ପୁରୀ ଜିଲା ନରେନ୍ଦ୍ର କୋଣ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ପୁରୀ ଅଫିସ, ୧୮।୫: ପୁରୀ ଜିଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିରୁ ଜଣେ, କୋଣାର୍କ ଏନ୍ଏସିରୁ ଜଣେ ଏବେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ…
କନ୍ଧମାଳକୁ ଡେଇଁଲା କରୋନା: ୨ ପଜିଟିଭ୍ ଚିହ୍ନଟ
କନ୍ଧମାଳ,୧୮ା୫(ଡି.ଏନ୍.ଏ.): ରାଜ୍ୟରେ ସୋମବାର ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳ ଜିଲାରେ ୨ ଆକ୍ରାନ୍ତ ରହିଥିବା ବେଳେ କନ୍ଧମାଳ ନୂଆ କରୋନା ଆକ୍ରାନ୍ତ ଜିଲା ଭାବେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ମୋଟ୍ ୨୩ ଜିଲାକୁ କରୋନା…
CORONAVIRUS UPDATE: ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬
ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ନୂଆ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୨୨ଟି ଜିଲାରେ…
ଲକ୍ଡାଉନ୍ ପାଇଁ ପଛେଇଯାଇଛି ଅନ୍ଧତ୍ୱ ଦୂରୀକରଣ ଯୋଜନା: ମୋତିଆବିନ୍ଦୁ ରୋଗୀଙ୍କ ସଙ୍କଟ ବଢ଼ିଲା
କଟକ ଅଫିସ, ୧୮ା୫: କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍ଡାଉନ ଯୋଗୁ ଏବେ ସରକାରଙ୍କ ଅନ୍ଧତ୍ୱ ଦୂରୀକରଣ ଯୋଜନା ଅନେକ ଯୋଜନ ପଛକୁ ଚାଲିଯାଇଛି। ପ୍ରତି ମାସରେ ଯେଉଁ ସଂଖ୍ୟାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଉଥିଲା, ଲକ୍ଡାଉନ ଯୋଗୁ…
ପ୍ରବାସୀ ଜାଣିପାରିବେ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ ସେଣ୍ଟର ସମ୍ପର୍କିତ ତଥ୍ୟ
ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍ ପ୍ରସ୍ତୁତ କରିଛି। ଏହାଦ୍ୱାରା ବିଦେଶୀ ପ୍ରବାସୀ ଭଉଣୀ, ଭାଇମାନେ ରାଜ୍ୟର ପ୍ରତ୍ୟେକ ଜିଲାର ବ୍ଲକ, ଗ୍ରାମ ପଞ୍ଚାୟତ…
କ୍ବାରାଣ୍ଟାଇନ୍ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ
ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ ପ୍ରାୟ ୩୦ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ କ୍ବାରାଣ୍ଟାଇନ ସେଣ୍ଟରରେ ରହିବାକୁ…
ଶକ୍ତିଶାଳୀ ହେଉଛି ଅମ୍ଫନ୍: ଦୀଘା, ହାତିଆ ମଧ୍ୟରେ ହେବ ମାଡ଼, ୬ କି.ମି. ବେଗରେ ମାଡ଼ି ଆସୁଛି
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦କି.ମି., ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ…
ଆଜିଠୁ ୩ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟରେ ସୋମବାରଠାରୁ ଆରମ୍ଭ ପ୍ରବଳ ବର୍ଷା। ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର…
ସ୍ବାଗତ କେନ୍ଦ୍ରରେ ସଂକ୍ରମଣ ଭୟ
ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ତାଉ ଓ ଭୋକର ଦାଉରୁ ବଞ୍ଚତ୍ବା ପାଇଁ ଏବେ ବାହାର ରାଜ୍ୟରୁ ଲକ୍ଷଲକ୍ଷ ପ୍ରବାସୀ ନିଜ ରାଜ୍ୟକୁ ଫେରୁଛନ୍ତି। ଟ୍ରେନ୍, ବସ୍, ସାଇକେଲ ବ୍ୟତୀତ ଶହଶହ କି.ମି. ଚାଲିଚାଲି ଆସୁଛନ୍ତି। ପ୍ରତିଦିନ ଭୁବନେଶ୍ୱର ଦେଇ ଦଳଦଳ ହୋଇ ପ୍ରବାସୀ…
‘ଅମ୍ଫନ୍’ ପାଇଁ ୨ ସଚିବଙ୍କ ବଦଳି ସ୍ଥଗିତ
ଭୁବନେଶ୍ୱର,୧୮ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’ ଆସନ୍ତା ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏନେଇ ଓଡ଼ିଶାର ୧୨ଟି ଜିଲାକୁ ସତର୍କ କରାଯାଇଛି। ଏଭଳି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗତ ୧୩ ତାରିଖରେ ରାଜ୍ୟ…
୪ ସରପଞ୍ଚଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସରପଞ୍ଚମାନେ କିଭଳି ଭଲଭାବେ ନିଜ ଦାୟିତ୍ୱ ତୁଲାଇବେ ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା…
ଓଡ଼ିଶାରେ ୩ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ: ପର୍ଯ୍ୟଟନ ଶିଳ୍ପ ହରାଇବ ୭୦% ନିଯୁକ୍ତି
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦେଶ ଓ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ପୂରାପୂରି ବଦଳାଇ ଦେଇଛି କୋଭିଡ୍-୧୯। ପର୍ଯ୍ୟଟନ ଶିଳ୍ପ ସହ ଏହାସହ ଜଡ଼ିତ ମାନବସମ୍ଭଳ କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଦେଶର ୧୨.୭୫ ପ୍ରତିଶତ ନିଯୁକ୍ତି କେବଳ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା…
Archives


