ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛି। ବିଗତ ୧୦ବର୍ଷ ଭିତରେ ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୧୯୫୮ ମସିହାରେ ରତ୍ନଗିରି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହାର ଖନନ କାର୍ଯ୍ୟ କରିଥିଲା। ଏହି ଖନନ କାଯର୍‌ୟ ୧୯୬୧ ପଯର୍‌ୟନ୍ତ ଚାଲୁରହିଥିଲା। ଏହି ଖନନ ସମୟରେ ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ କିଛି ତଥ୍ୟ ଲୋକଲୋଚନକୁ ଆସିଥିଲା। ତନ୍ମଧ୍ୟରୁ ରତ୍ନଗିରି ମହାବିହାର- ଆର୍ଯ୍ୟଭିକ୍ଷୁ, ସଂଘସ୍ୟ ଉକତ୍ୀର୍ଣ୍ଣ ହୋଇଥିବା ପୋଡ଼ାମାଟିରେ କେତୋଟି ମୋହର ସିଲ୍‌ ଥାଇ ଉଦ୍ଧାର କରାଯାଇଥିଲା। ଐତିହାସିକଙ୍କ ଆକଳନ ଅନୁଯାୟୀ, ରତ୍ନଗିରି ବିଖ୍ୟାତ ଚୀନ ପରିବ୍ରାଜକ ହୁଏନ୍‌ ସାଂଙ୍କ ବିବରଣୀରେ ଉଲ୍ଲେଖିତ ପୁଷ୍ପଗିରି ବୌଦ୍ଧ ବିହାରଭାବେ ପରିଗଣିତ ହୋଇଆସୁଥିଲା। ସେଥିରୁ ୪୭ଫୁଟ୍‌ ବର୍ଗ ପରିମିତ ଏବଂ ଭୂମି ପତନଠାରୁ ୧୭ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବୃହତ୍‌ ସ୍ତୁପ, ଶତାଧିକ ଅର୍ଘ ସ୍ତୂପ, ଭୂମି ସ୍ପର୍ଶ ମୁଦ୍ରାର ପ୍ରସ୍ତର ବୁଦ୍ଧ, ବୁଦ୍ଧ ମସ୍ତକ, ବଜ୍ରସତ୍ତ୍ୱ, ମଞ୍ଜୁଶ୍ରୀ, ସେକେଶ୍ୱର, ଅପରାଜିତା ତାରା, ବଜ୍ରତାରା ଆଯର୍‌ୟ ସରସ୍ବତୀ, କ୍ଷୁଦ୍ର ବୁଦ୍ଧ ମୂର୍ତ୍ତି, ମାଟି ଦୀପ, ମାଟି ପାତ୍ର, ତାମ୍ର ଶାସନ ଖପରା ଲିପି ଆଦି ବିଭିନ୍ନ ଦ୍ରବ୍ୟ ପାହଡ଼ ଶିଖରରେ ଦେଖିବାକୁ ମିଳିଥିଲା। ଏଥି ସହିତ ମହାକାଳ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଏସବୁକୁ ପ୍ରତ୍ନତତ୍ତ୍ୱ ବିଭାଗ ସୁରକ୍ଷା ଦେଇ ଆସୁଥିଲାବେଳେ ୧୯୯୭ରୁ ୧୯୯୯ ପଯର୍‌ୟନ୍ତ ପୁନଃଖନନ କରାଯାଇ ବୋଧିସତ୍ତ୍ୱ କ୍ଷୁଦ୍ର ପାତ୍ର, ମୂର୍ତ୍ତି ଓ ପ୍ରାଚୀନ ସାମଗ୍ରୀ ଆବିଷ୍କାର କରାଯାଇଥିଲା। ଏ ସବୁକୁ ପର୍ଯ୍ୟଟକ ଦେଖିବା ପାଇଁ ପାହାଡ଼ ଉପରେ ଥିବା ସଂଗ୍ରହାଳୟରେ ରଖାଯାଇଛି। ତେବେ ରତ୍ନଗିରି ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଯିବା ସହିତ ବିଭିନ୍ନ କିସମର ବଗିଚା କରାଯାଇଛି। ପାହାଡ଼ ଓ ସଂଗ୍ରହାଳୟର ସୁରକ୍ଷା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଆସୁଛି। ମାତ୍ର ଉକ୍ତ ଟଙ୍କା ଠିକାଦାର ଓ କର୍ମଚାରୀଙ୍କ ସଲାସୁତୁରାରେ ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ରତ୍ନଗିରି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ଜେନା, ଅଜୟ କୁମାର ବଳଙ୍କ ସମେତ କେତେଜଣ ବୁଦ୍ଧିଜୀବୀ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏହି ପାହାଡ଼ର ସୁରକ୍ଷା ପାଇଁ ୮କୋଟି ଟଙ୍କା ଆସିଥିଲେ ହେଁ କାମ ଅତି ନିମ୍ନମାନର ହେଉଛି। ପାଚେରିରେ ନୂଆ ପଥର ବ୍ୟବହାର କରିବାର ନିୟମ ରହିଥିଲେ ହେଁ ପାହାଡ଼ରୁ ପୁରୁଣା ପଥର ବାହାର କରି ଠିକାଦାର ପାଚେରି ନିର୍ମାଣରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବଗିଚାରେ ପାଣି ସିଞ୍ଚନ, ବିଦ୍ୟୁତୀକରଣ ନାଁରେ ଆସୁଥିବା ଅର୍ଥ ହରିଲୁଟ୍‌ ହୋଇଯାଇଛି। ସଂଗ୍ରହାଳୟ ମରାମତି ଓ ସୌନ୍ଦର୍ଯ୍ୟକରଣ ବାବଦରେ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗରୁ ଜଣାପଡ଼ିଛି। ଏଠାରେ ପଯର୍‌ୟଟକଙ୍କ ପାଇଁ ବିଶ୍ରାମଗାର, ପାର୍କିଂ ବ୍ୟବସ୍ଥା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ୱରରୁ ରତ୍ନଗିରି ପାହାଡ଼ ପଯର୍‌ୟନ୍ତ ପଯର୍‌ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଯାତ୍ରୀବାହୀ ବସ୍‌ ଯାତାୟାତ କରିବାକୁ ଦାବି ହୋଇଛି। ତେବେ ସୁରକ୍ଷା ନାଁରେ ହେଉଥିବା ହରିଲୁଟ୍‌ର ତଦନ୍ତ କରିବା ପାଇଁ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟଙ୍କୁ ଯୋଗଯୋଗ କରାଯାଇଥିଲେ ବି ଉତ୍ତର ମିଳିବା ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri