ସିସିଟିଭି: ଥାଇ ନ ଥିବା ଭଳି

ଖୋର୍ଦ୍ଧା,୩ା୧୦(ପ୍ରଭାତ ପାଣିଗ୍ରାହୀ):ଥାନାରେ ସ୍ବଚ୍ଛତା ଆଣିବା ନିମନ୍ତେ ସିସିଟିିଭି ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସିିସିଟିଭି ଲାଗିଲେ ଲୋକମାନଙ୍କ ପ୍ରତି ପୋଲିସର ବ୍ୟବହାର ଜଣାପଡ଼ିବ। ହେଲେ ଏବେ ବି ରାଜ୍ୟର ବିଭିନ୍ନ ଥାନାରେ ସିସିଟିଭି ଲାଗି ନ ଥିବା ଜଣାପଡ଼ିଛି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ପରେ ଏହି ସତ୍ୟ ସାମ୍‌ନାକୁ ଆସିଛି। ଗତ ୨୩ ତାରିଖରେ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟ ଅନୁସାରେ ଏବେ ବି ରାଜ୍ୟର ୬୫୦ ଥାନା ମଧ୍ୟରୁ ୫୭ଟି ଥାନାରେ ସିସିଟିଭି ଲାଗିନାହିଁ। ଆଉ ଯେଉଁଠି ବି ଅଛି ସେଠି ଥାଇ ନ ଥିବାଭଳି। କାରଣ ଅନେକ ଥାନାରେ ଆବଶ୍ୟକ ସଂଖ୍ୟାରେ ସିସିଟିଭି ଲାଗି ନାହିଁ। ଏପରି କି ଲାଗିଥିବା ସିସିଟିଭିର କାର୍ଯ୍ୟକାରିତାକୁ ନେଇ ଅନେକ ସ୍ଥାନରେ ପ୍ରଶ୍ନ ଉଠିଛି। ସାମ୍ପ୍ରତିକ ବିଶୃଙ୍ଖଳାକୁ ଦେଖି ପ୍ରତ୍ୟେକ ଥାନାରେ ସିସିଟିଭି ଲଗାଇବାକୁ ପୋଲିସ ବିଭାଗ ତତ୍ପର ହୋଇଉଠିଛି। ଯେଉଁଠି ଖରାପ ଅଛି ବୋଲି ଆଗରୁ ଜଣାଥିଲା, ସେସବୁ ସ୍ଥାନରେ ଏବେ ତରବରିଆ ଭାବେ ମରାମତି କାର୍ଯ୍ୟ ଚାଲିଛି।
ଖୋର୍ଦ୍ଧା ଜିଲାର ବିଭିନ୍ନ ଥାନାରେ ସିସିଟିଭି ଲାଗିବା ନେଇ ଧରିତ୍ରୀ ତରଫରୁ ଏକ ଅନୁଧ୍ୟାନ କରାଯାଇଥିଲା। ମିଳିଥିବା ରିପୋର୍ଟ ଅନୁସାରେ ଏହି ପୋଲିସ ଜିଲାରେ ୧୧ଟି ଥାନା ରହିଛି। ସଦର ଉପଖଣ୍ଡ ଅଧୀନରେ ଜଙ୍କିଆ,
ଖୋର୍ଦ୍ଧା ଆଦର୍ଶ ଥାନା, ଶିଳ୍ପାଞ୍ଚଳ ଥାନା, ବାଘମାରୀ, ବେଗୁନିଆ ଓ ବୋଲଗଡ଼ ଥାନା ରହିଥିବାବେଳେ ବାଲୁଗାଁ ଏସଡିପିଓ ଅଧୀନରେ ନିରାକାରପୁର, ଟାଙ୍ଗୀ, ବାଲୁଗାଁ, ବାଣପୁର ଓ ନାଚୁଣୀ ଥାନା ରହିଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଆବଶ୍ୟକ ପରିମାଣର ସିସିଟିଭି ନ ଥିବା ଜଣାପଡ଼ିଛି। ଶିଳ୍ପାଞ୍ଚଳ ଥାନା ପୂର୍ବରୁ ଫାଣ୍ଡି ଥିଲା। ଗତବର୍ଷ ତାହା ଥାନାରେ ପରିବର୍ତ୍ତନ ହୋଇଛି। ସେଠାରେ ପୂର୍ବରୁ ମାତ୍ର ୨ଟି ସିସିଟିଭି ଲାଗିଥିଲା। ହେଲେ କିଛିଦିନ ପରେ ତାହା ଅଚଳ ହୋଇଯାଇଥିଲା। ଏବେ ଭରତପୁର ଥାନା ଘଟଣା ପରେ ଉକ୍ତ ସିସିଟିଭିକୁ ମରାମତି କରାଯାଇଛି ବୋଲି ଥାନା ଅଧିକାରିଣୀ ଗାୟତ୍ରୀ ମିଶ୍ର କହିଛନ୍ତି। ତେବେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଶିଳ୍ପାଞ୍ଚଳ ଥାନାର ଜଣେ ଥାନାବାବୁଙ୍କ କହିବା ହେଲା ଏଠାରେ ୬ଟି ସିସିଟିଭି ଲାଗିବା କଥା। ହେଲେ ମାତ୍ର ୨ଟି ସିସିଟିଭିରେ କାମ ଚଳାଇବାକୁ ପଡ଼ୁଛି। ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ଗୋଟିଏ ସିସିଟିଭି ଲାଗିଥିବାବେଳେ ବାହାର ପାର୍ଶ୍ୱକୁ ଆଉ ଗୋଟେ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀଙ୍କ ପ୍ରକୋଷ୍ଠରେ କିମ୍ବା ପୋଲିସ ହାଜତ ନିକଟରେ ସିସିଟିଭି ନାହିଁ। ଯଦି ଏହି ସବୁ ସ୍ଥାନରେ କୌଣସି ଅଘଟଣ ଘଟେ କିମ୍ବା ପୋଲିସ କୌଣସି ପ୍ରମାଣ ନଷ୍ଟ କରିବାକୁ ଚାହେଁ, ତେବେ ସେଥିପାଇଁ କିଏ ଉତ୍ତରଦାୟୀ ରହିବେ, ତାକୁ ନେଇ ନାନା ଚର୍ଚ୍ଚା। ସେହିପରି ଏବେ ନାଚୁଣୀ ଥାନା ନୂତନ କୋଠାରେ ଚାଲିଛି। ଓଡ଼ିଶା ପୋଲିସ ପକ୍ଷରୁ ନୂତନ ଭାବେ ନିର୍ମିତ କୋଠାରେ ସିସିଟିଭି ଖଞ୍ଜିବା ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ସିସିଟିଭି ଖଞ୍ଜି ନ ଥିଲା। ପରବର୍ତ୍ତୀ ସମୟରେ ଏଠାରେ ସିସିଟିଭି ଖଞ୍ଜାଯାଇଥିବା ନାଚୁଣୀ ଥାନାଧିକାରୀ ଚନ୍ଦ୍ରଶେଖର ଜେନା କହିଛନ୍ତି। ଥାନାର ୩ କୋଠରି ଏବଂ ପରିସରରେ ସିସିଟିଭି କାର୍ଯ୍ୟକ୍ଷମ ରହିଥିବା ସେ କହିଛନ୍ତି।
ଏ ସମ୍ପର୍କରେ ଡିଆଇଜି ତଥା ଏସ୍‌ପି ଅବିନାଶ କୁମାର ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ଜିଲାର ସମସ୍ତ ଥାନାରେ ସିସିଟିଭି ଲାଗିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ଏକ ଟିମ୍‌ ସମସ୍ତ ଥାନାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି। କେତେକ ଥାନାରେ ଟେକ୍‌ନିକାଲ, ଇଣ୍ଟରନେଟ ସମସ୍ୟା ଯୋଗୁ ସିସିଟିଭି ଅଚଳ ରହିଥିବା ଜଣାପଡ଼ିବା ପରେ ଏହାକୁ ପୁନଃ ଯାଞ୍ଚ କରି କାର୍ଯ୍ୟକ୍ଷମ କରିବାକୁ ସଦର ଏବଂ ବାଲୁଗାଁ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସଦର ଏସଡିପିଓ ଅନିଲ ମିଶ୍ର କୁହନ୍ତି ଜଙ୍କିଆ, ଖୋର୍ଦ୍ଧା, ବାଘମାରୀ, ବେଗୁନିଆ ଓ ବୋଲଗଡ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ରହିଥିବା ବେଳେ ଶିଳ୍ପାଞ୍ଚଳ ଥାନାରେ ସିସିଟିଭି ଅଚଳ ରହିଥିଲା। ଏହାକୁ ଆବଶ୍ୟକ ମରାମତି କରାଯାଇଛି। ଏନେଇ ବରିଷ୍ଠ ଆଇନଜୀବୀ ଅଜିତ ପଟ୍ଟନାୟକ କୁହନ୍ତି, ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ସମସ୍ତ ଥାନାରେ ସିିସିଟିଭି ଲଗାଇବା ବାଧ୍ୟତାମୂଳକ ରହିଛି। ତେବେ କେତେକ ଥାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦୀର୍ଘ ଦିନ ଧରି ଅଚଳ ହୋଇ ରହୁଥିବା ସିସିଟିଭିକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ସେହିପରି ପୂର୍ବତନ ବାର୍‌ ସଭାପତି ଶିଶିର ପରିଡ଼ା କୁହନ୍ତି, ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ଅଛି କି ନାହିଁ, ଏହା ସ୍ବତନ୍ତ୍ର ଭାବେ ଯାଞ୍ଚ ହେବା ଦରକାର। ଅନେକ ସମୟରେ ଥାନାରେ ଅଭିଯୋଗକାରୀଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିବା ଘଟଣା ବଢ଼ିଚାଲିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଇଲେକ୍ଟ୍ରୋନିକ୍ସ ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି। ତେବେ ପୋଲିସ ଜାଣିଶୁଣି ଥାନା ଆଗରେ ରହିଥିବା କ୍ୟାମେରାକୁ ଉପରମୁହଁା ରଖିବା, ଅଭିଯୋଗକାରୀଙ୍କ ସହ ଆଲୋଚନାବେଳେ ସିସିଟିଭିରେ ତାହା କଏଦ ନ ହେବା ପୋଲିସର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି। କଂଗ୍ରେସ ମୁଖପାତ୍ର ଅମିତ ମହାନ୍ତି ପ୍ରତ୍ୟେକ ଥାନାରେ ଅଭିଯୋଗକାରୀଙ୍କୁ କିଭଳି ବ୍ୟବହାର କରାଯାଉଛି, ତାହାର ଫୁଟେଜ ପଦାକୁ ଆସିବା ଦରକାର ବୋଲି କହିଛନ୍ତି। ଥାନା ଭିତରେ ପୋଲିସର କିଭଳି ବ୍ୟବହାର, ଆଚରଣ ରହୁଛି, ତାହା ସିସିଟିଭିରୁ ଜଣାପଡ଼ିଥାଏ। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ ବୋଲି ଅମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?