ରୁଦ୍ରପ୍ରସନ୍ନ, ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ

ଭୁବନେଶ୍ୱର/ପିପିଲି,୨୪।୧୧(ବ୍ୟୁରୋ/ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ଯୁବ ସାମାଜିକ କର୍ମୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତବର୍ଷର ଲାଡ୍‌ଲୀ ମିଡିଆ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ୨୦୧୯ ଡିସେମ୍ବରରେ ‘ଧରିତ୍ରୀ’ରେ ପ୍ରକାଶିତ ସଂପାଦକୀୟ ‘ଝିଅ ଯଦି କାଳୀ’ ଲେଖାକୁ ଓପ-ଏଡ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ କରାଯାଇ ଏହି ପୁରସ୍କାର ଦିଅଯାଇଛି। ରୁଦ୍ର ପ୍ରସନ୍ନ ରଥ ଏବେ ବିଭିନ୍ନ ଜାତୀୟ ଏବଂ ଅର୍ନ୍ତଜାତୀୟ ସଂସ୍ଥାର ଯୋଗାଯୋଗ ଅଧିକାରୀଭାବେ କାର୍ଯ୍ୟ କରନ୍ତି। ପପୁଲେଶନ ଫାଉଣ୍ଡେସନ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ତରଫରୁ ଏହି ସାମାଜିକ ଲିଙ୍ଗଗତ ସମତାଥିବା ଲେଖକ, ସମ୍ବକାର, ସାମାଜିକ କର୍ମୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିଭଳି ମହିଳା ସଶକ୍ତୀକରଣ ଉପରେ ଖବର ପ୍ରକାଶ ପାଇଁ ସାମ୍ବାଦିକ ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ ମିଳିଛି। ଓଡ଼ିଶାରେ ମହିଳାମାନେ କିଭଳି ଅଜଣା ମୃତଦେହ ଦାହ କରିବାକୁ ଆଗେଇ ଆସିଛନ୍ତି, ତାହାକୁ ନେଇ ଅଖଣ୍ଡ ଏକ ଓ୍ବେବ ପୋର୍ଟାଲରେ ଲେଖା ପ୍ରକାଶ କରିଥିଲେ। ଏହି ଲେଖାକୁ ଜୁରି କମିଟି ପ୍ରଶଂସା କରିବା ସହ ପୁରସ୍କାର ପାଇଁ ମନୋନୀତ କରିଥିଲେ। ଚଳିତବର୍ଷ ୨୮ଟି ଭାଷା ପାଇଁ ୯୨ ଜଣଙ୍କୁ ଏହି ପୁରସ୍କାର ମିଳିଥିବାବେଳେ ଏଥିପାଇଁ ୧୧୦୦ରୁ ଅଧିକ ଆବେଦନପତ୍ର ମିଳିଥିଲା। କରୋନା ମହାମାରୀ ଯୋଗୁ ଚଳିତବର୍ଷ ଏହି ପୁରସ୍କାର ଗତ ୨୦ତାରିଖରେ ଅନଲାଇନ୍‌ରେ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?