‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ ମନୋରଞ୍ଜନ ସାହୁ । ମଙ୍ଗଳବାର ସ୍ଥାନୀୟ ବୀର ଛକ (ହଳଦୀ ପାଲି) ଠାରେ ବରଗଡ଼ ଜିଲା ପ୍ରଶାସନ ଓ  ଶହିଦ ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ଜିଲା ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ୱରେ ଓ ଶହୀଦ ସ୍ମୃତି କମିଟିର ଉପ ସଭାପତି ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳନ ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହୁ ସଶସ୍ତ୍ର ସାଧୀନତା ସଂଗ୍ରାମ ରେ ମାଧୋ ସିଂଙ୍କ ଶହୀଦ ପରିବାରକୁ ଶ୍ରଦ୍ଧାସୁମନ ଅର୍ପଣ କରି ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଶହୀଦ ମାଧୋ ସିଂହ ଓ ତାଙ୍କ ପରିବାରର ବଳିଦାନ ସମଗ୍ର ଭାରତବର୍ଷ ପାଇଁ ବିରଳ ଦୃଷ୍ଟାନ୍ତ ଅଟେ ବୋଲି କହିଥିଲେ । ସେ ଏହି ଅବସରରେ ଏହି ବୀର ପରିବାରର ସଂଗ୍ରାମ ଗାଥା ପାଠ୍ୟପୁସ୍ତକରେ ସ୍ଥାନୀତ ହେଲେ ଶହୀଦ ମାଧୋ ସିଂହ ଓ ପରିବାରଙ୍କ ପ୍ରକୃତ ସ୍ମୃତିରକ୍ଷା ହୋଇପାରିବ ବୋଲି କହିଥିଲେ। ଶହୀଦଙ୍କ ରକ୍ତାକ୍ତ ସଂଗ୍ରାମ ଉପରେ ଆଲୋକପାତ କରି ମାଧୋ ସିଂହ ଓ ତାଙ୍କ ପରିବାର ବର୍ଗ
ବୀର ସୁରେନ୍ଦ୍ର ସାଏଙ୍କ ପ୍ରମୁଖ ସହଯୋଗୀ ଯୋଦ୍ଧା ଥିଲେ ବୋଲି ସାହୁ ଦାବି କରିଥିଲେ ।
ଭାରତୀୟ ସଶସ୍ତ୍ର ସଂଗ୍ରାମରେ ଗୋଟିଏ ପରିବାରର ଏଭଳି ବଳିଦାନ ସମଗ୍ର ଇତିହାସରେ ବିରଳ ଅଟେ । ନିଜର ସମ୍ପୂର୍ଣ୍ଣ ପରିବାର ସଦସ୍ୟ ଯଥା ଚାରି ପୁଅ, ଜ୍ୱାଇଁଙ୍କ ସହ ନିଜେ ମାଧୋ ସିଂହ ଯେଭଳି ଭାବରେ ସଶସ୍ତ୍ର ସୱାଧୀନତା ସଂଗ୍ରାମରେ ଝାସ ଦେଇ ସମ୍ପୂର୍ଣ୍ଣ ପରିବାର ସହ ବଳିଦାନ ଦେଲେ ତାହା ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା କଥା । କିନ୍ତୁ ବିଡମ୍ବନା ଏହିଭଳି ବୀରତାର ବୀରଗାଥାକୁ ଇତିହାସରେ ଯଥୋଚିତ ସ୍ଥାନ ମିଳିପାରିନାହିଁ ବୋଲି ସାହୁ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ଶହିଦ ସ୍ମୃତି ସମିତି ପକ୍ଷରୁ ବୀର ଶହିଦ ପରିବାରର ବୀର ଗାଥାକୁ କିଭଳି ପାଠ୍ୟ ପୁସ୍ତକରେ ସ୍ଥାନୀତ କରାଯାଇ ପାରିବ ତଥା ସ୍ମୃତି ରକ୍ଷା ପାଇଁ ଆହୁରି ଅନେକ କଣ କରାଯାଇ ପାରିବ ତାହା ଉପରେ ଜିଲା ପ୍ରଶାସନ ସହ ସମସ୍ତଙ୍କୁ ନେଇ ଆଲୋଚନା ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରାଯିବ । ସହିଦ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ତଥା ଶହୀଦ ବୀର ମାଧୋ ସିଂଙ୍କ ବେଶରେ ଥିବା ପାଣ୍ଡବ କର୍ଣ୍ଣ ମାଧୋ ସିଂହ ଓ ତାଙ୍କ ପରିବାରବର୍ଗଙ୍କ ବଳିଦାନର କାହାଣୀ ଭାରତ ଇତିହାସରେ ବିରଳ ଓ ଅଦ୍ୱିତୀୟ , ଭବିଷ୍ୟତ ବଂଶଧରଙ୍କ ପାଇଁ ଏହି ପରାକ୍ରମର ଗାଥା ଅନୁକରଣୀୟ ଅଟେ ବୋଲି କହିଥିଲେ ।
