ପାଇଖାନା ନିର୍ମାଣ ନାମରେ ହରିଲୁଟ୍‌

ଭାପୁର,୪ା ୮(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନାମରେ ହୋଇଛି ଲକ୍ଷାଧିକ ଟଙ୍କା ହରିଲୁଟ । ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇ ସବୁଆଡେ ଫଳକ ମରାଯାଇଛି । ଏକଥା ଦେଖିଲେ ଯେ କେହି ତାଜୁବ ହୋଇଯିବ । ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ କାଗଜ କଲମରେ ସବୁ କିଛି ଠିକ୍‌ ଚାଲିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଭାପୁର ବ୍ଲକରେ କେଉଁଠି ପାଇଖାନା ନିର୍ମାଣ ହୋଇ ନାହିଁ ତ ଆଉ କେଉଁଠି ଅଧାପନ୍ତରିଆ ଅବସ୍ଥାରେ ରହିଛି । ନିମ୍ନମାନର କାମ ଯୋଗୁ ବହୁ ପାଇଖାନା ମାଟିରେ ମିଶି ସାରିଛି । ଅଧିକାଂଶ ପାଇଖାନାରେ କବାଟ ନ ଥିବା ବେଳେ ଟାଙ୍କିରେ ଘୋଡଣୀ ପଡିନାହିଁ । ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ସାକାର କରିବାକୁ ଯାଇ କେନ୍ଦ୍ର ସରକାର ସ୍ବଚ୍ଛ ପରିମଳ ଯୋଜନାରେ ସମସ୍ତ ପରିବାରକୁ ପାଇଖାନା ନିର୍ମାଣ କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏଥିପାଇଁ ହିତାଧିକାରୀଙ୍କୁ ୧୨ହଜାର ଟଙ୍କା ଲେଖାଏ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ା ଭାପୁର ବ୍ଲକର ୨୦ପଞ୍ଚାୟତର ୧୨୬ ଗାଁରେ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇଥିଲେ । ଗାଁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କରିଥିଲେ ା ଅଦ୍ୟାବଧି ଅଧିକାଂଶ ପାଇଖାନା ନିର୍ମାଣ ଅଧାରେ ଅଟକିଛି । ଏପଟେ ସମସ୍ତ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଶେଷ ହୋଇଥିବା ଦର୍ଶାଇ ରିପୋର୍ଟ ପ୍ରଦାନ କରାଯାଇଛି । ଫଳରେ ସରକାର ସେହି ଗାଁକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ଘୋଷଣା କରି ବଡ଼ ବଡ଼ ହୋଡ଼ିଂ ମାରିଛନ୍ତି । ବିଜିପୁର ଓ ଧାନଚାଙ୍ଗଡା ପଞ୍ଚାୟତରେ ଠିକାଦାର ନିମ୍ନମାନର ପାଇଖାନା କରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । କେଉଁଠି ପାଇଖାନା କବାଟ ଆଜି ପର୍ଯ୍ୟନ୍ତ ଲାଗି ନାହିଁ । ଟାଙ୍କିରେ ନନ୍ଦ ପଡିଛି ହେଲେ ଉପର ଘୋଡଣୀ ପଡିନାହିଁ । ପାଇଖାନା ଉପରେ ଆଜବେଷ୍ଟ ପଡିନାହିଁ । ହେଲେ ଠିକାଦାର ହିତାଧିକାରୀଙ୍କ ଫଟୋ ଉଠାଇ ଦସ୍ତଖତ ନେଇ ଟଙ୍କା ଉଠାଇ ନେଇଛନ୍ତି । ସୁନାଖଳା ଗ୍ରାମର ଅଗାଧୁ ବରାଡ, ସୁବଳ ବରାଡ, ଶତ୍ରୁଘନ ବରାଡଙ୍କ ପାଇଖାନା ଟାଙ୍କିରେ ଘୋଡଣୀ ନାହିଁ । ସେମାନେ ଠିକାଦାରଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଲୋକମାନେ ଘରେ ଥିବା ପାଇଖାନାକୁ ବ୍ୟବହାର ନ କରି ତା ଭିତରେ ଜାଳେଣି କାଠ ରଖୁଥିବା ଦେଖିବାକୁ ମିଳିଛି । ଲୋକମାନେ ରାସ୍ତା କଡରେ ମଳତ୍ୟାଗ କରୁଛନ୍ତି । ଏଥିପାଇଁ ବିଜିପୁର-ସୁନାଖଳା ରାସ୍ତାରେ ଯାତାୟତ କରିବା ସମ୍ଭବ ହୋଇନାହିଁ । ଏସଂକ୍ରାନ୍ତରେ ରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ, ସଙ୍ଗରୋଧ କେନ୍ଦ୍ରକୁ ଗଲେ

ବାମରା,୨୮।୪(ଡି.ଏନ.ଏ): ଓଡ଼ିଶାରେ ଥିବା ବାହ୍ୟ ରାଜ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ଛାଡି ନ ଯିବା ପାଇଁ...

ଏନ୍‌ଟିପିସି ମୁଖ୍ୟ ମହାପ୍ରବନ୍ଧକଙ୍କ ପଦୋନ୍ନତି

ତାଳଚେର, ୨୧ା୭(ନି.ପ୍ର.) – କଣିହାଁ ସ୍ଥିତ ଏନ୍‌ଟିପିସିର ମୁଖ୍ୟ ମହାପ୍ରବନ୍ଧକ ରମେଶବାବୁ ଭିଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ପଦୋନ୍ନତି ହୋଇଛି। ଗତ ୧୭ରେ ସେ...

ବିଲରେ ଲରେ କାମ କରୁଥିବା ବେଳେବଜ୍ରପାତରେ ଜୀବନଗଲା

ହାଟଡ଼ିହୀ,୩୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପଦ୍ମନାଭ ପହି (୬୬)। ପଦ୍ମନାଭ ବିଲରେ...

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ: ଜଣେ ମହିଳା ଆନ୍ଦୋଳନକାରୀ ଅସୁସ୍ଥ

କେନ୍ଦୁଝର, ୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଜାନୁୟାରୀ ୧ରୁ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ଆନ୍ଦୋଳନରେ ବସିଥିବା ଜଣେ...

ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ...

ରାଜନଗରରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ରାଜନଗର,୧୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ତ୍ରିନାଥ ବଜାରସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡ...

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଇମା ଉଦ୍ଦିନ କୋର୍ଟଚାଲାଣ

ପାରାଦୀପ, ୨୪।୧ (ସ୍ବ.ପ୍ର.):ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁ ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ମଣିମନ୍ଦିର ପାଖ ବସ୍ତିର ଶରତ ଜେନାଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ...

ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ...

Advertisement
Archives

Model This Week