ରାଜ୍ୟ

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ, ୭ା୪- ସୋମବାର ସକାଳୁ ତୃତୀୟ ଦିନରେ ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ପଞ୍ଚାୟତ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଇଛି। ସୂଚନା…

ମାସ୍କ ଓ ସାବୁନ ବଣ୍ଟନ

କୁଆମରା,୭ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ଗୋପବନ୍ଧୁ ନଗର ବ୍ଲକ ପଶୁଦା ପଞ୍ଚାୟତର ଅଛଡା ନବଜ୍ୟୋତି କିଶୋର କ୍ଲବ ପକ୍ଷରୁ ବିଭିନ୍ନ ଗ୍ରାମର ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି। କ୍ଲବର ସଭାପତି ପାର୍ଥ ସାରଥୀ ସାହୁ,…

ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା

ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିକୁ ନିଜ ପେନଶନ ରାଶିରୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲାପାଳଙ୍କ…

୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଯୁବକଙ୍କ ଜୀବନ ଗଲା

ବିଶୋଇ,୭ା୪(ଡି.ଏନ୍‌.ଏ.)- ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଯାନବାହନ ଚଳାଚଳ ଉପରେ ସରକାର କଟକଣା କରିଥିବାବେଳେ ଆମ୍ବୁଲାନ୍ସ ଓ ଅନ୍ୟ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଯାନବାହନକୁ ୨୪ ଘଣ୍ଟା ସେବା ଯୋଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲାର ବିଶୋଇ ଥାନା…

ଭାଜପା ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୭।୪-ଦେଶ କରୋନା ଭଳି ଭୟଙ୍କର ମହାମାରୀ ସହ ଲଢୁଥିବା ବେଳେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପରାମର୍ଶରେ ଭାଜପା ଯୁବମୋର୍ଚ୍ଚା ତରଫରୁ ବାମପଦାରେ ଥିବା କୁଷ୍ଠାଶ୍ରମରେ…

ଗ୍ରାମରେ ବ୍ଲିଚିଂ ପକାଇ ବିଶୋଧନ

ବାହାନଗା, ୭ା୪(ଡି.ଏନ୍‌.ଏ.)-ବିଶ୍ୱ ମହାମାରୀ କରୋନା ଭାଇରସକୁ ରୋକିବା ଲାଗି ସାରା ଭାରତରେ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ତାର କଡା ମୁକାବିଲା କରିବା ସହିତ ନିଜକୁ କିପରି ସୁରକ୍ଷିତ ରଖିହେବ ଏନେଇ ପଞ୍ଚାୟତ ତରଫରୁ ସରକାରଙ୍କ ନିର୍ଦ୍ଦେଶ ମୂଳେ…

ରିଲିଫ ପାଣ୍ଠିକୁ ହଜାରେ ଟଙ୍କା ଦେଲେ ୫ମ ଶ୍ରେଣୀ ଛାତ୍ର

ସୋର, ୭ା୪(ଡି.ଏନ.ଏ.)-ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢୁଛି। କରୋନା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି। ଜଣେ ୫ମ ଶ୍ରେଣୀ ଛାତ୍ର ନିଜ ଟିଫିନ୍‌ ଖର୍ଚ୍ଚରୁ ସଞ୍ଚୟ କରିଥିବା ୧ହଜାର ଟଙ୍କା…

ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଶନିବାର ସିଲ୍‌ କରାଯାଇ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ସୋମବାର…

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ପଜିଟିଭ ସଂଖ୍ୟା ହେଲା ୪୦

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ବର୍ଷୀୟ ଏହି ଆକ୍ରାନ୍ତ ଯୁବକ କେନ୍ଦ୍ରାପଡ଼ାର ବୋଲି ସୂଚନା ମିଳିଛି। ସେ ଗତ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସୋମବାର ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା ରାଜ୍ୟ…

୪୦ତମ ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ଦଳୀୟ ପତାକା ଉତ୍ତୋଳନ କରିବାକୁ ସୋମବାର ଭାଜପାର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି…

ରାଜ୍ୟର ୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । କଟକରେ ଅଶ୍ବିନୀ ହସ୍ପିଟାଲ, ଯାଜପୁର ଡୁବୁରୀଠାରେ ଟାଟା ହସ୍ପିଟାଲ, କେନ୍ଦୁଝର ଜିଲାର ଯୋଡ଼ାଠାରେ ଟାଟା ହସ୍ପିଟାଲ, ଖୋର୍ଦ୍ଧା ଜିଲା ଭୁବନେଶ୍ବରସ୍ଥିତ କିମ୍ସ…

ମାନିଲେନି ସାମାଜିକ ଦୂରତ୍ୱ ନିୟମ: ୨୯ ଦୋକାନୀ, ନିୟମ ଉଲ୍ଲଙ୍ଘନକାରୀ ଗିରଫ

ଭଦ୍ରକ ଅଫିସ, ୬ା୪: ସାମାଜିକ ଦୂରତ୍ୱ କଟକଣା ନିୟମକୁ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ଭଦ୍ରକ ଟାଉନ ପୋଲିସ ସିଲ୍‌ କରିଛି। ଭଦ୍ରକ ସହରରେ ଶଟ୍‌ ଡାଉନ କଟକଣା ନିୟମ ରବିବାର ରାତି ୮ଟାରେ ଉଠିଥିଲା। ପୂର୍ବପରି ସହରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri