ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛି। ବିଗତ ୧୦ବର୍ଷ ଭିତରେ ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୧୯୫୮ ମସିହାରେ ରତ୍ନଗିରି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହାର ଖନନ କାର୍ଯ୍ୟ କରିଥିଲା। ଏହି ଖନନ କାଯର୍‌ୟ ୧୯୬୧ ପଯର୍‌ୟନ୍ତ ଚାଲୁରହିଥିଲା। ଏହି ଖନନ ସମୟରେ ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ କିଛି ତଥ୍ୟ ଲୋକଲୋଚନକୁ ଆସିଥିଲା। ତନ୍ମଧ୍ୟରୁ ରତ୍ନଗିରି ମହାବିହାର- ଆର୍ଯ୍ୟଭିକ୍ଷୁ, ସଂଘସ୍ୟ ଉକତ୍ୀର୍ଣ୍ଣ ହୋଇଥିବା ପୋଡ଼ାମାଟିରେ କେତୋଟି ମୋହର ସିଲ୍‌ ଥାଇ ଉଦ୍ଧାର କରାଯାଇଥିଲା। ଐତିହାସିକଙ୍କ ଆକଳନ ଅନୁଯାୟୀ, ରତ୍ନଗିରି ବିଖ୍ୟାତ ଚୀନ ପରିବ୍ରାଜକ ହୁଏନ୍‌ ସାଂଙ୍କ ବିବରଣୀରେ ଉଲ୍ଲେଖିତ ପୁଷ୍ପଗିରି ବୌଦ୍ଧ ବିହାରଭାବେ ପରିଗଣିତ ହୋଇଆସୁଥିଲା। ସେଥିରୁ ୪୭ଫୁଟ୍‌ ବର୍ଗ ପରିମିତ ଏବଂ ଭୂମି ପତନଠାରୁ ୧୭ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବୃହତ୍‌ ସ୍ତୁପ, ଶତାଧିକ ଅର୍ଘ ସ୍ତୂପ, ଭୂମି ସ୍ପର୍ଶ ମୁଦ୍ରାର ପ୍ରସ୍ତର ବୁଦ୍ଧ, ବୁଦ୍ଧ ମସ୍ତକ, ବଜ୍ରସତ୍ତ୍ୱ, ମଞ୍ଜୁଶ୍ରୀ, ସେକେଶ୍ୱର, ଅପରାଜିତା ତାରା, ବଜ୍ରତାରା ଆଯର୍‌ୟ ସରସ୍ବତୀ, କ୍ଷୁଦ୍ର ବୁଦ୍ଧ ମୂର୍ତ୍ତି, ମାଟି ଦୀପ, ମାଟି ପାତ୍ର, ତାମ୍ର ଶାସନ ଖପରା ଲିପି ଆଦି ବିଭିନ୍ନ ଦ୍ରବ୍ୟ ପାହଡ଼ ଶିଖରରେ ଦେଖିବାକୁ ମିଳିଥିଲା। ଏଥି ସହିତ ମହାକାଳ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଏସବୁକୁ ପ୍ରତ୍ନତତ୍ତ୍ୱ ବିଭାଗ ସୁରକ୍ଷା ଦେଇ ଆସୁଥିଲାବେଳେ ୧୯୯୭ରୁ ୧୯୯୯ ପଯର୍‌ୟନ୍ତ ପୁନଃଖନନ କରାଯାଇ ବୋଧିସତ୍ତ୍ୱ କ୍ଷୁଦ୍ର ପାତ୍ର, ମୂର୍ତ୍ତି ଓ ପ୍ରାଚୀନ ସାମଗ୍ରୀ ଆବିଷ୍କାର କରାଯାଇଥିଲା। ଏ ସବୁକୁ ପର୍ଯ୍ୟଟକ ଦେଖିବା ପାଇଁ ପାହାଡ଼ ଉପରେ ଥିବା ସଂଗ୍ରହାଳୟରେ ରଖାଯାଇଛି। ତେବେ ରତ୍ନଗିରି ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଯିବା ସହିତ ବିଭିନ୍ନ କିସମର ବଗିଚା କରାଯାଇଛି। ପାହାଡ଼ ଓ ସଂଗ୍ରହାଳୟର ସୁରକ୍ଷା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଆସୁଛି। ମାତ୍ର ଉକ୍ତ ଟଙ୍କା ଠିକାଦାର ଓ କର୍ମଚାରୀଙ୍କ ସଲାସୁତୁରାରେ ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ରତ୍ନଗିରି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ଜେନା, ଅଜୟ କୁମାର ବଳଙ୍କ ସମେତ କେତେଜଣ ବୁଦ୍ଧିଜୀବୀ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏହି ପାହାଡ଼ର ସୁରକ୍ଷା ପାଇଁ ୮କୋଟି ଟଙ୍କା ଆସିଥିଲେ ହେଁ କାମ ଅତି ନିମ୍ନମାନର ହେଉଛି। ପାଚେରିରେ ନୂଆ ପଥର ବ୍ୟବହାର କରିବାର ନିୟମ ରହିଥିଲେ ହେଁ ପାହାଡ଼ରୁ ପୁରୁଣା ପଥର ବାହାର କରି ଠିକାଦାର ପାଚେରି ନିର୍ମାଣରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବଗିଚାରେ ପାଣି ସିଞ୍ଚନ, ବିଦ୍ୟୁତୀକରଣ ନାଁରେ ଆସୁଥିବା ଅର୍ଥ ହରିଲୁଟ୍‌ ହୋଇଯାଇଛି। ସଂଗ୍ରହାଳୟ ମରାମତି ଓ ସୌନ୍ଦର୍ଯ୍ୟକରଣ ବାବଦରେ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗରୁ ଜଣାପଡ଼ିଛି। ଏଠାରେ ପଯର୍‌ୟଟକଙ୍କ ପାଇଁ ବିଶ୍ରାମଗାର, ପାର୍କିଂ ବ୍ୟବସ୍ଥା ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ୱରରୁ ରତ୍ନଗିରି ପାହାଡ଼ ପଯର୍‌ୟନ୍ତ ପଯର୍‌ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଯାତ୍ରୀବାହୀ ବସ୍‌ ଯାତାୟାତ କରିବାକୁ ଦାବି ହୋଇଛି। ତେବେ ସୁରକ୍ଷା ନାଁରେ ହେଉଥିବା ହରିଲୁଟ୍‌ର ତଦନ୍ତ କରିବା ପାଇଁ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟଙ୍କୁ ଯୋଗଯୋଗ କରାଯାଇଥିଲେ ବି ଉତ୍ତର ମିଳିବା ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri