ପାଇଖାନା ନିର୍ମାଣ ନାମରେ ହରିଲୁଟ୍‌

ଭାପୁର,୪ା ୮(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନାମରେ ହୋଇଛି ଲକ୍ଷାଧିକ ଟଙ୍କା ହରିଲୁଟ । ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇ ସବୁଆଡେ ଫଳକ ମରାଯାଇଛି । ଏକଥା ଦେଖିଲେ ଯେ କେହି ତାଜୁବ ହୋଇଯିବ । ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ କାଗଜ କଲମରେ ସବୁ କିଛି ଠିକ୍‌ ଚାଲିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭାପୁର ବ୍ଲକରେ କେଉଁଠି ପାଇଖାନା ନିର୍ମାଣ ହୋଇ ନାହିଁ ତ ଆଉ କେଉଁଠି ଅଧାପନ୍ତରିଆ ଅବସ୍ଥାରେ ରହିଛି । ନିମ୍ନମାନର କାମ ଯୋଗୁ ବହୁ ପାଇଖାନା ମାଟିରେ ମିଶି ସାରିଛି । ଅଧିକାଂଶ ପାଇଖାନାରେ କବାଟ ନ ଥିବା ବେଳେ ଟାଙ୍କିରେ ଘୋଡଣୀ ପଡିନାହିଁ । ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ସାକାର କରିବାକୁ ଯାଇ କେନ୍ଦ୍ର ସରକାର ସ୍ବଚ୍ଛ ପରିମଳ ଯୋଜନାରେ ସମସ୍ତ ପରିବାରକୁ ପାଇଖାନା ନିର୍ମାଣ କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏଥିପାଇଁ ହିତାଧିକାରୀଙ୍କୁ ୧୨ହଜାର ଟଙ୍କା ଲେଖାଏ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ା ଭାପୁର ବ୍ଲକର ୨୦ପଞ୍ଚାୟତର ୧୨୬ ଗାଁରେ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇଥିଲେ । ଗାଁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କରିଥିଲେ ା ଅଦ୍ୟାବଧି ଅଧିକାଂଶ ପାଇଖାନା ନିର୍ମାଣ ଅଧାରେ ଅଟକିଛି । ଏପଟେ ସମସ୍ତ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଶେଷ ହୋଇଥିବା ଦର୍ଶାଇ ରିପୋର୍ଟ ପ୍ରଦାନ କରାଯାଇଛି । ଫଳରେ ସରକାର ସେହି ଗାଁକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ଘୋଷଣା କରି ବଡ଼ ବଡ଼ ହୋଡ଼ିଂ ମାରିଛନ୍ତି । ବିଜିପୁର ଓ ଧାନଚାଙ୍ଗଡା ପଞ୍ଚାୟତରେ ଠିକାଦାର ନିମ୍ନମାନର ପାଇଖାନା କରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । କେଉଁଠି ପାଇଖାନା କବାଟ ଆଜି ପର୍ଯ୍ୟନ୍ତ ଲାଗି ନାହିଁ । ଟାଙ୍କିରେ ନନ୍ଦ ପଡିଛି ହେଲେ ଉପର ଘୋଡଣୀ ପଡିନାହିଁ । ପାଇଖାନା ଉପରେ ଆଜବେଷ୍ଟ ପଡିନାହିଁ । ହେଲେ ଠିକାଦାର ହିତାଧିକାରୀଙ୍କ ଫଟୋ ଉଠାଇ ଦସ୍ତଖତ ନେଇ ଟଙ୍କା ଉଠାଇ ନେଇଛନ୍ତି । ସୁନାଖଳା ଗ୍ରାମର ଅଗାଧୁ ବରାଡ, ସୁବଳ ବରାଡ, ଶତ୍ରୁଘନ ବରାଡଙ୍କ ପାଇଖାନା ଟାଙ୍କିରେ ଘୋଡଣୀ ନାହିଁ । ସେମାନେ ଠିକାଦାରଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଲୋକମାନେ ଘରେ ଥିବା ପାଇଖାନାକୁ ବ୍ୟବହାର ନ କରି ତା ଭିତରେ ଜାଳେଣି କାଠ ରଖୁଥିବା ଦେଖିବାକୁ ମିଳିଛି । ଲୋକମାନେ ରାସ୍ତା କଡରେ ମଳତ୍ୟାଗ କରୁଛନ୍ତି । ଏଥିପାଇଁ ବିଜିପୁର-ସୁନାଖଳା ରାସ୍ତାରେ ଯାତାୟତ କରିବା ସମ୍ଭବ ହୋଇନାହିଁ । ଏସଂକ୍ରାନ୍ତରେ ରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?