ରାଜ୍ୟ

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଏହି ଜିଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରିପଦା, ବାଙ୍ଗିରିପୋଷି, ମୋରଡା,…

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ରାଜ୍ୟରେ ଲଗାତର ପଞ୍ଚମଥର ପାଇଁ ସରକାର ଗଢ଼ିବାକୁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭାରେ ବିଜେଡିକୁ ଜନ ସମର୍ଥନ ମିଳିଛି। ଏଥିପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ…

ବିଜୟ ପରେ ପରସ୍ପରକୁ ଅଭିନନ୍ଦନ

ଭୁବନେଶ୍ୱର,୨୪-୫- (ବ୍ୟୁରୋ):ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ନିର୍ବାଚିତ ହୋଇଛନ୍ତି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ମ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜ୍ୟର ବିଧାନସଭା ଆସନଗୁଡିକରେ ବିଜେଡି ଉତ୍ତମ ପ୍ରଦର୍ଶନ କରିଛି। ନବୀନଙ୍କ ଏହି ସଫଳତାକୁ ନେଇ ଚାରିଆଡୁ…

ପଞ୍ଚମରେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ। ଜଣେ ଅପରାଜେୟ ନେତା ଭାବେ ସେ ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ପଞ୍ଚମ ଥର କ୍ଷମତାକୁ ଫେରି ରେକର୍ଡ ସୃଷ୍ଟି କରିଛନ୍ତି। ଦୀର୍ଘ ୧୯ ବର୍ଷ ଶାସନରେ ରହିବା ପରେ…

ଆଜି ୭ ଜିଲାକୁ କାଳବୈଶାଖୀ: ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ)-ଅସହ୍ୟ ତାତିରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ। ଗତ କିଛିଦିନ ହେବ ରାଜ୍ୟରେ ପ୍ରବଳ ଗରମ ଯୋଗୁ ଲୋକେ ଛଟପଟ ହେଉଥିଲେ। କିନ୍ତୁ ଗୁରୁବାର ପାଗରେ ପରିବର୍ତ୍ତନ ହୋଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହରରେ ବର୍ଷା ହୋଇଥିଲା। କୋହଲା ପାଗକୁ ବର୍ଷା…

ହିଞ୍ଜିଳିରେ ନବୀନଙ୍କ ଦମ୍‌ଦାର ବିଜୟ

ହିଞ୍ଜିଳିକାଟୁ,୨୩।୫(ଡି.ଏନ୍‌.ଏ.): ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଲଗାତାର ପଞ୍ଚମ ଥର ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭାରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଠାରୁ…

ମୋହନାରେ ଜିତିଲା କଂଗ୍ରେସ

ମୋହନା,୨୪।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନୀ ପୂର୍ଣ୍ଣବାସୀ ନାୟକ ୫୧,୩୫୧ ଭୋଟ ପାଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ଭାଜପା ପ୍ରାର୍ଥୀ…

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫ ଭୋଟରେ ଜିତିଥିବା ଜଣାପଡ଼ିଛି।

ପଟ୍ଟାଙ୍ଗୀରେ ପୁଣି ବାଜି ମାରିଲା ବିଜେଡି

କୋରାପୁଟ, ୨୩।୫(ସ୍ବ.ପ୍ର.)- କୋରାପୁଟ ଜିଲା ଅଧୀନ ପଟ୍ଟାଙ୍ଗୀ ବିଧାନସଭା ଆସନକୁ ପୁଣିଥରେ ହାତେଇଛି ବିଜେଡି। ଏହି ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରିତମ ପାଢୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ରାମଚନ୍ଦ୍ର କାଡାମ୍‌ଙ୍କୁ ୪,୧୯୯ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି।…

କୋରାପୁଟରେ ବାଜି ମାରିଲେ ବିଜେଡିର ରଘୁରାମ ପଡାଲ

କୋରାପୁଟ, ୨୩।୫(ସ୍ବ.ପ୍ର.)-କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜି ମାରିଛି ବିଜେଡି। କଂଗ୍ରେସର କୃଷ୍ଣ କୁଲ୍‌ଦୀପଙ୍କୁ ୬,୨୨୪ ଭୋଟରେ ହରାଇ ବିଜେଡିର ରଘୁରାମ ପଡାଲ ବିଜୟୀ ହୋଇଛନ୍ତି। ରଘୁରାମ ପଡାଲ ୪୭,୯୧୪ ଭୋଟ ପାଇଥିବାବେଳେ କୃଷ୍ଣ କୁଲଦୀପ ୪୧,୬୯୦ ଭୋଟ ପାଇଛନ୍ତି। ସେହିପରି ଭାଜପାର…

ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜୟୀ ହୋଇଛି। ବିଜେଡିର ମନୋହର ରନ୍ଧାରୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭୁଜବଳ ମାଝିଙ୍କଠାରୁ ୭,୩୯୨ ଭୋଟରେ ଜିତିଛନ୍ତି।ମନୋହର ରନ୍ଧାରୀଙ୍କୁ ୭୩,୨୦୦ ଓ ଭୁଜବଳ ମାଝିଙ୍କ ୬୫,୮୦୮ ଖଣ୍ଡ ଭୋଟ ମିଳିଛି।

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ନୟାଗଡ଼ ଜିଲାର ୪ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ୧୦ ରାଉଣ୍ଡ ଗଣତି ପରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ୫୬୯୯ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁର ନିର୍ବାଚନମଣ୍ଡଳୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri