ଚାନ୍ଦିପୁର ବେଳାଭୂମି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବାଲେଶ୍ୱର ଅଫିସ-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ମାତ୍ର ୧୫ କି.ମି. ଦୂରରେ ରହିଛି ଚାନ୍ଦିପୁର ବେଳାଭୂମି। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଶୀତଋତୁରେ ଏହି ବେଳାଭୂମିକୁ ଆସିଥାନ୍ତି। ପିକ୍‌ନିକ୍‌, ମେଳା, ମହୋତ୍ସବରେ ଭରି ଉଠେ ବେଳାଭୂମି ଅଞ୍ଚଳ। ଚଳିତବର୍ଷ ମହାମାରୀ କରୋନା ପ୍ରଭାବରେ ଗତ ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ବନ୍ଦ ଥିବା ବେଳେ ନଭେମ୍ବରରୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। କିନ୍ତୁ ଚାନ୍ଦିପୁର ବେଳାଭୂମିକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି।
ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଛି ବାଲେଶ୍ୱର ଚାନ୍ଦିପୁର ବେଳାଭୂମି। ସମୁଦ୍ର ଏଠି ଶୋଇଯାଇଛି ସୁନା ପୁଅ ଭଳି। ଭୟଙ୍କର ଗର୍ଜନ ନାହଁି କି ସମୁଦ୍ର ଜୁଆରରେ ବୁଡ଼ିଯିବାର ଭୟ ନାହଁି। ତେଣୁ ଭୟଶୂନ୍ୟ ହୋଇ ଏଠି ସମୁଦ୍ରରେ ଗାଧୋଇବାର ମଜା ନିଅନ୍ତି ପର୍ଯ୍ୟଟକ। ଏହାସହ ବିସ୍ତୀର୍ଣ୍ଣ ବେଳାଭୂମିରେ ୨କି.ମି. ବ୍ୟାପୀ ଚାଲିବାର ମଜା ଯେଉଁ ପର୍ଯ୍ୟଟକ ପାଇଛି, ସେ ଭୂଲି ନ ପାରି ବାରମ୍ବାର ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସର ସୁବ୍ୟବସ୍ଥା ହୋଇଥିବା ବେଳେ ବଡ଼ ବଡ଼ ଘରୋଇ ହୋଟେଲ ଏବଂ ରେଷ୍ଟୁରାଣ୍ଟର ବ୍ୟବସ୍ଥା ରହିଛି। ଆଇଟିଆଇ ଛକଠାରୁ ଝାମ୍ପରା ହାଟ ପର୍ଯ୍ୟନ୍ତ ୧୦କି.ମି. ରାସ୍ତା ପ୍ରତିରକ୍ଷା ବିଭାଗର। ସେହିଭଳି ଝାମ୍ପରା ହାଟ (ସୁନାପୁର ଛକ)ରୁ ବେଳାଭୂମି ପର୍ଯ୍ୟନ୍ତ ୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ରାସ୍ତାକୁ ପ୍ରତିରକ୍ଷା ବିଭାଗ ଏବଂ ପୂର୍ତ୍ତବିଭାଗ ଅଧୀନରେ ଥିବା ରାସ୍ତାକୁ ମରାମତି କରିବା ଦାୟିତ୍ୱ ପୂର୍ତ୍ତବିଭାଗର ରହିଛି। କିନ୍ତୁ ଉଭୟ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ବାସିନ୍ଦା ମଧ୍ୟ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ପ୍ରତିଦିନ ଉକ୍ତ ରାସ୍ତାରେ ପ୍ରତିରକ୍ଷା ବିଭାଗର ଭାରୀଯାନ ଯା’ଆସ କରିବା ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବେଳାଭୂମି ରକ୍ଷଣାବେକ୍ଷଣ ଦାୟିତ୍ୱ କରୁଥିବା ଜଳସେଚନ ବିଭାଗର ଭାରିଯାନ ମଧ୍ୟ ଯିବା ଆସିବା କରୁଛି। ସୁନହଟ ଅଞ୍ଚଳର ଭୂଜାଖିଆ ପୀର ଛକଠାରୁ ଶ୍ରୀକୋଣା ପର୍ଯ୍ୟନ୍ତ ପ୍ରାୟ ୭କି.ମି. ରାସ୍ତା ପ୍ରତିରକ୍ଷା ବିଭାଗର ଏବଂ ଝାମ୍ପରା ହାଟରୁ ବେଳାଭୂମି ପର୍ଯ୍ୟନ୍ତ ପ୍ରାୟ ୫କି.ମି. ପୂର୍ତ୍ତ ବିଭାଗର ରାସ୍ତା ଅବସ୍ଥା କହିଲେ ନ ସରେ। ଏହି ରାସ୍ତାରେ ୪ଚକିଆ କିମ୍ବା ୨ଚକିଆ ଯାନ ଯିବା ଅସମ୍ଭବ ହୋଇପଡ଼ିଛି। ଏହି ପର୍ଯ୍ୟଟନସ୍ଥଳୀକୁ ଆସିବା ପାଇଁ ଏକମାତ୍ର ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନୈତିକ ନେତୃବର୍ଗ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ପ୍ରତ୍ୟେକ ଦିନ ଏହିଭଳି ରାସ୍ତାରେ ଯା’ଆସ କରି ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ପୂର୍ବତନ ଜିଲାପରିଷଦ ସଦସ୍ୟ ପର୍ଶୁରାମ ବେହେରା କହନ୍ତି, ରାସ୍ତା ଦୁରବସ୍ଥା ଉପରେ ଦୃଷ୍ଟି ଦିଆଯାଉନାହିଁ। ଉନ୍ନୟନମୂଳକ କାର୍ଯ୍ୟ ଏକପ୍ରକାର ଠପ୍‌। ଚାନ୍ଦିପୁର ସହ ଦେଶର ଏକ ବୃହତ୍‌ ମାଛଧରା କେନ୍ଦ୍ର ବଳରାମଗଡ଼ିକୁ ମଧ୍ୟ ଏହି ରାସ୍ତା ଯାଇଛି। ପ୍ରତିଦିନ ଶତାଧିକ ଭାରିଯାନ ଯା’ଆସ କରୁଛି। ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଯଥାଶୀଘ୍ର ଏହାର ମରାମତି କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବା ସହ ରାସ୍ତାରୋକୋ କରାଯିବ।
ନବନିର୍ବାଚିତ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ କହନ୍ତି, ଚାନ୍ଦିପୁର ଜିଲାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ। ଏହାର ସର୍ବାଙ୍ଗୀନ ଉନ୍ନତୀକରଣ ପାଇଁ ପ୍ରୟାସ କରାଯିବ। ଯଥାଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାସ୍ତା ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri