ରାଜ୍ୟ

ଆଉ ୫ ସ୍ଥାନରେ ହେବ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ଆଉ ୫ ସ୍ଥାନରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବ। ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍‌ କଲେଜରେ କରୋନା ନମୁନା ପରୀକ୍ଷଣ ଆରମ୍ଭ ହେବ। ସେହିପରି ୩୧ ତାରିଖ ସୁଦ୍ଧା ବାଲେଶ୍ୱର ଓ ବାରିପଦା…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ପ୍ରସ୍ତୁତି: ମାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ିବ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରସ୍ତୁତିରେ କେତେକ ପରିବର୍ତ୍ତନ ପାଇଁ…

ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଛୁଇଁଥିବା ଜଣାପଡିଛି। ଫଳରେ ଖୋର୍ଦ୍ଧାକୁ ପଛରେ ପକାଇ ଭଦ୍ରକ ଚତୁର୍ଥ ସଂକ୍ରମିତ ଜିଲା ହୋଇଛି।…

ତେଲମହୁଲ ଗାଁକୁ ଦିନକ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବରଗଡ଼ ଅଫିସ,୧୭।୫- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ତେଲମହୁଲ ଗାଁକୁ ରବିବାର ସକାଳୁ ଦିନକ ପାଇଁ ସଟ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ସୁନୀତା ବରିହା ଜିଲାପାଳ କ୍ଷମତା ପ୍ରୟୋଗ କରି ଏହି କଟକଣା ଲାଗୁ କରିଛନ୍ତି। ସୋମବାର…

କରୋନା କବଳରେ ରାଜ୍ୟର ୨୨ ଜିଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୯୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨୮ ହୋଇଛି। ସେହିଭଳି ଆଉ ୨ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ ମୃତ୍ୟୁ…

ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି। ପୂର୍ବରୁ ରାଜ୍ୟର ୨୧ଟି ଜିଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ…

CORONAVIRUS UPDATE: ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ପୂର୍ବରୁ କରୋନାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଆଉ ୨ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ମୃତକ ଗଞ୍ଜାମ ଜିଲାର…

CORONAVIRUS UPDATE: ରାଜ୍ୟରେ ଆଉ ୯୧ ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ରବିବାର ନୂଆ ୯୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ୨୮, ବାଲେଶ୍ୱରର ୧୭, ଗଞ୍ଜାମର ୧୫, କଟକର ୧୨, ପୁରୀର ୭,…

ରାଜ୍ୟକୁ ଫେରିଲେଣି ୧, ୩୩,୨୪୫ ପ୍ରବାସୀ: ଗଞ୍ଜାମ ଜିଲାରେ ସର୍ବାଧିକ ୫୫, ୫୬୭

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷଲକ୍ଷ ଓଡ଼ିଆ ଫସି ରହିଛନ୍ତି। କଟକଣା କୋହଳ ହେବାପରଠାରୁ ପ୍ରବାସୀମାନେ ପ୍ରତିଦିନ ଓଡ଼ିଶା ଫେରୁଛନ୍ତି। ଶନିବାର ୧୭ହଜାର ୮୫୫ଜଣ ଓଡ଼ିଆ ଭଉଣୀ ଭାଇ ରାଜ୍ୟକୁ ଫେରି ଆସିଛନ୍ତି। ଏମାନଙ୍କୁ ମିଶାଇ ଇତିମଧ୍ୟରେ…

ରୋଗୀଙ୍କୁ ଫେରାଇଲେ ରଦ୍ଦ ହେବ ଘରୋଇ ହସ୍ପିଟାଲ ଲାଇସେନ୍ସ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଯେପରି ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେତେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଥିବା ଅଭିଯୋଗ…

ଆସୁଛି ବାତ୍ୟା ଅମ୍ଫନ: ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୪ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ସର୍ବାଧିକ ପ୍ରଭାବିତ ହେବ। ଏହି ଜିଲାଗୁଡ଼ିକରେ…

ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ ଫ୍ୟାକ୍ଟ୍ରି (ବଟଲିଂ/ ବେଭରେଜ୍‌ ୟୁନିଟ୍‌)କୁ ଖୋଲିବା ପାଇଁ ଅବକାରୀ କମିଶନର୍‌ ପଦକ୍ଷେପ ନେଉଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri