ରାଜଧାନୀରେ ଗାଡ଼ି ପଲ୍ୟୁଶନ ସାର୍ଟିଫିକେଟ କେଳେଙ୍କାରୀ: ଧୂଆଁ ବାହାରିଲେ ବି ମେଶିନକୁ ଭୂଆଁ

ଭୁବନେଶ୍ୱର, ୧୦ା୯(ବ୍ୟୁରୋ): ବାଇକ୍‌ରୁ ବାହରୁଥିଲା ଧୂଆଁ, ହେଲେ ଚାଳକଙ୍କ ହାତରେ ଥିଲା ପଲ୍ୟୁଶନ ସାର୍ଟିଫିକେଟ। ଅସଲି ନା ନକଲି ପରଖୁ ପରଖୁ କଥା ପହଞ୍ଚତ୍ଥିଲା ରାଜଧାନୀରେ ତିଆରି ହେଉଥିବା ଜାଲ୍‌ ସାର୍ଟିଫିକେଟ ପାଖରେ। ଖୋଳତାଡ଼ ପରେ ନଜରକୁ ଆସିଲା ପ୍ରକୃତ କେଳେଙ୍କାରୀ। କାର୍‌ ହେଉ କି ବାଇକ୍‌, ଧୂଆଁ ବାହାରୁ କି ନିଆଁ, ମେଶିନ କିନ୍ତୁ କରୁଥିଲା ଓକେ। ପଲ୍ୟୁଶନ ମାପିବାକୁ ମେଶିନରୁ ଗାଡି ସାଇଲେନ୍ସରକୁ ଲମ୍ବିଥିଲା ପାଇପ୍‌। ଗାଡ଼ି ଷ୍ଟାର୍ଟ କରି କିଛି ସମୟ ରଖାଯିବା ପରେ ପାଇପକୁ କାଡ଼ି ଜୋର୍‌ରେ ବାରମ୍ବାର ଫୁଙ୍କି ପଲ୍ୟୁଶନ ମାତ୍ରାକୁ ଆଡ୍‌ଜଷ୍ଟ କରାଯାଉଥିଲା। ମେଶିନ ଓକେ କରିବାର କିଛି ସମୟ ମଧ୍ୟରେ କମ୍ପ୍ୟୁଟରରେ ଯୋଡ଼ାଯାଇଥିବା ପ୍ରିଣ୍ଟରରୁ ବାହାରିପଡୁଥିଲା ସାର୍ଟିଫିକେଟ। ରାଜଧାନୀର ବିଭିନ୍ନ ଗାଡ଼ି ଶୋ’ରୁମ୍‌, ପେଟ୍ରୋଲ ପମ୍ପ୍‌ ଓ ପଲ୍ୟୁଶନ ସେଣ୍ଟରେ ଏଭଳି ମେଶିନକୁ ଭୁଆଁ ବୁଲାଇ ବେଆଇନ ଭାବେ ତିଆରି ଚାଲିଛି ଅସଲି ପଲ୍ୟୁଶନ ସାର୍ଟିଫିକେଟ।
ଗତ ୧ ତାରିଖରୁ ନୂଆ ମୋଟର ଯାନ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଣ୍ଡରୁ ମୁକ୍ତି ପାଇଁ ଲାଇସେନ୍ସ ସହ ଗାଡ଼ିର କାଗଜପତ୍ର ଠିକ୍‌ କରିବାରେ ଲାଗି ପଡ଼ିଛନ୍ତି। ଇତିମଧ୍ୟରେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୁକିଂ ନ ଥିବାରୁ ଆର୍‌ଟିଓରୁ ଭିଡ଼ କମିଛି, ହେଲେ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ପ୍ରବଳ ଭିଡ଼ ଲାଗି ରହୁଛି। ଏହାର ସୁଯୋଗ ନେଇ ରାଜଧାନୀରେ ଜାଲ୍‌ ପଲ୍ୟୁଶନ ସାର୍ଟିଫିକେଟ ର଼୍ୟାକେଟ ସକ୍ରିୟ ହୋଇପଡିଥିବାବେଳେ ଆଉ କେତେକ ସ୍ଥାନରେ ବେଆଇନ ଭାବେ ସାର୍ଟିଫିକେଟ ପ୍ରସ୍ତୁତ କରାଯାଉଛି। ପଲ୍ୟୁଶନ ସାର୍ଟିଫିକେଟ ଦେବାକୁ କେତେକ ଗାଡ଼ି ଶୋ’ରୁମ୍‌ ଅନୁମତି ପାଇଛନ୍ତି। ହେଲେ ଫିଟ୍‌ ନ ଥିବା ଗାଡ଼ିକୁ ମଧ୍ୟ ସାର୍ଟିଫିକେଟ ଦେଉଛନ୍ତି। ଠିକ୍‌ ଥିବା ଗାଡ଼ିର ସାର୍ଟିଫିକେଟ ପାଇଁ ୬୦ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଗାଡ଼ିରୁ ଧୂଆଁ ବାହାରୁଥିଲେ ମଧ୍ୟ ବହୁଗୁଣା ଅଧିକ ଟଙ୍କା ନିଆଯାଇ ପଲ୍ୟୁଶନ ସାର୍ଟିଫିକେଟ ଦିଆଯାଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଭୁବନେଶ୍ୱରର କେତେକ ଗାଡ଼ି ଶୋ’ରୁମ୍‌ ଓ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରକୁ ଯାଇ ଆମ ପ୍ରତିନିଧି ପ୍ରକୃତ ଘଟଣା ଦେଖିଥିଲେ। ବରମୁଣ୍ଡାରେ ଥିବା ଏକ ବାଇକ ଶୋ’ରୁମ୍‌ରେ ପଲ୍ୟୁଶନ ସାର୍ଟିଫିକେଟ ପାଇଁ ଭିଡ଼ ଲାଗିଥିଲା। ଜଣକ ପରେ ଜଣେ ସାର୍ଟିଫିକେଟ ଧରି ବାହାରୁଥିଲେ। କମ୍ପ୍ୟୁଟର ପାଖରେ ଜଣେ ବସି ମେଶିନ ଅପରେଟ କରୁଥିବାବେଳେ ଆଉଜଣେ ପାଇପ୍‌ ଫୁଙ୍କିବା ଦାୟିତ୍ୱରେ ଥିଲେ। ମଝିରେ ମଝିରେ କେହି କେହି ଆସି କହୁଥିଲେ, ଭାଇ ମୋର ବହୁ ପୁରୁଣା ଗାଡ଼ି ଯେତେ ପଇସା ନିଅନ୍ତୁ ପଛେ ସାର୍ଟିଫିକେଟ କରିଦିଅନ୍ତୁ। ବ୍ୟକ୍ତି ଜଣକ କହୁଥିଲେ ଏଠି ଆମର ସବୁ ପାସ୍‌। ‘ଓଆର’ ହେଉ କି ‘ଓଆଇଏକ୍ସ’ ସବୁ ଗାଡ଼ି ସାର୍ଟିଫିକେଟ ଧରି ହିଁ ଯିବେ। ବାସ୍‌ ତା’ପରେ ୨ଶହ, ୫ଶହ ଟଙ୍କା ବଦଳରେ ସାର୍ଟିଫିକେଟ ଧରାଇ ଦିଆଯାଇଥିଲା। ଚାଳକ ବି ଖୁସି ମନରେ ସ୍ଥାନ ଛାଡୁଥିଲା। କାହିଁକି ନା ଆଉ ପୋଲିସ ଓ ଆର୍‌ଟିଓକୁ ଭୟ ନାହିଁ। ଗାଡ଼ି ସଜାଡିବାକୁ ୫ହଜାର ଖର୍ଚ୍ଚ କରିବାକୁ ପଡ଼ିବନି କି ରାସ୍ତାରେ ତଣ୍ଡ ଗଣିବାକୁ ହେବନି।
କିଛିଦିନ ତଳେ ଚନ୍ଦ୍ରଶେଖରପୁର ଓ ଡମଣା ଅଞ୍ଚଳରେ ଭ୍ରାମ୍ୟମାଣ ଗାଡ଼ିରେ ଜାଲ୍‌ ପଲ୍ୟୁଶନ ସାର୍ଟିଫିକେଟ ଦିଆଯାଉଥିଲା। ଶହ ଶହ ଲୋକ ୨ଶହ ଲେଖାଏ ଟଙ୍କା ଦେଇ ସାର୍ଟିଫିକେଟ ନେଇଥିଲେ। ପରେ ଏହା ଜାଲ୍‌ ବୋଲି ଜଣାପଡିବା ପରେ ଉକ୍ତ ଗାଡ଼ି ଓ ଲୋକ ଉଭାନ ହୋଇଯାଇଥିଲେ। ଯାଞ୍ଚ କଡ଼ାକଡି ହେବା ପରଠାରୁ ରାଜଧାନୀରେ ଏଭଳି ଅନେକ ଘଟଣା ନଜରକୁ ଆସୁଛି। ଏଭଳି ଗଳାବାଟ ବନ୍ଦ ପାଇଁ ପୋଲିସ ଓ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri