Posted inଜାତୀୟ

ଏଫ୍‌ସିଏଟିକୁ ଉଚ୍ଛେଦ କଲା କେନ୍ଦ୍ର

ନୂଆଦିଲ୍ଲୀ/ମୁମ୍ବାଇ,୮ା୪ : ଫିଲ୍ମ ସାର୍ଟିଫିକେଶନ ଆପିଲେଟ୍‌ ଟ୍ରିବ୍ୟୁନାଲ (ଏଫ୍‌ସିଏଟି)କୁ କେନ୍ଦ୍ର ସରକାର ତତ୍କାଳ ଉଚ୍ଛେଦ କରିଛନ୍ତି। ଫଳରେ ସେନ୍ସର ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି)ର ରାୟକୁ ଚ୍ୟାଲେଞ୍ଜ କରିବା ଅଧିକାର ପ୍ରଯୋଜକମାନେ ହରାଇଛନ୍ତି। ସେନ୍ସର ବୋର୍ଡର କଇଁଚିରେ କ୍ଷତିଗ୍ରସ୍ତ ନିର୍ମାତାମାନଙ୍କୁ ଆଗକୁ ସେମାନଙ୍କ ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ହଂସଲ ମେହେଟ୍ଟାଙ୍କଠାରୁ ନେଇ ବିଶାଳ ଭରଦ୍ୱାଜଙ୍କ ପର୍ଯ୍ୟନ୍ତ ଫିଲ୍ମ ପ୍ରଯୋଜକମାନେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏଫ୍‌ସିଏଟି ୧୯୮୩ରେ ଗଠିତ ଏକ ସାମ୍ବିଧାନିକ ସଂସ୍ଥା। ସିନେମାଟୋଗ୍ରାଫ୍‌ ଆଇନ, ୧୯୫୨ ଧାରା ୫ଡି ଅନୁଯାୟୀ ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହାର ପ୍ରତିଷ୍ଠା କରାଯାଇଥିଲା। ଦିଲ୍ଲୀରେ ଏହାର ମୁଖ୍ୟାଳୟ ରହିଛି। କୌଣସି ଫିଲ୍ମରେ ଆପତ୍ତିଜନକ, ସାମ୍ପ୍ରଦାୟିକ, ହିଂସାମତ୍କ ଓ ଯୌନ ଉଦ୍ଦୀପକ ଭାଷା ବା ଦୃଶ୍ୟ ଥିଲେ ସେନ୍ସର ବୋର୍ଡ ତାକୁ କାଟି ଦେଉଥିଲା। ଏହାସହ ଫିଲ୍ମକୁ ‘ଆଡଲ୍ଟ’ ବା ‘ୟୁନିଭର୍ସାଲ’ ଅଥବା ଅନ୍ୟ କେଉଁ ଶ୍ରେଣୀରେ ବର୍ଗୀକୃତ କରି ପ୍ରମାଣପତ୍ର ଦିଆଯିବ ତାହା ସେନ୍ସର ବୋର୍ଡ ସ୍ଥିର କରୁଥିଲା। ଏଥିରେ କେହି ଫିଲ୍ମ ପ୍ରଯୋଜକ ଅସନ୍ତୋଷ ହେଲେ ଏଫ୍‌ସିଏଟି ପାଖକୁ ଗୁହାରି କରିବାକୁ ଯାଉଥିଲେ। ଫଳରେ ଦେଶରେ ବହୁ ସଂଖ୍ୟକ ଫିଲ୍ମ ରିଲିଜ୍‌ କ୍ଷେତ୍ରରେ ଉକ୍ତ ଟ୍ରିବ୍ୟୁନାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା। ଆଇନ ମନ୍ତ୍ରଣାଳୟ ରବିବାର ଟ୍ରିବ୍ୟୁନାଲ ରିଫର୍ମସ୍‌ (ରେଶନଲାଇଜେଶନ୍‌ ଆଣ୍ଡ କଣ୍ଡିସନ୍ସ ଅଫ୍‌ ସର୍ଭିସେସ୍‌) ଅର୍ଡିନାନ୍ସ, ୨୦୨୧ ଜାରି କରିଛି। ଉକ୍ତ ଅଧ୍ୟାଦେଶ ବଳରେ ଏହି ସଂସ୍ଥା ଭଙ୍ଗ ହୋଇଯାଇଛି। ଫଳରେ ପ୍ରଯୋଜକ ମହଲରେ ଭାଲେଣି ପଡ଼ିଛି। ବିଶାଲ ଭରଦ୍ୱାଜ, ହଂସଲ ମେହେଟ୍ଟା ଓ ଗୁନୀତ ମୋଙ୍ଗାଙ୍କ ଭଳି ପ୍ରଯୋଜକ ଏହି ପଦକ୍ଷେପକୁ ‘ସ୍ବେଚ୍ଛାଚାରୀ’ ଓ ‘ବାଧା ସୃଷ୍ଟିକାରୀ’ ବୋଲି ଅଭିହିତ କରିଛନ୍ତି। ଏହାକୁ ଅନେକେ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ପ୍ରହାର ବୋଲି ମଧ୍ୟ ସମାଲୋଚନା କରିଛନ୍ତି। ହଂସଲ ମେହେଟ୍ଟା ଟୁଇଟ୍‌ କରି ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହାଇକୋର୍ଟଗୁଡ଼ିକ ପାଖରେ ଫିଲ୍ମ ପ୍ରମାଣୀକରଣ ଅଭିଯୋଗ ଶୁଣାଣି କରିବା ପାଇଁ ପର୍ଯ୍ୟାପ୍ତ ସମୟ ଅଛି କି? କେତେଜଣ ପ୍ରଯୋଜକ କୋର୍ଟକୁ ଯିବେ? ଏଫ୍‌ସିଏଟିକୁ ଏବେ କାହିଁକି ବନ୍ଦ କରାଯାଉଛି ବୋଲି ‘ସ୍କାମ୍‌ ୧୯୯୨’ର ପ୍ରଯୋଜକ ପ୍ରଶ୍ନ କରିଛନ୍ତି। ସେହିପରି ସେନ୍ସରଶିପ୍‌ ବିରୋଧରେ କହିଆସୁଥିବା ବିଶାଳ ଭରଦ୍ୱାଜ ଏହାକୁ ଭାରତୀୟ ସିନେମା ପାଇଁ ଏକ ଦୁଃଖଦ ଦିନ ବୋଲି ଅଭିହିତ କରିଛନ୍ତି।
ନିକଟ ଅତୀତରେ ହାରାମଖୋର(୨୦୧୬), ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା(୨୦୧୭), ବାବୁମୋସାଇ ବନ୍ଧୁକବାଜ (୨୦୧୭) ଭଳି ଡ୍ରାମାକୁ ଏଫ୍‌ସିଏଟି ମଞ୍ଜୁରୀ ମିଳିଥିଲା। ପହଲାଜ ନିହାଲାନିଙ୍କ ଅଧ୍ୟକ୍ଷତାରେ ସେନ୍ସର ବୋର୍ଡ ବାବୁମୋସାଇ ବନ୍ଧୁକବାଜର ୪୮ ଦୃଶ୍ୟ କଟ୍‌ କରିଥିବାବେଳେ ହାରାମଖୋର ଓ ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖାକୁ ସାର୍ଟିଫାଏ କରିବାକୁ ମନା କରିଦେଇଥିଲା। ଫିଲ୍ମ ମେକର ଅନୁରାଗ କାଶ୍ୟପ ମଧ୍ୟ ଉଡ୍‌ତା ପଞ୍ଜାବରେ ସିବିଏଫ୍‌ସିର କଟ୍‌ ବିରୋଧରେ ଆପିଲେଟ୍‌ ଟ୍ରିବ୍ୟୁନାଲକୁ ଯାଇଥିଲେ। ୨୦୧୫ରେ ଭାରତ ସରକାର ଟ୍ରିବ୍ୟୁନାଲଗୁଡ଼ିକୁ ଯୁକ୍ତିସିଦ୍ଧ କରିବା ଆରମ୍ଭ କରିଥିଲେ। ଫାଇନାନ୍ସ ଆକ୍ଟ, ୨୦୧୭ ବଳରେ ୭ଟି ଟ୍ରିବ୍ୟୁନାଲକୁ ଉଚ୍ଛେଦ ଅଥବା ଅନ୍ୟ ସଂସ୍ଥା ସହ ବିଲୀନ କରାଯାଇଛି। ଫଳରେ ଟ୍ରିବ୍ୟୁନାଲ ସଂଖ୍ୟା ୨୬ରୁ ୧୯କୁ ଖସିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri