Posted inଜାତୀୟ

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ୍ ସେଲର ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ ଉପରେ ୧ ଲକ୍ଷ ଜୋରିମାନା ଲଗାଇଛି । ଏହାକୁ ଭ୍ରାମକ ବିଜ୍ଞାପନ ଏବଂ ଉପଭୋକ୍ତାଙ୍କୁ ଠକୁଥିବା ନେଇ CCPA ଦର୍ଶାଇଛି ।

CCPA ଅନୁସାରେ, ଏହି ନାମରେ ଉତ୍ପାଦ ବିକ୍ରି ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୌଣସି ଅନୁମତି ଥିବା ପ୍ରମାଣ ମିଳିନଥିଲା। ଟ୍ରଷ୍ଟର ଅନୁମତି ବିନା ସାଧାରଣ ମିଠା ପାଇଁ ‘ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମ ବ୍ୟବହାର କରିବା କେବଳ ଉପଭୋକ୍ତା ସୁରକ୍ଷା ଆଇନ ଅନୁସାରେ ଭ୍ରାମକ ବ୍ୟବସାୟିକ ପ୍ରଥା ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରିପାରେ।

ଆମାଜନ୍‌ ଭଳି ବଡ଼ ଇ-କମର୍ସ ପ୍ଲାଟଫର୍ମରେ ଏପରି ଉତ୍ପାଦ ଲିଷ୍ଟ ହେବା ଦ୍ୱାରା ଗ୍ରାହକଙ୍କ ମନରେ ଉତ୍ପାଦର ପ୍ରାମାଣିକତା ନେଇ ବିଶ୍ୱାସ ସୃଷ୍ଟି ହୋଇପାରେ ବୋଲି ପ୍ରାଧିକରଣ କହିଛି । CCPA ଅନୁସାରେ, ୨୨ ଜାନୁଆରୀ ୨୦୨୪ର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ଉତ୍ପାଦଗୁଡ଼ିକ ଆମାଜନ୍‌ରେ ଲିଷ୍ଟ ହୋଇଥିଲା। ଏହାକୁ ନେଇ CCPA ୧୯ ଜାନୁଆରୀ ୨୦୨୪ରେ ଆମାଜନ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ନୋଟିସ୍‌ ପରେ ଆମାଜନ୍‌ ସମ୍ପୃକ୍ତ ଲିଷ୍ଟିଂଗୁଡ଼ିକୁ ହଟାଇ ଦେଇଥିଲା। ଆମାଜନ୍‌ ନିଜକୁ କେବଳ ଏକ ମଧ୍ୟସ୍ଥ ପ୍ଲାଟଫର୍ମ ବୋଲି କହିଥିଲେ ମଧ୍ୟ, CCPA ମତରେ ଏପରି ଲିଷ୍ଟିଂ ରୋକିବା ପାଇଁ ପ୍ଲାଟଫର୍ମକୁ ପୂର୍ବରୁ ଯଥେଷ୍ଟ ପଦକ୍ଷେପ ନେବା ଆବଶ୍ୟକ ଥିଲା।

CCPA କହିଛି ଯେ, ଆମାଜନ୍‌ରେ ଦେଶବ୍ୟାପୀ ଡେଲିଭରି ପାଇଁ ଏହି ଉତ୍ପାଦଗୁଡ଼ିକ ଉପଲବ୍ଧ ଥିଲା। ଚନ୍ଦୁ ଟ୍ରେଡିଂ କମ୍ପାନୀ ନାମକ ଜଣେ ବିକ୍ରେତାଙ୍କ ଲିଷ୍ଟିଂରୁ ୨୫,୨୬,୩୦୯ର ମୋଟ ବିକ୍ରି ହୋଇଥିଲା। ଏହାସହ ଆମାଜନ୍‌ ମଧ୍ୟ ମାର୍କେଟପ୍ଲେସ୍‌ ପରିଚାଳନା ମାଧ୍ୟମରେ କମିଶନ୍‌ କିମ୍ବା ଫି’ରୁ ଆୟ କରିଥିଲା। ଏହାକୁ ଆଧାର କରି CCPA ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ ଏବଂ ଇ-କମର୍ସ ନିୟମ, ୨୦୨୦ ଅନୁସାରେ ଆମାଜନ୍‌କୁ ଭ୍ରାମକ ବିଜ୍ଞାପନ ପାଇଁ ଦାୟୀ କରିଛି। ଆମାଜନ୍‌କୁ ୧୫ ଦିନ ମଧ୍ୟରେ ୧ ଲକ୍ଷ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?