କଳିଙ୍ଗାରେ ସୀମା ସିଲ୍
ଜି.ଉଦୟଗିରି,୩୧ା୩(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରବେଶ ଦ୍ୱାର ଭାବେ ପରିଚିତ କଳିଙ୍ଗା ଚେକ ଗେଟଠାରେ ଜିଲା ସୀମାକୁ ସିଲ କରି ଦେଇଛି। ରାଜ୍ୟ ଓ ଜିଲା ବାହାରୁ ଆସୁଥିବା କାହାକୁ ମଧ୍ୟ ବିନା ଅନୁମତିପତ୍ରରେ ପ୍ରବେଶ କରିବାକୁ ଦିଆଯିବ…
ଲକ୍ଡ଼ାଉନ୍ ଯୋଗଁ ତରଭୁଜ ଚାଷରେ ବ୍ୟାପକ କ୍ଷତି
ଦେବଗଡ଼,୩୧ା୩(ଡି.ଏନ୍.ଏ.)- ଲକଡ଼ାଉନ୍ କଟକଣା ଯୋଗୁ ଦେବଗଡ଼ ଜିଲାରେ ତରଭୁଜ ଚାଷରେ ବ୍ୟାପକ କ୍ଷତି ଘଟିଛି । ଗାଡିମୋଟର ଚଳାଚଳ କରୁ ନ ଥିବାରୁ ବେପାରୀ ତରଭୁଜ ନେବାକୁ ଆସି ନ ପାରିବାରୁ ଏହା ଖେତରେ ନଷ୍ଟ ହେବାକୁ ବସିଲାଣି । ଏହି…
ଲାଗିଲା ପୋଷ୍ଟର: କରୋନା ସଂକ୍ରମଣର ବାହକ ନ ହେବାକୁ ମାଓବାଦୀଙ୍କୁ ଆହ୍ବାନ
କୋକସରା, ୩୧।୩,(ଡି.ଏନ.ଏ.): କଳାହାଣ୍ଡି ଓ ନବରଙ୍ଗପୁର ଜଲା ସୀମାନ୍ତ ଆମପାଣି ଘାଟି ବିରିମୁହାଣ ଛକ ସମେତ ଆନ୍ଦିଝରନ, ଝୁଲେନବର, କୁଟ୍ରୁଠାରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋଷ୍ଟର ଲାଗିଛି। ପୋଷ୍ଟରେ ସଚେତନ ନାଗରିକ ମଞ୍ଚ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଉଲ୍ଲେଖ ରହିଛି।…
କରୋନା ଲକ୍ ଡାଉନ୍ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି
ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର ଲକ୍ଡାଉନ୍ ପରେ ବହୁ ଗରିବ ଓ ଅସହାୟଙ୍କ ଅସଲ ଚିତ୍ର ଏବେ ପଦାକୁ ଆସିବାରେ…
ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜେନ୍ଦ୍ରଙ୍କ ପରିବାରକୁ ପ୍ରଶଂସା…
ଲକ୍ଡାଉନ୍କୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ
ବାଲେଶ୍ୱର ଅଫିସ, ୩୧।୩-ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବାଇକ୍ରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଗାଡ଼ି ଜବତ କରିବା ପାଇଁ ବାଲେଶ୍ୱର ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ …
ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି ନଗର, ସିଆର୍ପି, ବରମୁଣ୍ଡା ଅଞ୍ଚଳକୁ ମଙ୍ଗଳବାର ବିଶୋଧକ ସ୍ପ୍ରେ କରାଯାଇଛି। ସକାଳେ ବାପୁଜିନଗରରୁ ରାଜମହଲ…
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: କରୋନା ଯୋଗୁ ମୁଖ୍ୟମନ୍ତ୍ରୀ-ମନ୍ତ୍ରୀ-ବିଧାୟକଙ୍କ ୭୦%, ଅଫିସରଙ୍କ ୫୦% ଦରମା ସ୍ଥଗିତ
ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନା ଏବଂ ଲକ୍ଡାଉନ୍ ପାଇଁ ବଡ଼ ବଡ଼ିଆମାନଙ୍କ ଦରମା କଟିବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ୭୦% ଦରମା ସ୍ଥଗିତ ରହିବ। ଗ୍ରସ୍ ସାଲାରୀର ୭୦% ଡେଫରମେଣ୍ଟ ପାଇଁ ମଙ୍ଗଳବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ସେମାନେ ଦରମାର ୩୦%…
କ୍ୱାରାଣ୍ଟାଇନ୍ରେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ୩ ଓଡ଼ିଆ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧାର୍ମିକ ସଭାରେ କିଛି ଓଡ଼ିଆ ସାମିଲ ହୋଇଥିଲେ। ଏଯାବତ୍ ୩ଜଣଙ୍କ ବିଷୟରେ ସରକାର ଅବଗତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏଥିସହ ସେମାନଙ୍କର ପରିବାରବର୍ଗକୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହିଭଳି ଅନ୍ୟମାନଙ୍କୁ ଟ୍ରାକ୍ କରିବାକୁ…
ଆମ୍ବୁଲାନ୍ସରେ ଯାତ୍ରୀ ନେଲେ କଠୋର କାର୍ଯ୍ୟାନୁଷ୍ଠାନ, ଗିରଫ ହେବେ ଚାଳକ, ବାଜ୍ୟାପ୍ତ ହେବ ଗାଡ଼ି: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଗୋଟିଏ ପଟେ କରୋନା ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲାରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଆମ୍ବୁଲାନ୍ସର ଅସଦ୍ବ୍ୟବହାର ହେଉଥିବା ନଜରକୁ ଆସିଛି। ଏହି ଦୂରାବସ୍ଥା ସମୟର ଲାଭ ଉଠାଇବାକୁ ଯାଇ କିଛି ଡ୍ରାଇଭର ଯାତ୍ରୀ ନେଉଥିବା ଦେଖିବାକୁ ମିଳିଛି।…
କରୋନା UPDATE: ବିଶ୍ୱରେ ୨୪ ଘଣ୍ଟାରେ ୪ହଜାରରୁ ଊର୍ଦ୍ଧ୍ୱ ମୃତ; ଭାରତରେ ୧୨୫୧ ସଂକ୍ରମିତ, ଓଡ଼ିଶାରେ ୪୭୩ ନମୂନାର ଆସିଛି ରିପୋର୍ଟ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର୧୯୯ ଦେଶ ଏବଂ ୨ ଜାହାଜରେ କରୋନା ସଂକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହା ୨୦୦ ଦେଶରେ ପହଞ୍ଚିଛି। ୭ଲକ୍ଷ ୨୪ ହଜାର ୭୫୯ଜଣ ସଂକ୍ରମିତ ଥିବା…
ଲକ୍ଡାଉନ୍ ନିୟମ କୋହଳ କରିବାର ସମୟ ଆସିନାହିଁ, ସତର୍କତା ନ ରଖିଲେ ନିଆଁ ମାଡ଼ିବାର ସମ୍ଭାବନା: ବାଗ୍ଚୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଓଡ଼ିଶାରେ ୩ କରୋନା ପଜିଟିଭ ମାମଲା ରହିଛି। ହେଲେ ଏହି ୩-୩୦-୩୦୦-୩୦୦୦ ପର୍ଯ୍ୟନ୍ତ ଯିବା ବା ନଯିବା ଆପଣଙ୍କ ଏବଂ ମୋ’ ହାତରେ ରହିଛି। ଭାରତୀୟ ମହାନଗରୀ ଜନସଂଖ୍ୟାର ଘନତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଯେକୌଣସି ସହର ଘନତ୍ୱଠାରୁ…
Archives


