କଟକରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଟକ ଅଫିସ,୫।୭-କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଏହି କ୍ରମରେ ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଛି। କଟକ ସହରରେ ଥିବା ସରକାରୀ ହସ୍ପିଟାଲଗୁଡ଼ିକ ପାଇଁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ନୂଆ ରୋଗୀ ଆଡ୍‌ମିଶନ ବେଳେ ଓ ହସ୍ପିଟାଲରୁ ରୋଗୀ ଡିସ୍‌ଚାର୍ଜ ହେବା ସମୟରେ ମଧ୍ୟ କୋଭିଡ୍‌ ଟେଷ୍ଟ ହେବ। ସେହିପରି ଏହି ସମସ୍ତ ହସ୍ପିଟାଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ। ଚଳିତ ସପ୍ତାହରେ ଏହି ସମସ୍ତ ହସ୍ପିଟାଲଗୁଡ଼ିକ ପାଇଁ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଞ୍ଚତ୍ବା ସହ ପରୀକ୍ଷା ଆରମ୍ଭ ହେବ। ଫଳରେ ସମସ୍ତ ରୋଗୀଙ୍କ ନାଜାଲ୍‌ ସ୍ବାବ ନେଇ ପରୀକ୍ଷା କରାଯିବା ସହ ମାତ୍ର ୩୦ ସେକେଣ୍ଡରେ କୋଭିଡ ଷ୍ଟାଟସ୍‌ ଜାଣିହେବ ବୋଲି ରାଜ୍ୟ ସରକାରଙ୍କ ବୈଷୟିକ କୋଭିଡ୍‌ ମୁଖପାତ୍ର ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଆସନ୍ତା ୮ ତାରିଖ ଯାଏ କଟକ ସହରକୁ ଶଟ୍‌ଡାଉନ କରାଯାଇଥିବାରୁ ଜରୁରୀ ନ ଥିଲେ ରୋଗୀଙ୍କୁ ହସ୍ପିଟାଲ ଓପିଡି ନ ଆସିବା ପାଇଁ ନିବେଦନ କରାଯାଇଛି। ଏଥିରେ ସହଯୋଗ କଲେ ସଂକ୍ରମଣର ଶୃଙ୍ଖଳକୁ ରୋକାଯାଇପାରିବ। ବୈଠକରେ ଆର୍‌ଡିସି ଅନିଲ ସାମଲ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିଏମ୍‌ଇଟି ଡା. ସି.ବି.କେ. ମହାନ୍ତି, ଅତିରିକ୍ତ ଡିଏମ୍‌ଇଟି ଡା. ବି.କେ. ଦାସ, ଏସ୍‌ସିବି ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ, ଅଧ୍ୟକ୍ଷ ଡା. ଦତ୍ତେଶ୍ୱର ହୋତା, କୋଭିଡ୍‌ ନୋଡାଲ ଅଫିସର ଡା. ଏମ୍‌.ଆର୍‌. ପଟ୍ଟନାୟକ, କୋଭିଡ ଟେଷ୍ଟ ନୋଡାଲ ଅଫିସର ଡା. ନିରୁପମା ଚୟନୀ, ମାନସିକ ରୋଗ ବିଭାଗ ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ, କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ଶିଶୁଭବନ କର୍ତ୍ତୃପକ୍ଷ, ସିଟି ହସ୍ପିଟାଲ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିସାବ ନ ଦେଇ ଅନୁଦାନ ବୋହୁଛନ୍ତି

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ କରୁଛନ୍ତି। ସେହି ଅର୍ଥରୁ ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି...

ସରକାରୀ କର୍ମଚାରୀ ବିଜେଡି ଲାଗି ପ୍ରଚାର କଲେ ବିଦା ହେବେ: ଭାଜପା

ଭୁବନେଶ୍ବର, ୨୪ା୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ଲାଗି କଲେଜରେ ବୈଠକ କରି ୩ ଅଧ୍ୟାପକ ନିଲମ୍ବିତ ହେବା ପରେ ସରକାରୀ କର୍ମଚାରୀଙ୍କୁ ଭାଜପା ଟାର୍ଗେଟ କରିଛି। ଯଦି...

‘ଶିଶୁପାଳଗଡ଼ ଗଡ଼ଖାଇର ହେବ ପୁନରୁଦ୍ଧାର’

ପୁରୁଣା ଭୁବନେଶ୍ୱର, ୨୫ା୨ (ଡି.ଏନ.ଏ.): ଐତିହ୍ୟ ସଂରକ୍ଷିତ ରଖିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ଘୋଷଣା, ଯୋଜନା ପ୍ରସ୍ତୁତ କଲେ ମଧ୍ୟ...

ରାଜ୍ୟରେ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୧କୁ ବୃଦ୍ଧି ପାଇଛି।...

ଡମଣାରେ ‘ପଶ୍ଚିମବଙ୍ଗର ରୟାଲ ପ୍ୟାଲେସ’

ଭୁବନେଶ୍ୱର,୨୧।୯(ବ୍ୟୁରୋ): ମା’ ଆସୁଛନ୍ତି। ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଚାରିଆଡେ ଖୁସିର ମାହୋଲ। ଦୁଇ ବର୍ଷ ପରେ ଭକ୍ତମାନେ ଦର୍ଶନ କରିବେ ମା’ ଦଶଭୁଜାଙ୍କୁ। ଏଥିପାଇଁ ବିଭିନ୍ନ...

ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଘର ଆଗରେ ଭାସୁଛି ଡ୍ରେନ୍‌ ପାଣି। ଘରୁ ଗୋଡ଼ କାଢିଲେ ଅପରିଷ୍କାର ପାଣି ଭିତରେ ପାଦ ପକାଇବାକୁ ପଡୁଛି। ଡ୍ରେନ୍‌ ପାଣି ପାଇଁ ମଶାଙ୍କ...

ମିଳିଲାନି ସହାୟତା, ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ

ବାହାନଗା, ୧୦ା୯(ଡି.ଏନ.ଏ.): ସଡ଼କ ଦୁର୍ଘଟଣାରେ ଦିବ୍ୟାଙ୍ଗ ପାଲଟିଯାଇଥିବା ଜଣେ ଯୁବକ ସହାୟତା ନ ପାଇ ଚାରିଆଡୁ ନିରାଶ ହେବା ପରେ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା...

୪ର୍ଥ ଥର ପ୍ଲାଜ୍‌ମା ଦାନ କଲେଣି ଯବାନ

ଛତ୍ରପୁର,୪।୨: ଅଗସ୍ତିନୂଆଗାଁ ସ୍ଥିତ ଛତ୍ରପୁର ଅଷ୍ଟମ ବାଟାଲିୟନର ସିପାହୀ (୭୬୧) କେ. ଯୁଧିଷ୍ଠିର ରାଓ ଚତୁର୍ଥ ଥର ପାଇଁ ପ୍ଲାଜ୍‌ମା ଦାନ କରିଛନ୍ତି। ଗୁରୁବାର ଏମ୍‌କେସିଜି...

Advertisement
Archives

Model This Week