ରାଜ୍ୟ

ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା

ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ ଓ ଦୁଃଖୀ ମାନଙ୍କୁ ମାଗଣା ବସ୍ତ୍ର ଯୋଗାଇ ଦେବାକୁ ‘ହେଲପିଙ୍ଗ ହ୍ୟାଣ୍ଡ’ ନାମରେ ଏକ…

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ର…

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଲୋକ ଲଜ୍ଜା ଭୟରେ ମହିଳା ମୁହଁ ଖୋଲି ନ ଥିଲେ। ତେବେ…

ବଢ଼ିଲା ବସ୍‌ ଭଡ଼ା: କିମି ପିଛା ୧, ୨ ପଇସା, ଯାତ୍ରୀ ଅସନ୍ତୋଷ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପୁଣି ବସ୍‌ ଭଡ଼ା ବଢ଼ିଲା। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍‌ ଭଡ଼ା ବୃଦ୍ଧି କରିଥିବା କୁହାଯାଉଛି। ଡିଜେଲ ଦର ବୃଦ୍ଧି ପାଇବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଭଡ଼ା ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ…

୧୯ ଯାଏ ସ୍ବଳ୍ପ ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଜୁନ୍‌ ପହିଲାରୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୯ ପ୍ରତିଶତ ବର୍ଷା କମ୍‌ ହୋଇଛି। ଆସନ୍ତା…

ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ) : ପାଟକୁରା ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ପ୍ରକାଶ ପାଇଛି। ଏହି ତାଲିକାରେ ୪୦ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଅରୁଣ ସିଂ, ଜୁଏଲ ଓରାମ,…

ମନ୍ତ୍ରୀ ପରିଷଦ ବୈଠକ: ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଲୋକଙ୍କ ନିକଟତର ହୁଅ। ସେମାନଙ୍କ ସମସ୍ୟା ବୁଝି ବ୍ୟକ୍ତିଗତସ୍ତରରେ ସମାଧନ କରିବା ପାଇଁ ଚେଷ୍ଟାକର। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ନିଜ ବିଭାଗର କାର୍ଯ୍ୟ କିପରି ଚାଲିଛି ସେଗୁଡ଼ିକ ତଦାରଖ କର। ଲୋକମାନଙ୍କ ସହ ମିଶି ନିଜ ବିଭାଗର କାର୍ଯ୍ୟ…

ଶୁକ୍ରବାରରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ: ୨ ଦିନ ଛୁଟି ପରେ ୧୫ରେ ଚାଲିବ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଗୋଟିଏ ଦିନ ପରେ ୧୩ ଓ ୧୪ ତାରିଖ ମାସର ଦ୍ୱିତୀୟ ଶନିବାର ଏବଂ ରବିବାର ପାଇଁ ଛୁଟି ରହିବ। ୧୫ ତାରିଖଠାରୁ ଅଧିବେଶନ ନିୟମିତ ଚାଲିବ। ଅଧିବେଶନ…

ବେଦିରେ ବସିବା ପୂର୍ବରୁ ବନ୍ଧାହେଲା କୋକେଇ

କେନ୍ଦୁଝର,୧୧।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କେନ୍ଦୁଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ବରବେଶ ହେବାକୁ ଥିବା ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ତାଙ୍କର ମୃତ୍ୟୁଘଟିଛି। ମୃତକ ହେଲେ ଲୋକନାଥ ମହାନ୍ତ। ସନ୍ଧ୍ୟାରେ ବାହା…

ଆଜି ନବମୀ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର…

ସ୍ବପ୍ନରେ ବିଶ୍ୱସ୍ତରୀୟ ଟର୍ମିନାଲ

୧୮୦ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟସିଟିର ସ୍ମାର୍ଟ ବସ୍‌ ଟର୍ମିନାଲ ରୂପ ନେଇଥାନ୍ତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ଭାବେ ଏହାକୁ ଗଢି ତୋଳାଯାଇଥାନ୍ତା। ୨୦୧୯ ଏପ୍ରିଲ୍‌ ସୁଦ୍ଧା ଏହା ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ ହୋଇଥାନ୍ତା। ହେଲେ ସବୁକିଛି…

ଓଏସ୍‌ଆର୍‌ଟିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହାର

କଟକ ଅଫିସ,୧୧।୭: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର କାର୍ଯ୍ୟରତ କର୍ମଚାରୀମାନେ ଗତ ଏପ୍ରିଲରୁ ଦରମା ପାଇନାହାନ୍ତି। ଏହା ବିରୋଧରେ ମଙ୍ଗଳବାରଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ସରକାର ସମସ୍ତ ବକେୟା ଟଙ୍କା ଦେବାକୁ ରାଜି ହେବା ପରେ ଆନ୍ଦୋଳନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri