ରାଜ୍ୟ

ଆଞ୍ଜେଲ ଏଗ୍ରିଟେକ୍‌ ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଞ୍ଜେଲ ଏଗ୍ରିଟେକ କମ୍ପାନୀର ଡାଇରେକ୍ଟର ଏସ୍‌.କେ. ନାଜିବୁଲ୍ଲାଙ୍କୁ ସିବିଆଇ ପଶ୍ଚିମବଙ୍ଗରୁ ଗିରଫ କରିଛି। ଏହି କମ୍ପାନୀ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ୪୫୪.୫୪ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ନାଜିବୁଲ୍ଲା କୋଲକାତାସ୍ଥିତ…

ରୁଦ୍ରପ୍ରସନ୍ନ, ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ

ଭୁବନେଶ୍ୱର/ପିପିଲି,୨୪।୧୧(ବ୍ୟୁରୋ/ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ଯୁବ ସାମାଜିକ କର୍ମୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତବର୍ଷର ଲାଡ୍‌ଲୀ ମିଡିଆ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ୨୦୧୯ ଡିସେମ୍ବରରେ ‘ଧରିତ୍ରୀ’ରେ ପ୍ରକାଶିତ ସଂପାଦକୀୟ ‘ଝିଅ ଯଦି କାଳୀ’ ଲେଖାକୁ ଓପ-ଏଡ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ କରାଯାଇ ଏହି…

ଓଏଏସ୍‌ ଅଫିସରଙ୍କ ଶ୍ୱଶୁର ଜେଲ ଗଲେ

ବାଲିଚନ୍ଦ୍ରପୁର,୨୪।୧୧(ସ୍ବ.ପ୍ର.): ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ର (୮୪)ଙ୍କୁ ସୋମବାର ଯାଜପୁର ପୋଲିସ୍‌ ଗିରଫ କରି ଜିଲା ମୁଖ୍ୟ ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରିଥିଲା। ସେଠାରେ ପ୍ରଫୁଲ୍ଲଙ୍କ ଜାମିନ ନାମଞ୍ଜୁର ହେବାରୁ…

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା(ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଦେଇ କରାଇକାଲ ଓ ମାମଲାପୁରମ୍‌…

ସିଇଟି ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୨.୧୯ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଜଣେ ଅଧ୍ୟାପକଙ୍କ ଘର ସମେତ ୪ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସେ ହେଲେ ଘାଟିକିଆସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟିରିଂ ଆଣ୍ଡ୍‌ ଟେକ୍ନୋଲୋଜି (ସିଇଟି) ଗଣିତ ବିଭାଗର ସହକାରୀ ପ୍ରଫେସର…

ଧର୍ମଘଟ କଲେ ଜେଲ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସରକାରୀ କର୍ମଚାରୀ ମନଇଚ୍ଛା ଧର୍ମଘଟ କରିପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରିପାରିବେ ନାହିଁ। ବେଆଇନ ଧର୍ମଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୧ ବର୍ଷ ଜେଲ ସହିତ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏପରିକି…

କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିନାହାନ୍ତି। ତେଣୁ ଏହାକୁ ନେଇ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାର ଚୁଡାନ୍ତ ଶୁଣାଣି ଆସନ୍ତା ୭ ତାରିଖରେ କରାଯିବ ବୋଲି ଜଣାପଡିଛି।…

୪ ଦିନ ହେଲା ବଢୁଛି ତେଲ ଦର: ପେଟ୍ରୋଲ ୭,ଡିଜେଲ ୨୦ ପଇସା

ଭୁବନେଶ୍ୱର,୨୪।୧୧: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢିବା ଯୋଗୁ…

ଟେମରା, କାଉଡୋଳାରେ ଧାନ ମଣ୍ଡି ଖୋଲିଲା

କୋକସରା, ୨୪।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନ କାଉଡୋଳା ଓ ଟେମରାରେ ସୋମବାରଠୁୁ ଧାନ ମଣ୍ଡି ଆରମ୍ଭ ହୋଇଛି। କୋକସରା ବ୍ଲକର ୧୪ଟି ମଣ୍ଡି ଓ ଉପମଣ୍ଡିରେ ମଧ୍ୟ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି।…

ସ୍କୁଲ ବନ୍ଦ ପରେ ବସ୍ତାନି ବଦଳରେ ଗୋରୁଗାଈ ଚରାଉଛନ୍ତି ପିଲା

କୋକସରା, ୨୪।୧୧ (ଡି.ଏନ.ଏ.) ଆଜକୁ ପ୍ରାୟ ୭ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଯୋଗୁ ସ୍କୁଲରେ ପଡିଛି ତାଲା। ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଉପାନ୍ତ ଓ ବନବାସୀ ଅଞ୍ଚଳରେ ପଢ଼ୁଥିବା ପିଲାଙ୍କ ଭାଗ୍ୟ। ଏବେ ବହି ବସ୍ତାନି ବଦଳରେ…

ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ ହେବା…

ଚାନ୍ଦିପୁର ବେଳାଭୂମି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବାଲେଶ୍ୱର ଅଫିସ-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୧୫ କି.ମି. ଦୂରରେ ରହିଛି ଚାନ୍ଦିପୁର ବେଳାଭୂମି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଶୀତଋତୁରେ ଏହି ବେଳାଭୂମିକୁ ଆସିଥାନ୍ତି। ପିକ୍‌ନିକ୍‌, ମେଳା, ମହୋତ୍ସବରେ ଭରି ଉଠେ ବେଳାଭୂମି ଅଞ୍ଚଳ। ଚଳିତବର୍ଷ ମହାମାରୀ କରୋନା ପ୍ରଭାବରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?