ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୧୧ ଟି ଜିଲାରେ ଜୁନ ମାସ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସମ୍ପୂର୍ଣ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଗୋଟିଏ ଦିନରେ ବ୍ରହ୍ମପୁର ପୋଲିସ ଜିଲାର ଜଣେ ସବଇନ୍ସପେକ୍ଟର (ଏସ୍‌ଆଇ ) ସମେତ ୮ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିଥିବା ନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଶୁକ୍ରବାର ରାତିରେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ପୂର୍ବରୁ ୨ ଦିନିଆ ସଟ୍‌ଡାଉନ ଘୋଷଣା ହୋଇଥିବା ବେଳେ ଗଞ୍ଜାମ ଜିଲାପାଳ ବ୍ରହ୍ମପୁର ମହାନଗର ପାଇଁ ଶନିବାରଠାରୁ ୪ ଦିନିଆ ଶଟ୍‌ଡାଉନ ଘୋଷଣା କରିଥିଲେ। ଶଟ୍‌ଡାଉନର ପ୍ରଥମ ଦିନ ମହାନଗରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି। ମେଡିକାଲ କାମ ବ୍ୟତୀତ ଘରୁ କେହି ବାହାରି ନାହାନ୍ତି । ସହରରେ ଥିବା ସମସ୍ତ ଦୋକାନ, ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା। ଚାରି ଦିନିଆ ଶଟ୍‌ଡାଉନ ଯୋଗୁ ଶନିବାର ରାସ୍ତାଘାଟ ଶୁନଶାନ ରହିଥିବା ବେଳେ ବିଭିନ୍ନ ଛକରେ ପୋଲିସ ମୁତୟନ ରହିଛନ୍ତି। ଏପରିକି ସହରର ବିଭିନ୍ନ ଗଳିରେ ପୋଲିସ ପେଟ୍ରୋଲିଂ କରିବା ସହ ଲୋକମାନଙ୍କୁ ଘରୁ ଜରୁରୀ କାମ ବିନା ବାହାରକୁ ନ ବାହାରିବାକୁ ସଚେତନ କରିଥିଲା ।ସଟଡାଉନ ବେଳେ ମେଡିକାଲ, କ୍ଲିନିକ , ପେଟ୍ରୋଲ ପମ୍ପ ,ଔଷଧ ଦୋକାନ ଭଳି କିଛି ଜରୁରୀ ସେବା ଖୋଲା ରହିବା ପାଇଁ ଅନୁମତି ରହିଥିଲାନ୍‌। ସହରର ଅର୍ଣ୍ଣପୁର୍ଣ୍ଣା ମାର୍କେଟ ,ବଡବ୍ଜ଼ାର ହୋଲସେଲ ତେଜରାତି ବଜ଼ାର,ଗିରି ମାର୍କେଟ , ସାନ ବଜ଼ାରର ସମସ୍ତ ଦୋକାନ ବନ୍ଦ ରହିଥିଲା। ସେହିପରି ମର୍ଦ୍ଧରାଜ ଭେଣ୍ଡିଂ ଜୋନ ,ବିଜିପୁର ଓ ଗେଟବଜ଼ାର ପରିବା ମାର୍କେଟ ବନ୍ଦ ରହିଥିଲା। ଏହି ୪ ଦିନିଆ ଶଟ୍‌ଡାଉନ ଘୋଷଣା ଯୋଗୁଁ ସହରବାସୀ ସମସ୍ତେ ନିୟମ ପାଳନ କରି ସମସ୍ତେ ଘର ଭିତରେ ରହିଛନ୍ତି। ସହରରେ କାଁ ଭାଁ କେଉଁଠି ବାଇକ ଚାଳକଙ୍କୁ ଦେଖିବାକୁ ମିଳିଛି। ତେବେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ପୋଲିସ ଅଟକାଇ ପଚରାଉଚରା କରୁଛି। ଆଗାମୀ ଦିନ ମାନଙ୍କରେ ଶଟ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ଶିକ୍ଷକଙ୍କ ୪. ୬୭ କୋଟି ଟଙ୍କାର ସମ୍ପତ୍ତି ଠାବ

ବ୍ରହ୍ମପୁର ଅଫିସ,୬ା୮: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କୋଟିପତି କ୍ରୀଡା ଶିକ୍ଷକ(ପିଇଟି) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ...

ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା: ଆହତଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ, ଫରେନ୍‌ସିକ୍‌ ଟିମ୍‌ର ଯାଞ୍ଚ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଫାଲ୍‌କନ କମ୍ପାନୀର ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ବୁଧବାର ରାତିରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଯୋଗୁ ଶତାଧିକ...

କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିବା ପ୍ରତିବାଦ: ରାଜଭବନ ସମ୍ମୁଖରେ ଭାଜପାର ଧାରଣା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ନିଜ ନାମରେ କରୁଥିବା ଅଭିଯୋଗ ଆଣିଛି ଭାଜପା। ଏଥିସହ ଅନ୍ୟ ଚାରୋଟି ପ୍ରସଙ୍ଗକୁ ନେଇ ଭାଜପା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୮, ଜଗତସିଂହପୁରରୁ ୨୩୩,...

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୬।୨(ବ୍ୟୁରୋ): ବଜେଟ ଘୋଷଣା ପରେ ପ୍ରଥମଥର ଲାଗି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନିକିଆ ଗସ୍ତରେ ଓଡ଼ିଶା...

ଅଜଗର ସାପ ଉଦ୍ଧାର

ପାତ୍ରପୁର,୩୧ା୮(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗାଁ ପୋଖରୀରେ ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟାରେ କେତେଜଣ ଯୁବକ ମିଶି ଗ୍ରାମରେ ଥିବା ଏକ...

ଦୁଇ ମାସରେ ୧୦ମୃତ୍ୟୁ, ଅନେକ ଲୋକ ଆକ୍ରାନ୍ତ: ଡେଙ୍ଗୁ ସନ୍ଦେହ

ମୁନିଗୁଡା,୨୧।୪: କରୋନା ବା କୋଭିଡ-୧୯କୁ ନେଇ ସାରା ରାଜ୍ୟରେ ଏବେ ଆତଙ୍କ ଖେଳିଯାଇ ଥିବା ବେଳେ ରାୟଗଡା ଜିଲା ମୁନିଗୁଡାରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ...

ଓଜେଇଇ ୨୦୧୯କୁ ନେଇ ଖବରକାଗଜରେ ଜାଲ୍‌ ବିଜ୍ଞାପନ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରିବା ପାଇଁ ଖବରକାଗଜରେ ଆସୁଛି ଜାଲ୍‌ ବିଜ୍ଞାପନ। ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ଖବରକାଗଜରେ ଭୁଲ ବିଜ୍ଞାପନ ପ୍ରକାଶ ପାଉଛି। ତେଣୁ...

Advertisement
Archives

Model This Week