ଶେଷରେ ବରିଷ୍ଠ ନାଗରିକ ସଂଘ ଉପସଭାପତି ର୍ନିମଳ କର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ଅତିଥିମାନେ ବୀରଛକ ସ୍ଥିତ ବୀର ସ୍ତମ୍ଭ ଓ ମାଧୋ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାସ୍ଥଳ ନିକଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ସହିଦ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ତଥା ଶହୀଦ ବୀର ମାଧୋ ସିଂଙ୍କ ବେଶରେ ଥିବା ପାଣ୍ଡବ କର୍ଣ୍ଣ ଓ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଉଦ୍ଘାଟନ କରିଥିଲେ । ଘେଁସ ଜମିଦାର ମାଧୋ ସିଂହଙ୍କ ଗୃହରୁ ମଶାଲ ଧରି ମାଧୋ ସିଂହଙ୍କ ବେଶରେ ସଜ୍ଜିତ ହୋଇ ସମାଜସେବୀ ପାଣ୍ଡବ କର୍ଣ୍ଣ ବରଗ ମାଁ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ଶହିଦ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବରଗଡ଼ ର ଇଷ୍ଟ ଦେବୀ ମାଁ ସମଲେଶରୀ ଙ୍କ ପୂଜାର୍ଚନା କରାଯିବା ପରେ ଏକ ଶୋଭାଯାତ୍ରାରେ ମଶାଲକୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଆୟୋଜକ ମାନଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ , ଗଙ୍ଗାଧର ମେହେର ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେଠାରେ ପୂର୍ବରୁ ଅପେକ୍ଷରତ ବରଗ ମଶାଲକୁ ସ୍ବାଗତ କରିବା ପରେ ଗଣ ଦୌଡ଼ ଯୋଗେ ମସାଲକୁ ବୀରଛକ ସ୍ଥିତ ସଭାସ୍ଥଳକୁ ନିଆଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର ଓ ଶହିଦ ସ୍ମୃତି ସମିତି ର ଉପ ସଭାପତି ରବି ପଣ୍ଡା , ସୁରେନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଶହିଦ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଯଥା କୋଶଳ ରାଜ୍ୟ ସମନୱୟ ସମିତି, କୋସଳ ସେନା, ଆମ ଆଦମୀ ପାର୍ଟି,  ବରଗଡ ଫିଜିକାଲ ଏକାଡେମୀ, କୋଶଳ ଡିଫେନ୍ସ ଏକାଡେମୀ, ସଂକଳ୍ପ ପରିବାର, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ବରଗଡ ସାମ୍ବାଦିକ ସଂଘ, ସମଲେଶରୀ ସଙ୍ଘ, ବରଗଡ ଜିଲା ଭୂତପୂର୍ବ ସୈନିକ ସଂଘ, ରୋଟାରୀ ପବ୍ଲିକ ସ୍କୁଲ, ରଣେଶ୍ୱର ରାମଚଣ୍ଡୀ ଯୁବ ସଙ୍ଗଠନ, ବରଗଡ ରିଜର୍ଭ ପୋଲିସ ଫୋର୍ସର କର୍ମକର୍ତ୍ତା ଓ ସଦସ୍ୟ ମାନେ ସାମିଲ ହୋଇଥିଲେ । ଅବନୀକାନ୍ତ ପଣ୍ଡା, ବିରେନ୍ଦ୍ର ପ୍ରଧାନ, ଦୀପକ ରଥ, ଭବାନୀ ସାହୁ, ବିକାଶ ଅଗ୍ରୱାଲ , ଜି.ରମେଶ , ସୁରସେନ ବହିଦାର, ହରିହର ପ୍ରଧାନ, ଅଜିତ ପତି, ରମଣୀ ରଂଜନ ବେହେରା, ଭରତ ଭୁଷଣ ଦାଶ, ଗିରିଶ ମାଝୀ, ପ୍ରସନ୍ନ ପ୍ରଧାନ, କାହ୍ନୁ ପୃଷ୍ଟି, ସୁରେଶ ଦାଶ, ପ୍ରଶାନ୍ତ ଦାଶ ,ପ୍ରିତମ ସିଂ, ମାମି ମିଶ୍ର,ଭରତ ସାହୁ, ଲଲାଟେନ୍ଦୁ ବେହେରା, ପରେଶ ବିଶି, ଗଣଦୌଡ଼ ସଂଯୋଜନା କରିଥିବା ବେଳେ ବହୁ ବରଗଡ଼ ବାସୀ ସାମିଲ ହୋଇ ନିଜେ ଦୌଡିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri