ଗୋଟିଏ ପ୍ରକଳ୍ପ, ଦୁଇଟି ଯୋଜନା

ସୋନପୁର,୨୭ା୬(ନି.ପ୍ର.): କରୋନା ପାଇଁ ଅନେକ ରୋଜଗାର ହରାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲାର ୧୫ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ କର୍ମସଂସ୍ଥାନ ହରାଇ ଶୂନ୍ୟହସ୍ତରେ ଘରକୁ ଫେରିଛନ୍ତି। ଶିଳ୍ପ ବିହୀନ ଏହି ଜିଲାରେ ଶ୍ରମିକ ଓ ଗରିବ ଲୋକଙ୍କୁ ରୋଜଗାର ଯୋଗାଇବା ପ୍ରଶାସନ ପାଇଁ ଏକ ବଡ ଆହ୍ବାନ। ଏଭଳି ସ୍ଥିତିରେ ପ୍ରବାସୀଙ୍କୁ କାମ ଧନ୍ଦା ଯୋଗାଇବା ପାଇଁ ଶ୍ରମଭିତ୍ତିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆରଇଜିଏସ୍‌) ଏକମାତ୍ର ସାହା। ଯୋଜନାରେ ଦୈନିକ ମଜୁରି ବଢିଛ। ମଜୁରି ଦିନକୁ ୧୮୨ ଟଙ୍କାରୁ ୨୦୭ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ପ୍ରବାସୀ ଶ୍ରମିକ ଜିଲାକୁ ପହଞ୍ଚତ୍ବା ପୂର୍ବରୁ ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ପରେ ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅଧିକ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଜିଲାରେ ୧ ଲକ୍ଷ ୨୩ ହଜାର ୭୨୯ଟି ଜବ୍‌କାର୍ଡ ଅଛି । ଏହି ଯୋଜନାରେ କିଭଳି ଶ୍ରମିକ ମାନେ ଅଧିକ ସଂଖ୍ୟାରେ କାମ ପାଇବେ ସେ ଦିଗରେ ଦୃଷ୍ଟି ଦେବାକୁ ସରକାର ସମସ୍ତ ବିଭାଗକୁ ଚିଠି କରିଥିଲେ। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ଏହାକୁ କଡାକଡି ଭାବେ ପାଳନ କରାଯିବାକୁ ଜିଲାପାଳ ମୋନିଷା ବାନାର୍ଜୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପୋଖରୀ ଖୋଳା, ରାସ୍ତା କାମ, ବନୀକରଣ, ଡ୍ରେନ୍‌ କାମ, ଚାଷଜମି ଉନ୍ନତୀକରଣ, ମୃତ୍ତିକା ସଂରକ୍ଷଣ ଓ ଖେଳପଡିଆ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଥିଲା । ବ୍ଲକ, ବନବିଭାଗ, ଉଦ୍ୟାନ କୃଷି, ଜଳଛାୟା ମିଶନ, କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ବିଭାଗ ଅଧିନରେ ଶ୍ରମ ଦିବସ ସୃଷ୍ଟି ପାଇଁ ଉଦ୍ୟମ ହୋଇଥିଲା। ଯୋଜନା ପ୍ରସ୍ତୁତ ହୋଇ ଲୋକଙ୍କୁ କାମ ଯୋଗାଇବା ପାଇଁ ସ୍ବତନ୍ତ୍ର ଜିଲା ପରିଷଦ ବୈଠକରେ ପ୍ରକଳ୍ପଗୁଡିକୁ ମଞ୍ଜୁରି ମିଳିଥିଲା । ମାତ୍ର ତଳସ୍ତରରେ ଯୋଜନାର କ୍ରୀୟାନ୍ବୟନ ସମୟରେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ପରିଲକ୍ଷିତ ହେଉଛି। ବନବିଭାଗ ବ୍ୟତୀତ ଯେତେ ସବୁ କାମ ହେଉଛି ସେ ସବୁର ସୂଚନା ଫଳକ ଲଗାଯାଉନି। ଯୋଜନାର ନାମ, ପ୍ରକଳ୍ପର ଅଟକଳ ମୂଲ୍ୟ ଓ ଶ୍ରମିକ ମଜୁରି