ରାଜ୍ୟ

ଟ୍ରକ ଧକ୍କାରେ ନିର୍ବାହୀ ଅଧିକାରୀ ଗୁରୁତର: ଥାନାରେ ଘଣ୍ଟାଏ ଅପେକ୍ଷା କରି ଫେରିଲେ ବିଡିଓ

ଖଇରା, ୧୧ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଜଣେ କର୍ମଚାରୀ ଟ୍ରକ ଧକ୍କାରେ ଗୁରୁତର ହେବା ଏବଂ ସମ୍ପୃକ୍ତ ଟ୍ରକ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଖଇରା ବିଡିଓ ହଟହଟା ହୋଇ ଫେରିବା ମୋ ସରକାରର ବିଫଳତାକୁ ପ୍ରମାଣ କରିଛି ା…

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)-ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପାଉଚ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଚୋରା ମଦ ବିକ୍ରି…

ଲକ୍‌ଡାଉନ୍‌ରୁ ଲାଭ

ଅନୁଗୋଳ ଅଫିସ, ୧୧।୪ – କରୋନା ବିପତ୍ତିରୁ ବର୍ତ୍ତିବା ପାଇଁ ଦେଶକୁ ଲକ୍‌ଡାଉନ୍‌ କରାଯାଇଥିଲେ ବି ଅନୁଗୋଳ ସହର ଉପକଣ୍ଠରେ ଘର ନିର୍ମାଣ କରୁଥିବା କେତେଜଣ ଲୋକ ଏଥିରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି। ସେମାନେ ସମସ୍ତ କଟକଣା ଉଲ୍ଲଂଘନ କରି…

ଏନ୍‌ଟିପିସି ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ

ତାଳଚେର,୧୧ା୪(ନି.ପ୍ର.): କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏନ୍‌ଟିପିସି କଣିହଁ। ବିଦ୍ୟୁତ୍‌ ପ୍ର୍ରକଳ୍ପ ପକ୍ଷରୁ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ଥାନୀୟ ଟାଉନଶିପ୍‌ ଓ ଆଖପାଖ ଅଞ୍ଚଳକୁ ସାଇନିଟାଇଜ କରାଯିବା, ମେଡିକାଲ ଉପକରଣ କିଣିବା ଓ ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡ ମଧ୍ୟ ପ୍ରସ୍ତୁତ…

ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୧।୪ ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ…

ପାଣ୍ଠି ଆଦାୟ କରୁଛନ୍ତି ବ୍ଲକ ଅଧ୍ୟକ୍ଷ

ଭୁବନ, ୧୧।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସୋମବାରଠାରୁ ଗଁ। ଗଁ। ବୁଲି କରୋନା ସହାୟତା ପାଣ୍ଠି ଆଦାୟ କରୁଛନ୍ତି। ବ୍ଲକ ଅଞ୍ଚଳରୁ ସେ ୪ ଲକ୍ଷ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଅଦ୍ୟାବଧି ୧…

ଉଜୁଡ଼ିଯିବ ରବିଧାନ ଫସଲ

ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାର ଅବଧି ବଢାଇ ଦେଇଛନ୍ତି। ଏହାର ପ୍ରଭାବ ଚାଷ କ୍ଷେତ୍ରରେ ପଡିଛି। ସାମାଜିକ…

ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ଛୁଇଁଲା

ଭୁବନେଶ୍ୱର,୧୧।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୨କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଁଚିଛି।ଶୁକ୍ରବାର ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି।ତେବେ ଏହି  ୨ ଆକ୍ରାନ୍ତଙ୍କ   ବିଷୟରେ   ସବିଶେଷ ସୂଚୀତ କରାଯାଇନାହିଁ। ଅପରପକ୍ଷରେ ଶୁକ୍ରବାର…

ଦୁଇ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ: ୪୨ ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ

ଭୁବନେଶ୍ୱର, ୧୦ା୪(ବ୍ୟୁରୋ): ରାଜ୍ୟରେ ୨ ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ୬ଟି ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେଥିରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟର ୪୨ ନଂ କରୋନା ଆକ୍ରାନ୍ତଙ୍କ…

କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୯ରୁ ଏପ୍ରିଲ ୧୦ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୩ଟି ମାମଲା ରୁଜୁ ହୋଇଛି। ସେଥିରୁ ୨୦୫ ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବା ବେଳେ ୩ଟି ଗୁଜବ…

ରାଜଧାନୀର ୧୭ ଘରୋଇ ହସ୍‌ପିଟାଲରେ ହୋଇପାରିବ ଫ୍ଲୁ ପରୀକ୍ଷଣ: ବାଗ୍‌ଚୀ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କୋଭିଡ୍‌ ଯୁଦ୍ଧରେ ରାତିଦିନ ଏକ କରି କାମ କରୁଥିବା ପ୍ରତ୍ୟେକ ଲାବରେଟୋରୀ କର୍ମଚାରୀ, ଟେକ୍‌ନିସିଆନ୍‌ ଏବଂ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିର କୃତଜ୍ଞତା ଜ୍ଞାପନ କରିଛନ୍ତି। ଟାଟା ଷ୍ଟିଲ୍‌ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଏବଂ ୧୫ ଆଇସିୟୁ…

ସାଧାରଣରେ ପରିଣତ ହେଲାଣି କରୋନା କଟକଣା ଉଲ୍ଲଂଘନ: ରାଶନ ବଣ୍ଟନ ସମୟରେ ରହୁନି ସାମାଜିକ ଦୂରତ୍ୱ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବରଗଡ଼ ଅଫିସ୍‌,୧୦।୪: କରୋନା(କୋଭିଡ୍‌-୧୯) ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ପରିବା ବଜାର, ତେଜରାତି, ମାଛ, ମାଂସ ଦୋକାନରେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri