ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ୨୦୧୪-୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କାଘର ନିର୍ମାଣ ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନା (ପିଏମ୍ଏଓ୍ବାଇ-ଜି)ରେ ୨୦୧୬-୧୭ରୁ ଏ ପର୍ଯ୍ୟନ୍ତ ରାଜ୍ୟକୁ ମୋଟ ୧୮ ହଜାର ୮୩୭ କୋଟି ମିଳିଛି। ସେଥିରେ ୧୧ ହଜାର ୪୬୩ କୋଟି କେନ୍ଦ୍ରୀୟ ଅନୁଦାନ ଥିବା ବେଳେ ୭ ହଜାର ୩୧୫ କୋଟି ରାଜ୍ୟ ଅଂଶଧନ ରହିଛି। ସମୁଦାୟ ଅର୍ଥରୁ ଏପର୍ଯ୍ୟନ୍ତ ପକ୍କାଘର ନିର୍ମାଣ କରିବାରେ ରାଜ୍ୟ ସରକାର ୧୭ ହଜାର ୩୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ୪ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ୨୦ ହଜାର, ୬ ମାସରେ ଶେଷ କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟର ୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ମୋଟ ୮୨୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଚଳିତ ବର୍ଷ କରୋନା ମହାମାରୀ ଭଳି କଠିନ ପରିସ୍ଥିତିରେ ମୋଟ ୧ ଲକ୍ଷ ୧୪ ହଜାର ୬୪୪ ପକ୍କାଘର ନିର୍ମାଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦିନକୁ ୧ କୋଟି ୨ ଲକ୍ଷ ଶ୍ରମଦିବସ ପ୍ରଦାନ କରାଯାଇଛି। ଭୂମିହୀନ ପରିବାରଙ୍କୁ ଘରବାରି ଜାଗା ସହ ଗୃହ ମଞ୍ଜୁର କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତିି। ୫୬ ହଜାର ୮୯୧ ଚିହ୍ନଟ ଭୂମିହୀନ ପରିବାର ମଧ୍ୟରୁ ୮ ହଜାର ୬୭ ଜଣଙ୍କୁ ଜାଗା ଓ ଗୃହ ମଞ୍ଜୁର କରାଯାଇଛି। ଅବଶିଷ୍ଟଙ୍କୁ ଉପଯୁକ୍ତ ଜାଗା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

୨୦ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୪।୫(ବ୍ୟୁରୋ): ଗତ କିଛି ଦିନରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ତାତି ଯୋଗୁ ସକାଳ ୯ଟାରୁ...

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୧ ଜୀବନ
ଭୁବନେଶ୍ୱର,୯/୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୧ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

୧୮ ଲକ୍ଷ ଟଙ୍କା ଲୁଟ୍ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା
ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍ ଉପରୁ ଜର୍ଦ୍ଦା କାରଖାନା...

ଅଯୋଧ୍ୟା ରାୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍: ରାୟ ଯାହା ବି ଆସୁ, ସମସ୍ତେ ସ୍ବୀକାର କରନ୍ତୁ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ଜମି ବିବାଦ ମାମଲାରେ ଯାହା ବି ରାୟ ଆସୁ, ତାକୁ ସମସ୍ତେ ସ୍ବୀକାର କରନ୍ତୁ ବୋଲି...

ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ
ଅମରପାଲି,୩୧।୧(ଡି.ଏନ୍.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ...

ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର
ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି...

ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ
ପୁରୀ ଅଫିସ, ୧।୧୨: ଧର୍ମମାସ କାର୍ତ୍ତିକ ଶେଷ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସୋମବାର ରତ୍ନ ସିଂହାସନରେ ଦାରୁଦିଅଁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ...

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୯୯କୁ ବୃଦ୍ଧି ପାଇଛି। ୩ ମୃତକଙ୍କ ମଧ୍ୟରେ...