ବିଷୟରେ ଗ୍ରାମବାସୀଙ୍କୁ ଜଣାଯାଉନି। ଏମ୍‌ଜିଏନଆରଇଜିଏସ୍‌ ଶ୍ରମିକ ମାନଙ୍କ ପାଇଁ। ଏଥିରେ ମେଶିନ ଲାଗି ପାରିବ ନାହିଁ ବୋଲି କଡାକଡି ନିୟମ ରହିଛି। ମାତ୍ର ଜିଲାର ୬ଟି ବ୍ଳକର ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନ ଦ୍ୱାରା କରାଯାଉଛି । ପରବର୍ତ୍ତୀ ସମୟରେ ମଷ୍ଟରରୋଲ କରି ଏମ୍‌ଜିଏନଆରଇଜିଏସ୍‌ କାମ ଦର୍ଶାଯାଉଛି ଓ ସୂଚନା ଫଳକ ଲାଗୁଛି। ଅନ୍ୟପକ୍ଷରେ ଯଦି କୌଣସି କାମରେ ଅଭିଯୋଗ ଆସୁଛି, ବିଭାଗୀୟ ତଦନ୍ତ ସମୟରେ ମେଶିନରେ କରା ଯାଇଥିବା କାମକୁ ଅସ୍ବୀକାର କରାଯାଉଛି। ନଚେତ୍‌ ଏମ୍‌ଜିଏନଆରଇଜିଏସ୍‌ରେ ନୁହେଁ ବରଂ କେନ୍ଦ୍ର ଅର୍ଥ କମିଶନ(ସିଏଫସି) ନ ହେଲେ ବିଜୁ କେବିକେ ଯୋଜନାର କାମ ଏକ ସଙ୍ଗରେ ହେଉଛି ବୋଲି ଦର୍ଶାଯାଉଛି।ମେଶିନ ଦ୍ୱାରା କାମ କରିବା ପାଇଁ ଗୋଟିଏ ପ୍ରକଳ୍ପକୁ ଏକ ସମୟରେ ବେଆଇନ ଭାବେ ଦୁଇଟି ଯୋଜନାରେ କରାଯାଉଛି । ଜୁନ୍‌ ୧୫ ତାରିଖ ପରେ ପୋଖରୀ, ବନ୍ଧରେ ମାଟି କାମ କରିବା କ୍ଷେତ୍ରରେ କଟକଣା ରହିଥିବା ବେଳେ କେତେକ ସ୍ଥାନରେ ବେଆଇନ ଭାବେ ତାହା ହେଉଛି । ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏପରି ଅନିୟମିତତା ହେଉଛି । କାମ ମେଶିନରେ ହେଉଥିବା ବେଳେ ମିଥ୍ୟା ମଷ୍ଟରରୋଲ କରି ବିଲ କରାଯାଉଛି । ପ୍ରକୃତ ଶ୍ରମିକଙ୍କୁ କାମ ମିଳୁ ନ ଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ହୀନସ୍ତା ହେଉଛନ୍ତି। ଯୋଜନାରେ ଶ୍ରମିକଙ୍କ ମଜୁରି ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବିନିକା ବ୍ଲକ ସେଲେଡି ପଞ୍ଚାୟତ ତୁଲୁଣ୍ଡିପାଲି ଗ୍ରାମର ଧାମକଟା ବନ୍ଧ ପୁନରୁଦ୍ଧାର କାମ ଏମଜିଏନଆରଇଜିଏସ୍‌ରେ ହୋଇଥିଲା। ୮୦ର ଊର୍ଦ୍ଧ୍ୱ ଶ୍ରମିକ ମାଟି ଖୋଳିଥିଲେ। ଦେଢମାସ ହେଲା ଏହି ଶ୍ରମିକମାନଙ୍କୁ ମଜୁରି ମିଳିନି। ଅନ୍ୟପକ୍ଷେ କାମ କରି ନଥିବା ଶ୍ରମିକଙ୍କ ଆକାଉଣ୍ଟରେ ମଜୁରି ପଡିଛି। ଏ ପର୍ଯ୍ୟନ୍ତ ଏଠାରେ ସୂଚନା ଫଳକ ଲାଗିନି। ଶ୍ରମିକମାନେ ଶୁକ୍ରବାର ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ନିକଟରେ ଅଭିଯାଗ କରିଛନ୍ତି। ଏ ନେଇ ଭାରପ୍ରାପ୍ତ ପିଡି ନୀତିରଞ୍ଜନ ସେନଙ୍କୁ ପଚାରିବାରୁ ସେଲେଡି ପଞ୍ଚାୟତର ଶ୍ରମିକ କାମ କରି ଦେଢମାସ ହେଲା ମୁରି ପାଇ ନଥିବା ଅଭିଯୋଗ ତାଙ୍କ ନିକଟକୁ ଆସିନାହିଁ। ଅଭିଯୋଗ ଆସିଲେ ତଦନ୍ତ ହେବ। ସେହିପରି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନ ଦ୍ୱାରା ହେଉଥିଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri