ରାଜ୍ୟ

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇଥିଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ,୨୪।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ନବୋଦୟ ବିଦ୍ୟାଳୟ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗୁରୁବାର ଅପରାହ୍ନରେ ବୁଡ଼ି ଯାଇ ନିଖୋଜ ଥିବା ସାଇ ଚାନ୍ଦଙ୍କର ମୃତଦେହକୁ ବୁଡିଯାଇଥିବା ସ୍ଥାନଠାରୁ କିଛି ଦୂରରୁ ଶୁକ୍ରବାର ଅଗ୍ନିଶମ କର୍ମଚାରୀ…

ପଞ୍ଚମ ଥର ଲାଗି ବିଜେଡି କବ୍ଜାରେ କାକଟପୁର: କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣଙ୍କୁ ହରାଇ ତୁଷାରକାନ୍ତି ହେଲେ ବିଧାୟକ

କାକଟପୁର,୨୪।୫(ଡି.ଏନ୍‌.ଏ.): ନାନା କଳ୍ପନା ଜଳ୍ପନା ସତ୍ତ୍ୱେ କାକଟପୁରରେ ପୁଣି ଥରେ ବାଜିମାତ୍‌ କରିଛି ବିଜେଡି। ଲଗାତାର ୫ମଥର ଲାଗି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ କବ୍ଜାକୁ ନେଇଛି ଦଳ। ଭାଜପା ଦଳ ଓ ପ୍ରାର୍ଥୀତ୍ୱକୁ ପରିତ୍ୟାଗ କରି ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା…

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ପ୍ରଥମ ଥର ଲାଗି କଂଗ୍ରେସ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛି। ଏଣୁ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି…

ନୀଳଗିରି ନିର୍ବାଚନମଣ୍ଡଳୀରେ ଉଡ଼ିଲା ଭାଜପା ବାନା

ସଜନାଗଡ଼,୨୪ା୫(ଡି,ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଭାଜପାର ବାନା ଉଡ଼ିଛି। ନୀଳଗିରି ବିଧାନସଭାରେ ଭାଜପାର ଇଂ ସୁକାନ୍ତ କୁମାର ନାୟକ ବିଜେଡିର ସନ୍ତୋଷ ଖଟୁଆଙ୍କୁ ୧୫୭୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନଟି ବାଲେଶ୍ୱର ରାଜନୀତିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

ମହେଶ୍ୱରଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଜିତିଲେ:ପୁଅମାନେ ବାଜି ମାରିଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ବିଜେଡି ସରକାରର ୪ର୍ଥ ପାଳି ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ମନ୍ତ୍ରୀ ଏଥର ବାଜିମାତ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ପରାଜିତ ହୋଇଛନ୍ତି।…

ଦେଶ ଗୋଟିଏ ଆଡ଼େ, ଓଡ଼ିଶା ଭିନ୍ନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ସମଗ୍ର ଦେଶ ଗୋଟିଏ ଆଡେ ମୁହାଁଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଛାଇଯାଇଛି। ଭାଜପା ଓ ଏହାର ସହଯୋଗୀ ଦଳକୁ ଭୋଟ ଗ୍ରହଣ ହୋଇଥିବା ୫୪୨ ଲୋକ ସଭା ଆସନରୁ ୩୫୦ରୁ ଊର୍ଦ୍ଧ୍ୱ ସିଟ୍‌ ମିଳିଛି। ଏକକ ସଂଖ୍ୟାଗରିଷ୍ଠ ହାସଲକରି ଏନ୍‌ଡିଏ…

ବାଲେଶ୍ୱର ବିଧାନସଭା : ବିଜେଡି ୬, ଭାଜପା ୨

ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲାର ୮ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ଟି ଆସନରୁ ଭାଜପା ବିଜୟଲାଭ କରିଥିବାର ଜଣାପଡ଼ିଛି। ଜଳେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ଅଶ୍ବିନୀ ପାତ୍ର ୩୫୭୪୬ , ଭୋଗରାଇରୁ ବିଜେଡି ପ୍ରାର୍ଥୀ ଅନନ୍ତ ଦାସ…

କଂଗ୍ରେସ ଭବନରେ ହଠାତ୍‌ ଉତ୍ସବ

ଭୁବନେଶ୍ୱର, ୨୪-୫(ବ୍ୟୁରୋ):ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ବୁଧବାର କଂଗ୍ରେସ ଭବନରେ ଯେଉଁ ଭିଡ଼ ଦେଖିବାକୁ ମିଳିଥିଲା ଗୁରୁବାର ତାହା ନ ଥିଲା। ସକାଳ ୮ଟାରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ…

ଲୋକ ସଭା ଫଳାଫଳ:କାମ ଦେଲା ନବୀନଙ୍କ ମହିଳା କାର୍ଡ

ଭୁବନେଶ୍ୱର, ୨୪-୫9 (ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଲୋକ ସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ ଆସନରୁ ପ୍ରାର୍ଥୀ ହୋଇଥିବା ସୁନୀତା ବିଶ୍ୱାଳ ଓ କୋରାପୁଟରୁ କୌଶଲ୍ୟା ହିକ୍କକା…

ପାରାଦୀପରେ ବିଜେଡିର ହ୍ୟାଟ୍ରିକ୍‌

ପାରାଦୀପ,୨୪।୫(ସ୍ବ.ପ୍ର.): ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା ପରଠାରୁ ଏହାକୁ ମିଶାଇ ବିଜେଡିର ହ୍ୟାଟ୍ରିକ ବିଜୟ ହୋଇଛି। ୨୦୦୯ ଓ ୨୦୧୪ରେ ତତ୍କାଳୀନ…

ଜଗତ୍‌ସିଂହପୁର ଜିଲାରେ ଶଙ୍ଖନାଦ

ଜଗତ୍‌ସିଂହପୁର ଅଫିସ, ୨୪।୫ : ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜଗତ୍‌ସିଂହପୁର ଲୋକସଭା ଆସନ ସମେତ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଶୁଭିଛି ଶଙ୍ଖ ନାଦ। ଜଗତ୍‌ସିଂହପୁର ଏମ୍‌ପି ହୋଇଛନ୍ତି ଡା. ରାଜଶ୍ରୀ ମଲ୍ଲିକ।…

ବାଜି ମାରିଲେ ଭାଜପାର ବିଶ୍ୱେଶ୍ୱର

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶ୍ୱେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଟୁଡୁ ୪ ଲକ୍ଷ ୭୯ ହଜାର ୬୧୬ ଖଣ୍ଡ ଭୋଟ ପାଇଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri