ଚେୟାରରେ ବସି ଅବଢ଼ା ଖାଇଲେ ପୋଲିସବାବୁ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପୁରୀ ଅଫିସ,୨୭ା୬: ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ରହିଛି ଗଭୀର ଭକ୍ତି ଏବଂ ବିଶ୍ୱାସ। ହେଲେ ମହାପ୍ରସାଦ ସେବନର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଭକ୍ତଙ୍କ ଭାବାବଗେକୁ ଆଘାତ ଦେଇଛି। ଶୁକ୍ରବାର କିଛି ପୋଲିସ ଅଧିକାରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଏକ ଗଛ ତଳେ ପିଣ୍ଡିରେ ଅବଢା ରଖି ଚେୟାରରେ ବସି ସେବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇବା ପରମ୍ପରା ରହିଥିବାବେଳେ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପିତ ହେଉଥିବା ପ୍ରସାଦକୁ ଶ୍ରୀମହାପ୍ରସାଦ ବୋଲି କୁହାଯାଏ। ଷଡ଼ଙ୍ଗ ସଂସ୍କାର ମାଧ୍ୟମରେ ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ଶାସ୍ତ୍ରାନୁସାରେ ତାହାକୁ ମହାଲକ୍ଷ୍ମୀ ନିଜେ ପ୍ରସ୍ତୁତ କରିଥାନ୍ତି । ଏହି ମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତି ଲାଭ କରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ଲାଗି ଚାହିଁ ରହିଥାନ୍ତି। ମହାପ୍ରସାଦ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ରହିଛି। ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଇଥାଏ। କୁହାଯାଇଛି ଭଗବାନଙ୍କୁ ନିନ୍ଦିଲେ ଚଳିବ, କିନ୍ତୁ ତାଙ୍କ କୈବଲ୍ୟକୁ ନିନ୍ଦା କରିବା ଉଚିତ ନୁହେଁ । ଏହିଭଳି ବିଶ୍ୱାସ ଏବଂ ପରମ୍ପରା ସହ ସାମିଲ ମହାପ୍ରସାଦ ପ୍ରତି ଏଭଳି ଅସମ୍ମାନ ଭକ୍ତସମାଜକୁ ଗଭୀର ଆଘାତ ପହଞ୍ଚାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲଡବ୍ୟାଙ୍କରେ ନାହିଁ ରକ୍ତ, ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ସୋନପୁର,୫।୪(ନି.ପ୍ର)-କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି । ଦେଶରେ ଗତ ୨୪ ତାରିଖ ମଧ୍ୟରାତ୍ରରୁ ଲକଡାଉନ ଘୋଷଣା ହୋଇଛି । ଜରୁରି...

ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର...

ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ...

ଦିଗପହଣ୍ଡିରେ ଜନତା ହୋଟେଲ ସହ ବିଭିନ୍ନ ଦୋକାନ ସିଲ୍‌ : ୭ ଦିନ ରହିବ ବଳବତ୍ତର

ଦିଗପହଣ୍ଡି,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଜନତା ହୋଟେଲକୁ ରବିବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ...

ଜୟନ୍ତୀ ସମାରୋହରେ ମତ: ଭକ୍ତି-ସାହିତ୍ୟର ଭାବମୟ ସ୍ରଷ୍ଟା ଦୀନକୃଷ୍ଣ

ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଏକଘରିଆ ଗ୍ରାମସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ଶନିବାର ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।...

ଉତ୍ତେଜନାପୂର୍ଣ୍ଣ ବାତାବରଣରେ ଚାଲିଛି ପଞ୍ଚାୟତ ଉପନିର୍ବାଚନ

ଆରଡ଼ି,୨୭।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଡିହ ପଞ୍ଚାୟତରେ ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ କିଛି...

ମୌସୁମୀ ଦୁର୍ବଳ, ୯ ଯାଏ କାଁ ଭାଁ ବର୍ଷା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବହୀନ ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୯ ତାରିଖ...

ଫେରାର୍‌ ବଳାତ୍କାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୧।୧(ଡି.ଏନ.ଏ): ଏକ ବଳାତ୍କାର ମାମଲାରେ ସମ୍ପୃକ୍ତ ଥାଇ ୧୨ ବର୍ଷ ଧରି ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ସୋମବାର ଦାରିଙ୍ଗବାଡ଼ି ଥାନା ପୋଲିସ ଗିରଫ କରିଛି। ସେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *