କୋଣାର୍କ,୨୬ା୮(ଡି.ଏନ୍.ଏ.): କୋଣାର୍କ ଏନ୍ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ ମଦ୍ୟପ ଆଖ୍ୟା ଦେଇ କୋଣାର୍କ ଥାନା ଏସ୍ଆଇ ଦିଲୀପ କୁମାର ବେହେରା ମାଡ଼ ମାରିଛନ୍ତି। ଏ ନେଇ ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଥାନା ଛକରେ ଥିବା ଏକ ଗ୍ରସେରି ଦୋକାନକୁ ଜ୍ଞାନରଞ୍ଜନ ସାମଗ୍ରୀ ଆଣିବାକୁ ଯାଇଥିଲେ। ଥାନା ଛକରେ ସେ ଛିଡା ହୋଇଥିବାବେଳେ ହଠାତ୍ ଏସ୍ଆଇ ବେହେରା ତାଙ୍କୁ ରାସ୍ତାରୁ ଉଠାଇ ନେବା ସହ ମଦ୍ୟପର ଆଖ୍ୟା ଦେଇ ଥାନା ଭିତରେ ମାଡ଼ ମାରିଥିଲେ। ଫଳରେ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ ପହଞ୍ଚତ୍ ଏସ୍ଆଇ ବେହେରାଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଜ୍ଞାନରଞ୍ଜନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀମାନେ ଜ୍ଞାନରଞ୍ଜନକୁ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଚିକିତ୍ସା କରି ପୁଣି ଥାନାକୁ ଆଣିଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ତ୍ରୀ ଫୋନ କରିଥିଲେ ମଧ୍ୟ ଜ୍ଞାନଙ୍କ ଫୋନ ବନ୍ଦ ଥିଲା। ଏ ନେଇ ସେ ଦିଅର ମନୋରଞ୍ଜନଙ୍କୁ ଜଣାଇଥିଲେ। ପରେ ମନୋରଞ୍ଜନ ଥାନାରେ ପହଞ୍ଚତ୍ ଜ୍ଞାନଙ୍କୁ ଘରକୁ ଆଣିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଶୈଳବାଳା ଏସ୍ଆଇଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏସ୍ଆଇ ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନଥିବାବେଳେ ଆଇଆଇସି ମଲ୍ଲିକ କହିଛନ୍ତି, ଥାନାକୁ ମୁଁ ଆସିବାବେଳେ ଜଣେ ଅଚେତ ପଡ଼ିଥିବା ଦେଖି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପୁରୀ ସହର ମୁଖ୍ୟ ଚିକିତ୍ସାଳୟକୁ ନେଇ କୋଭିଡ୍ ପରୀକ୍ଷା ସହ ଚିକିତ୍ସା ସୁବିଧା କରିଛି। ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ ଆଇନ ଅନୁଯାୟୀ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଏସ୍ପିଙ୍କୁ ସୁପାରିସ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏସ୍ଆଇଙ୍କ ଏଭଳି ବ୍ୟବହାରକୁ ନାପସନ୍ଦ କରିବା ସହ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଯଦି ନ ନିଆଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଅନୁସୂଚିତ ଜାତି ବିକାଶ ପରିଷଦର ସମ୍ପାଦକ ପ୍ରତାପ କାଣ୍ଡି ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All

ସଙ୍ଗଠିତ ସମାଜ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ
ଭୁବନେଶ୍ୱର,୩ା୧୦(ବ୍ୟୁରୋ): ବିନା ଶକ୍ତିରେ ସମାଜ ଜାଗରଣ ଅସମ୍ଭବ। ଏହାକୁ ଅନୁଭବ କରି ଡ.କେଶବ ବଳିରାମ ହେଡଗେୱାର ୧୯୨୫ମସିହାର ବିଜୟା ଦଶମୀ ତିଥିରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର...

ଚାଲିଛି ତାଲା ବନ୍ଦ, ଖୋଲା ଅଭିଯାନ: ଦ୍ୱନ୍ଦ୍ୱରେ ଘରୋଇ ଶିକ୍ଷାନୁଷ୍ଠାନ ଅଭିଭାବକ
ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ କରି ବେନିୟମ ଭାବେ ଚଳାଇଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଜଗନ୍ନାଥପ୍ରସାଦ, ଭଞ୍ଜନଗର, ବେଲଗୁଣ୍ଠା ସମେତ ପ୍ରମୁଖ...

ବିଦ୍ୟୁତ୍ ଖୁଣ୍ଟ ପଡ଼ି ୬ ଗୋରୁଙ୍କ ଜୀବନ ଗଲା
ବୌଦ୍ଧ/ବଘିଆପଡ଼ା,୨୦ା୬(ସ୍ବ.ପ୍ର./ଡି.ଏନ୍.ଏ.): ବୌଦ୍ଧ ଜିଲା ବଘିଆପଡ଼ା ଅଞ୍ଚଳରେ ସୋମବାର ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କର ମୃତ୍ୟୁ ଘଟିଥିଛି। ୨ ଆହତ ହୋଇଛନ୍ତି। ବଘିଆପଡ଼ାସ୍ଥିତ ପାଲଝାର କୃଷି...

ଶନିବାର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ
ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। orissaresults.nic.in...

ମେଲୋଡ଼ି, ମୀନାବଜାର ମୁଖ୍ୟ ଆକର୍ଷଣ
ସୋନପୁର,୨୦।୯(ନି.ପ୍ର.): ସୋନପୁର ମଝିପଡା ସ୍ଥିତ ରାମଧୂନ କ୍ଲବ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୫୪ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ପାଇଁ ରାମଜୀ ମନ୍ଦିରଠାରେ ଏକ ପ୍ରସ୍ତୁତି...

୬ରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଗତ ଦୁଇ ମାସ ମଧ୍ୟରେ ରାଜ୍ୟରେ ପ୍ରଥମ ଥର ଲାଗି ଶନିବାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପାଣିପାଗ ବିଭାଗ...

ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍ ଉତ୍ପାଦନ
ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦...

ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ
ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି...