ବୃଦ୍ଧା ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଅଞ୍ଚଳର ବୃଦ୍ଧା ସହଚରୀ ମହନ୍ତ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର କାମାକ୍ଷାନଗର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ଅଦାଲତରେ ପ୍ରକାଶ ପାଇଛି। ଏଡିଜେ ବାମାଶଙ୍କର ମିଶ୍ର ଘଟଣାର ଅଭିଯୁକ୍ତା ରାଇମୁନି ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ୩ ମାସ ଜେଲ ଭୋଗିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ଅଗଷ୍ଟ ୧୯ରେ କଣ୍ଟାପାଳ ଗ୍ରାମର ସହଚରୀ ମହନ୍ତଙ୍କୁ ବାଇଗଣ ବାଡ଼ିରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ରାଇମୁନୀ ମୁଣ୍ଡା ତାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତାଙ୍କ ପୁଅ ଫକୀର ମହନ୍ତଙ୍କ ଅଭିଯୋଗକ୍ରମେ କେସ ନଂ. ୪୧/୧୭ ଏବଂ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତାଙ୍କୁ ପୋଲିସ ଗିରଫ କରିଥିଲା। କୋର୍ଟ କେସ ନଂ. ସିଟିଏସ୍‌ ୧୦୫/୧୭ର ବିଚାର କରି ଏଡିଜେ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବରାଜ ବେହେରା, ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri