ରଥଚକ ତଳେ ପଡି ବାଳକଙ୍କ ମୃତ୍ୟୁ ଘଟଣା: ସରକାରଙ୍କଠାରୁ ୫, ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକୋ
ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଅକ୍ଷୟ ପାତ୍ରଙ୍କ ପୁଅ ସୁନୀଲ (୭)ଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ଏ ନେଇ ଶୁକ୍ରବାର ରଥ କମିଟି ଓ ପୋଲିସ…
ମୌସୁମୀ ଦୁର୍ବଳ, ୯ ଯାଏ କାଁ ଭାଁ ବର୍ଷା
ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବହୀନ ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଲଘୁଚାପର କିଛି ଆକାର ଦିଶୁ ନାହିଁ।…
ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କଲେ ଓଡ଼ିଆ ଏମ୍ପି
ଭୁବନେଶ୍ୱର,୫।୭(ବ୍ୟୁରୋ) : ଲୋକ ସଭାରେ ଗୁରୁବାର ଏକାଧିକ ଓଡ଼ିଆ ଏମ୍ପି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ବିଜେଡି ଟିକେଟ୍ରେ ଆସ୍କାରୁ ବିଜୟୀ ହୋଇଥିବା ପ୍ରମିଳା ବିଶୋଇ ପ୍ରଥମଥର ପାଇଁ ନିମ୍ନସଦନରେ କହିଥିବା ଦେଖିବାକୁ ମିଳିଥିଲା। ସ୍ବଳ୍ପ ସମୟ ମଧ୍ୟରେ ସେ ଅଙ୍ଗନୱାଡି…
ଇସ୍କନ ରଥଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ରଥ
ଭୁବନେଶ୍ୱର,୫।୭(ବ୍ୟୁରୋ): ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା ଏଥର ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟାରୁ ରଥଟଣା ହୋଇ ସିଆର୍ପିଏଫ୍ ଛକ…
ଶରଧାବାଲିରେ ତିନିରଥ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ
ପୁରୀ ଅଫିସ,୫।୭ : ଶ୍ରୀମନ୍ଦିର ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାବିଗ୍ରହ। ତାଙ୍କ ସ୍ପର୍ଶରେ ରଥ, ପଥ ହେଲା ବ୍ରହ୍ମମୟ। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ଘଟିଲା ମହାମିଳନ। ଦାରୁଦିଅଁଙ୍କ ଦର୍ଶନ ପାଇ ଭାବରେ ଭିଜିଲେ ଭକ୍ତ। ପରେ ଭଉଣୀ ଭାଇଙ୍କୁ ସାଥିରେ ଧରି…
ସୁରକ୍ଷା ଦାବିରେ ଆନ୍ଦୋଳନ କରିବ ବିଏଡ୍ ଶିକ୍ଷକ ସଂଘ
ଭୁବନେଶ୍ୱର,୫।୭(ବ୍ୟୁରୋ) : ରାଜ୍ୟରେ ଦିନକୁ ଦିନ ଶିକ୍ଷୟିତ୍ରୀ-ଶିକ୍ଷକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। କଟକ ଜିଲା ନିଆଳି ବ୍ଲକ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଆକ୍ରମଣ ହୋଇଛି। ଶିକ୍ଷୟିତ୍ରୀ ଜଣକ ଏବେ ମରଣ ସହ ଲଢେଇ କରୁଛନ୍ତି। ରାଜ୍ୟ ବିଏଡ୍…
ରାଜ୍ୟ ସଭା: ଏମ୍ପି ଭାବେ ଅମର, ସସ୍ମିତଙ୍କ ଶପଥଗ୍ରହଣ
ଭୁବନେଶ୍ୱର,୫।୭(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁଙ୍କ ଉପସ୍ଥିତିରେ ଦୁଇ ବିଜେଡି…
ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ : ଓଡ଼ିଶାର ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ
ଭୁବନେଶ୍ୱର, ୫।୭(ବ୍ୟୁରୋ) : ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଶାସକ ବିଜେଡି କରି ଆସୁଥିବା ରାଜନୀତିକୁ ଶକ୍ତ ଆଘାତ ଲାଗିଛି। ଓଡ଼ିଶା କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ଏହାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା…
ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର,୫।୭(ବ୍ୟୁରୋ) : ଆସନ୍ତା ଅଗଷ୍ଟ ୮ ତାରିଖରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କର ପାଠ ପଢା ଆରମ୍ଭ ହେବ। ଏ ନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁଣି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ…
୬ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ
ପୁରୀ ଅଫିସ, ୫।୭: ଆସନ୍ତା ୬ତାରିଖରେ ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଇଞ୍ଜିନିୟର, ପୂର୍ତ୍ତ ବିଭାଗ ଏବଂ ଏଏସ୍ଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଅନୁଧ୍ୟାନ…
ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର
ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ ପଥର ଖସିଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି କାର୍ଯ୍ୟ ଯୋଗୁ ପ୍ରତ୍ୟହ ନଦୀକୁ ସ୍ନାନ,…
ଏମ୍ଜିଏନ୍ଆର୍ଇଜିଏସ୍ରେ ଅନିୟମିତତା: ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଚାଲିଛି ରାସ୍ତାକାମ
ନୂଆଗାଁ,୫ା୭ (ଡି.ଏନ.ଏ.): ଗରିବ ଲୋକଙ୍କୁ ଶହେ ଦିନର କାମ ଯୋଗାଇଦେବା ପାଇଁ ସରକାର ଏମ୍ଜିଏନ୍ଆର୍ଇଜିଏସ୍ ପ୍ରଣୟନ କରିଛନ୍ତି। ଜବ୍କାର୍ଡ ମାଧ୍ୟମରେ ଏହା ତ୍ୱରାନ୍ବିତ କରାଯାଉଛି। ନିୟମ ଅନୁସାରେ ଜବ୍କାର୍ଡ ଥିବା ଶ୍ରମିକମାନେ କାମ କରିବା ପାଇଁ ନିଜ ନାମକୁ ପଞ୍ଚାୟତରେ ପଞ୍ଜୀକୃତ…
Archives


