କାର୍ଯ୍ୟକାରୀ ହେଉନାହିଁ ବୋଟ୍‌ ରୁଲ୍‌ସ

କେନ୍ଦ୍ରାପଡ଼ା ଅଫିସ, ୨୭ା୬: ଗତ ୧୯ ତାରିଖରେ ମହାକାଳପଡା ବ୍ଲକ ପୀତାପାଟ ଗ୍ରାମ ନିକଟ ମହାନଦୀରେ ଡଙ୍ଗା ଓଲଟିବାରୁ ୫ ଶ୍ରମିକ ପହଁରି ନିଜ ଜୀବନ ବଞ୍ଚାଇଥିଲେ। ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ ତାରିଖରେ ଡଙ୍ଗା ବୁଡି ଜଗତ୍‌ସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳିଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡି ଯୋଗୁ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ପଦନୀପାଳ, ଏକମାଣିଆ, ସିଂହଗଁା ଆଦି ନଦୀ ପରିବେଷ୍ଟିତ ୧୭ ପଞ୍ଚାୟତକୁ ଅଦ୍ୟାବଧି ସେତୁ ନିର୍ମାଣ ହୋଇନାହିଁ। ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବଳିଖଟି, ବତୀଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଜ୍ଜନକ ଭାବେ ଲୋକେ ନୌକାରେ ଯାତାୟାତ କରୁଛନ୍ତି। ନୌକା ଅଥବା ଦେଶୀ ଡଙ୍ଗା ସ୍ଥାନୀୟ ଅଞ୍ଚଳରେ ଯାତାୟାତର ମାଧ୍ୟମ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ୨୦୦୪ ମସିହାର ବୋଟ ରୁଲ୍ସ କାର୍ଯ୍ୟକାରୀ ହେଉ ନାହିଁ। ଲାଇଫ ଜ୍ୟାକେଟ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାଉଛନ୍ତି। ଫଳରେ ନୌପରିବହନ ଏବେ ବିପଦରେ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସାମାଜିକ କର୍ମୀ ଅଭିତାଭ ଚାନ୍ଦ କୁହନ୍ତି, ରାଜ୍ୟ ସରକାରଙ୍କ ବୋଟ ରୁଲ୍ସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟଚାଳକ ଓ ଡଙ୍ଗା ବୀମାଭୁକ୍ତ ହୋଇନାହିଁ। ଏପରି କି ଫିଟ୍‌ନେସ ନ ଥିବା ବୋଟରେ ଯାତ୍ରୀ ଯା’ଆସ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡି ହେଲେ ମୃତ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବା ସମ୍ଭବ ହେବନାହିଁ। ୬୦ରୁ ଊର୍ଦ୍ଧ୍ୱ ବୋଟ ଜାତୀୟ ଉଦ୍ୟାନ ମଧ୍ୟରେ ବିନା ଫିଟ୍‌ନେସରେ ଚାଲୁଥିବା ସେ ଦର୍ଶାଇଛନ୍ତି। ରାଜନଗର ବ୍ଲକ ଗୁପ୍ତିର ନରେନ୍ଦ୍ର ସାହୁ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ଅଛନ୍ତି। ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହକୁଦ, ଜମ୍ବୁ ଅଞ୍ଚଳରୁ ବୋଟଗୁଡିକ ଆତଯାତ ହେଉଛି। ତେବେ ବହୁ ବୋଟ ଚାଳକ ଅନଭିଜ୍ଞ ଓ ନାବାଳକ ଥିବା ସେ ପ୍ରକାଶ କରିଛନ୍ତି। ଏହାସହ ଡଙ୍ଗାରେ ଅଧିକ ଲୋକ ଚଢୁଥିବା ଯୋଗୁ ଏହି ଦୁର୍ଘଟଣା ହେଉଥିବା ବେଳେ ଅର୍ଥଲୋଭରେ ଡଙ୍ଗାଚାଳକ ଯାତ୍ରୀ ପରିବହନ କରୁଛନ୍ତି। ମହାକାଳପଡାର ବିଭୂତି ରାଉତ କୁହନ୍ତି, ସେତୁ ନିର୍ମାଣ ହେଉ ନ ଥିବାରୁ ଡଙ୍ଗା ଅଥବା ବୋଟରେ ଲୋକେ ଯାତାୟାତ କରୁଛନ୍ତି। ବାହକୁଦ ଓ ଖରିନାସୀ ସେତୁ ଏବେ ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀ କୂଳରେ ବହୁ ପରିବାର ବସବାସ କରୁଛନ୍ତି। ପ୍ରତିଦିନ ଦେଶୀ ଡଙ୍ଗାରେ ଯାଆସ କରୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ତଦାରଖ ହେଉ ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବୋଟ ଚାଳକ ଓ ବୋଟର ବୀମା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଦେଶୀ ଡଙ୍ଗା ଓ ବୋଟ ଚାଳକଙ୍କୁ ଏ ନେଇ ସଚେତନ କରାଯାଉଛି। ନିୟମ ବହିର୍ଭୂତ କୌଣସି ଡଙ୍ଗା ଅଥବା ବୋଟ ନଦୀରେ ଯାତାୟାତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରୀ ହତ୍ୟାକାଣ୍ଡ ମାମଲା: ସରୋଜଙ୍କ ଘରେ ଏସ୍‌ଆଇଟି ଟିମ୍‌

ନୟାଗଡ଼ ଅଫିସ,୨୧ା୧୨: ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟିର ଦୁଇ ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିଛନ୍ତି। ମହିଳା ଇନ୍ସପେକ୍ଟର ପ୍ରଥମେ ସରୋଜଙ୍କ ମା’ ଓ...

ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀ

କଣିହାଁ/ ବଇଣ୍ଡା,୨୫।୬ (ଡି.ଏନ.ଏ.)ଅନୁଗୋଳ ଜିଲାର କଣିହାଁ ବନାଞ୍ଚଳ ଓ ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହିଛି। କଣିହଁ। ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନର...

କ୍ରଶର, କଳାପଥର ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଜିଏସ୍‌ଟି ଚଢ଼ାଉ

ଧର୍ମଶାଳା,୨୯ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚଢ଼େଇଧରାସ୍ଥିତ ଏକ କ୍ରଶର ଓ କଳାପଥର ଖାଦାନ ମାଲିକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ କରାଯାଇଛି। ବିକ୍ରିକର ଫାଙ୍କିବା ଅଭିଯୋଗରେ...

ଖାଦ୍ୟ ପରଷିବାରେ ବିଳମ୍ବ ପାଇଁ ପିଅନ ନିଲମ୍ବିତ

ବାସୁଦେବପୁର,୨୮।୪ (ଡି.ଏନ.ଏ.): ତହସିଲ ପରିସରରେ ଥିବା ଡାକବଙ୍ଗଳାରେ ଖାଦ୍ୟ ପରଷିବାରେ ବିଳମ୍ବ ହେଲା। ଏଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର...

ପିପିଇ କିଟ୍‌ ଠକେଇର ଶିକାର ଅଶ୍ୱିନୀ ହସ୍ପିଟାଲ

ଭୁବନେଶ୍ୱର,୬ା୬ (ବ୍ୟୁରୋ): ସଂକ୍ରମଣ ରୋକିବା କ୍ଷେତ୍ରରେ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌ (ପିପିଇ)ର ଜରୁରୀ ଆବଶ୍ୟକତା ରହିଛି। କରୋନା ମହାମାରୀ ପାଇଁ ଏବେ ଏସବୁ କିଟ୍‌ର ଚାହିଦା...

ରାତିଅଧିଆ ବିଧାୟକଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭଦ୍ରକ ଅଫିସ,୨୦।୧୨: ଭଦ୍ରକ ବିଧାୟକ ସଞ୍ଜୀବ ମଲିକ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ରାତିରେ ରୋଗୀସେବା ନିରୀକ୍ଷଣ...

ଆଶ୍‌ପାଇପ୍‌ ଫାଟି ଘର ଭିତରେ ପଶିଲା ପାଉଁଶ ପାଣି: କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ତାଳଚେର,୬।୩(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଟିଟିପିଏସ୍‌ର ଆଶ୍‌ପାଇପ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟିବାରୁ ପାଉଁଶ ପାଣି ରାସ୍ତା ଓ ଲୋକଙ୍କ ଘର ଭିତରେ ମାଡ଼ିଯାଇଛି। ଏନେଇ ଗ୍ରାମବାସୀ...

ଖାଦ୍ୟ ବ୍ୟାଗ କାନ୍ଧେଇ ଦେଢ କି.ମି. ଚାଲିଲେ ସରପଞ୍ଚ

ଖଇରା, ୩୧।୫(ଡି.ଏନ.ଏ)-କରୋନା ମୁକାବିଲା ଲାଗି ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଛି। ପ୍ରବାସରୁ ଫେରି ପଞ୍ଚାୟତ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ରହିବା, ଖାଇବା, ପିଇବା ବ୍ୟବସ୍ଥା...

Advertisement
Archives

Model This Week