ବ୍ଲକର ତରଣୀ ଚୌଧୁରୀ ନାମକ ଜଣେ ଶ୍ରଦ୍ଧାଳୁଙ୍କ ଦ୍ୱାରା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ମିନାଝୋଲା ନିକଟରେ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ସେହିପରି ୩ ବର୍ଷ ହେଲା ଜଣେ ବାବା(ଜନକାନନ୍ଦ ଗିରି) ଏଠାରେ ରହି ପୂଜାପାଠ, ହୋମଯଜ୍ଞ କରିବା ସହ ଜନକଲ୍ୟାଣ ଆଶ୍ରମ କରି ମୁଖ୍ୟ ପରିଚାଳନା ଦାୟିତ୍ୱରେ ରହିଛନ୍ତି।
ମିନାଝୋଲା ଠାରେ ହେବକୁ ଥିବା କାର୍ଯ୍ୟକ୍ରମ ନେଇ ଜିଲାପାଳ ସ୍ବଧା ଦେବ ସିଂ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଚନ୍ଦ୍ରପୁର ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଏ ନେଇ ଜନ ପ୍ରତିନିଧି ଏବଂ ବ୍ଲକର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଇଛନ୍ତି। ମିନାଝୋଲା ଭଳି ପ୍ରାକୃତିକସ୍ଥଳୀ ତଥା ଶୈବପୀଠକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଅଞ୍ଚଳର ସାମାଜିକକର୍ମୀ ବିଜୟ ପ୍ରସାଦ ଉଲାକା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଏସ୍‌. ଈଶ୍ୱର ରାଓ, ବାସୁଦେବ ମାଳବିଶୋଇ, ଦୟାନିଧି ପାତ୍ର, ତରଣୀ ଚୌଧୁରୀ ପ୍ରମୁଖ ଅନୁରୋଧ କରିଛନ୍ତି।

(ବିଜୟ ପ୍ରସାଦ ଉଲାକା)


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?