Posted inଜାତୀୟ

ଏଫ୍‌ସିଏଟିକୁ ଉଚ୍ଛେଦ କଲା କେନ୍ଦ୍ର

ନୂଆଦିଲ୍ଲୀ/ମୁମ୍ବାଇ,୮ା୪ : ଫିଲ୍ମ ସାର୍ଟିଫିକେଶନ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏଫ୍‌ସିଏଟି)କୁ କେନ୍ଦ୍ର ସରକାର ତତ୍କାଳ ଉଚ୍ଛେଦ କରିଛନ୍ତି। ଫଳରେ ସେନ୍ସର ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି)ର ରାୟକୁ ଚ୍ୟାଲେଞ୍ଜ କରିବା ଅଧିକାର ପ୍ରଯୋଜକମାନେ ହରାଇଛନ୍ତି। ସେନ୍ସର ବୋର୍ଡର କଇଁଚିରେ କ୍ଷତିଗ୍ରସ୍ତ ନିର୍ମାତାମାନଙ୍କୁ ଆଗକୁ ସେମାନଙ୍କ ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ହଂସଲ ମେହେଟ୍ଟାଙ୍କଠାରୁ ନେଇ ବିଶାଳ ଭରଦ୍ୱାଜଙ୍କ ପର୍ଯ୍ୟନ୍ତ ଫିଲ୍ମ ପ୍ରଯୋଜକମାନେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏଫ୍‌ସିଏଟି ୧୯୮୩ରେ ଗଠିତ ଏକ ସାମ୍ବିଧାନିକ ସଂସ୍ଥା। ସିନେମାଟୋଗ୍ରାଫ୍‌ ଆଇନ, ୧୯୫୨ ଧାରା ୫ଡି ଅନୁଯାୟୀ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହାର ପ୍ରତିଷ୍ଠା କରାଯାଇଥିଲା। ଦିଲ୍ଲୀରେ ଏହାର ମୁଖ୍ୟାଳୟ ରହିଛି। କୌଣସି ଫିଲ୍ମରେ ଆପତ୍ତିଜନକ, ସାମ୍ପ୍ରଦାୟିକ, ହିଂସାମତ୍କ ଓ ଯୌନ ଉଦ୍ଦୀପକ ଭାଷା ବା ଦୃଶ୍ୟ ଥିଲେ ସେନ୍ସର ବୋର୍ଡ ତାକୁ କାଟି ଦେଉଥିଲା। ଏହାସହ ଫିଲ୍ମକୁ ‘ଆଡଲ୍ଟ’ ବା ‘ୟୁନିଭର୍ସାଲ’ ଅଥବା ଅନ୍ୟ କେଉଁ ଶ୍ରେଣୀରେ ବର୍ଗୀକୃତ କରି ପ୍ରମାଣପତ୍ର ଦିଆଯିବ ତାହା ସେନ୍ସର ବୋର୍ଡ ସ୍ଥିର କରୁଥିଲା। ଏଥିରେ କେହି ଫିଲ୍ମ ପ୍ରଯୋଜକ ଅସନ୍ତୋଷ ହେଲେ ଏଫ୍‌ସିଏଟି ପାଖକୁ ଗୁହାରି କରିବାକୁ ଯାଉଥିଲେ। ଫଳରେ ଦେଶରେ ବହୁ ସଂଖ୍ୟକ ଫିଲ୍ମ ରିଲିଜ୍‌ କ୍ଷେତ୍ରରେ ଉକ୍ତ ଟ୍ରିବ୍ୟୁନାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା। ଆଇନ ମନ୍ତ୍ରଣାଳୟ ରବିବାର ଟ୍ରିବ୍ୟୁନାଲ ରିଫର୍ମସ୍‌ (ରେଶନଲାଇଜେଶନ୍‌ ଆଣ୍ଡ କଣ୍ଡିସନ୍ସ ଅଫ୍‌ ସର୍ଭିସେସ୍‌) ଅର୍ଡିନାନ୍ସ, ୨୦୨୧ ଜାରି କରିଛି। ଉକ୍ତ ଅଧ୍ୟାଦେଶ ବଳରେ ଏହି ସଂସ୍ଥା ଭଙ୍ଗ ହୋଇଯାଇଛି। ଫଳରେ ପ୍ରଯୋଜକ ମହଲରେ ଭାଲେଣି ପଡ଼ିଛି। ବିଶାଲ ଭରଦ୍ୱାଜ, ହଂସଲ ମେହେଟ୍ଟା ଓ ଗୁନୀତ ମୋଙ୍ଗାଙ୍କ ଭଳି ପ୍ରଯୋଜକ ଏହି ପଦକ୍ଷେପକୁ ‘ସ୍ବେଚ୍ଛାଚାରୀ’ ଓ ‘ବାଧା ସୃଷ୍ଟିକାରୀ’ ବୋଲି ଅଭିହିତ କରିଛନ୍ତି। ଏହାକୁ ଅନେକେ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ପ୍ରହାର ବୋଲି ମଧ୍ୟ ସମାଲୋଚନା କରିଛନ୍ତି। ହଂସଲ ମେହେଟ୍ଟା ଟୁଇଟ୍‌ କରି ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହାଇକୋର୍ଟଗୁଡ଼ିକ ପାଖରେ ଫିଲ୍ମ ପ୍ରମାଣୀକରଣ ଅଭିଯୋଗ ଶୁଣାଣି କରିବା ପାଇଁ ପର୍ଯ୍ୟାପ୍ତ ସମୟ ଅଛି କି? କେତେଜଣ ପ୍ରଯୋଜକ କୋର୍ଟକୁ ଯିବେ? ଏଫ୍‌ସିଏଟିକୁ ଏବେ କାହିଁକି ବନ୍ଦ କରାଯାଉଛି ବୋଲି ‘ସ୍କାମ୍‌ ୧୯୯୨’ର ପ୍ରଯୋଜକ ପ୍ରଶ୍ନ କରିଛନ୍ତି। ସେହିପରି ସେନ୍ସରଶିପ୍‌ ବିରୋଧରେ କହିଆସୁଥିବା ବିଶାଳ ଭରଦ୍ୱାଜ ଏହାକୁ ଭାରତୀୟ ସିନେମା ପାଇଁ ଏକ ଦୁଃଖଦ ଦିନ ବୋଲି ଅଭିହିତ କରିଛନ୍ତି।
ନିକଟ ଅତୀତରେ ହାରାମଖୋର(୨୦୧୬), ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା(୨୦୧୭), ବାବୁମୋସାଇ ବନ୍ଧୁକବାଜ (୨୦୧୭) ଭଳି ଡ୍ରାମାକୁ ଏଫ୍‌ସିଏଟି ମଞ୍ଜୁରୀ ମିଳିଥିଲା। ପହଲାଜ ନିହାଲାନିଙ୍କ ଅଧ୍ୟକ୍ଷତାରେ ସେନ୍ସର ବୋର୍ଡ ବାବୁମୋସାଇ ବନ୍ଧୁକବାଜର ୪୮ ଦୃଶ୍ୟ କଟ୍‌ କରିଥିବାବେଳେ ହାରାମଖୋର ଓ ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖାକୁ ସାର୍ଟିଫାଏ କରିବାକୁ ମନା କରିଦେଇଥିଲା। ଫିଲ୍ମ ମେକର ଅନୁରାଗ କାଶ୍ୟପ ମଧ୍ୟ ଉଡ୍‌ତା ପଞ୍ଜାବରେ ସିବିଏଫ୍‌ସିର କଟ୍‌ ବିରୋଧରେ ଆପିଲେଟ୍‌ ଟ୍ରିବ୍ୟୁନାଲକୁ ଯାଇଥିଲେ। ୨୦୧୫ରେ ଭାରତ ସରକାର ଟ୍ରିବ୍ୟୁନାଲଗୁଡ଼ିକୁ ଯୁକ୍ତିସିଦ୍ଧ କରିବା ଆରମ୍ଭ କରିଥିଲେ। ଫାଇନାନ୍ସ ଆକ୍ଟ, ୨୦୧୭ ବଳରେ ୭ଟି ଟ୍ରିବ୍ୟୁନାଲକୁ ଉଚ୍ଛେଦ ଅଥବା ଅନ୍ୟ ସଂସ୍ଥା ସହ ବିଲୀନ କରାଯାଇଛି। ଫଳରେ ଟ୍ରିବ୍ୟୁନାଲ ସଂଖ୍ୟା ୨୬ରୁ ୧୯କୁ ଖସିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?