ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର

ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍‌ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ ଜଣକ କରୋନା କଟକଣା ପାଳନ କରି ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ରବିବାର ଜିଲା ପ୍ରଶାସନର ଅଧିକାରୀ ପୋଲିସ ସହ ଉକ୍ତ ଘରେ ଚଢ଼ାଉ କରିଥିଲେ। ଯୁବତୀ ଜଣକ କୋଭିଡ୍‌-୧୯ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଥିବାରୁ ପୂରା ପରିବାରର ୫ ଜଣ ସଦସ୍ୟଙ୍କୁ ହୋମ କ୍ୱରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଜୁନ ୨୫ରେ ବାଙ୍ଗାଲୋରରୁ ଘରକୁ ଫେରିଥିଲେ। ହେଲେ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇ ନ ଥିଲେ। ସେହିପରି କୋଭିଡ ନିୟମକୁ ନ ମାନି ସେ ସବୁଆଡେ ବୁଲାବୁଲି କରୁଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ପ୍ରାସାଶନ ଓ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ଦୁଇ ଦିନ ତଳେ ତାଙ୍କ ଘରେ ଏକ ଉତ୍ସବ ଆୟୋଜନ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ସୁନା, ରୁପା ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧନ ତ୍ରୟୋଦଶୀ ବା ଧନ୍‌ ତେରସ୍‌ରେ ସୁନା ଓ ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ବିରାଜମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ...

ଖାଦ୍ୟ ଦୋକାନରେ ବିଏମ୍‌ସିର ଚଢାଉ ଜାରି

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ବିଏମ୍‌ସି ପକ୍ଷରୁ ଗୁରୁବାର କିଟ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢାଉ କରାଯାଇଛି। ଏହି ଚଢାଉରେ ବିଏମ୍‌ସି କମିଶନର ବିଜୟ...

ଧାରଣା ସ୍ଥଳରେ ବିଡିଓ-ବିଧାୟକ ବାହିନୀପତି କଥା କଟାକଟି

ପାପଡ଼ାହାଣ୍ଡି,୫।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ୧୬ଦଫା ଦାବି ନେଇ ବୁଧବାରଠାରୁ କଂଗ୍ରେସ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଥିଲା। ଗୁରୁବାର ଜୟପୁର ବିଧାୟକ...

ବାଜି ମାରିଲେ ଭାଜପାର ବିଶ୍ୱେଶ୍ୱର

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶ୍ୱେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା

ସୁନ୍ଦରଗଡ଼, ୯।୨(ଡି.ଏନ.ଏ.): ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର...

ଜଗନ୍ନାଥଙ୍କ ଭଡ଼ାଘରେ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ

ପୁରୀ ଅଫିସ,୧୮।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି...

କୋଦାଳରେ ସ୍ତ୍ରୀଙ୍କୁ ହାଣି ହତ୍ୟା

ଝାରବନ୍ଧ,୨।୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଭଣ୍ଡାରପୁରୀ ପଞ୍ଚାୟତ ଅଧୀନ ଜାମପାଲି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବ ପ୍ରସାଦ ସାହୁ(୭୦) ତାଙ୍କ...

ସବୁଜ ସଙ୍କେତ ଦେଉନାହିଁ କେନ୍ଦ୍ର

ଭୁବନେଶ୍ୱର,୭-୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ସଂଖ୍ୟା ବହୁତ। ହେଲେ ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହାର କୌଣସି...

Advertisement
Archives

Model This Week