ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଉପରରାଇଗଡ଼ା ପଞ୍ଚାୟତର ଆମୁଣି ଗଁାର ଆଦିବାସୀ ଝିଅ ନନ୍ଦିନୀ ଦେହୁରୀ। ଧାନ କଳ ଦେଇଛି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ। ସେ ଏହି କଳ କରି ଗାଁ ଲୋକଙ୍କ ମୁହଁରେ ଖୁସି ଦେଇପାରିଛନ୍ତି।
ଇନ୍ଦ୍ରମଣୀ ଦେହୁରୀଙ୍କ ସାନଝିଅ ନନ୍ଦିନୀ ନିଜ ଗଁାରେ ଏକ ଡିଜେଲ ଚାଳିତ ଧାନ କଳ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଆମୁଣି ଗ୍ରାମର ଅଧିବାସୀମାନେ ନିଜ ଗ୍ରାମଠାରୁ ୨/୩ କି.ମି. ଅନ୍ୟ ଗ୍ରାମରେ ଥିବା ଧାନ କଳକୁ ଚାଲି ଚାଲି ଯାଇ ଧାନ ପେଶାଇ ଆଣୁଥିଲେ। ଏଥିପାଇଁ ନନ୍ଦିନୀ ନିଜ ଗ୍ରାମରେ ଏକ ଧାନ କଳ ବସାଇବାକୁ ଚିନ୍ତା କରି ବ୍ୟବସାୟ ଆରମ୍ଭ କରିଥିଲେ। ସେ ମଧ୍ୟ ପୂର୍ବରୁ ନିଜ ଘରର ଧାନ କୁଟିବା ପାଇଁ ଅନ୍ୟ ଗାଁକୁ ଯାଉଥିଲେ। ତା’ପରେ ସେ ନିଜେ କିଛି କରିବେ ବୋଲି ଭାବିଥିଲେ। ପ୍ରାୟ ତିନି ବର୍ଷ ପୂର୍ବେ ବ୍ୟାଙ୍କରୁ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଆଣି ନିଜ ଗ୍ରାମରେ ଏକ ଡିଜେଲଚାଳିତ ଧାନ କଳ ବସାଇ ନିଜର ପେଟ ପୋଷିବା ସହ ପରିବାରକୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କ ଋଣ ମଧ୍ୟ ଶୁଝିଯିବାକୁ ବସିଲାଣି। ଏହାବ୍ୟତୀତ ଏକ ଦୋକାନ ମଧ୍ୟ ସେ କରିଛନ୍ତି। ଏଇଥିରେ ତାଙ୍କ ଘରର ତେଲ ଲୁଣ ସଂସାର ଚଳିଯାଉଛି। କିଛି ମାସ ପୂର୍ବେ ସେ ନିଜ ପାଇଁ ଏକ ମୋଟର ସାଇକେଲ କିଣିଛନ୍ତି। ଯାହାକି ତାଙ୍କୁ ବ୍ୟବସାୟରେ ଜିନିଷ ନେବା ଆଣିବାରେ ବହୁତ ସାହାଯ୍ୟ କରୁଛି। ଆମୁଣି ଗ୍ରାମର ଅଧିକାଂଶ ଝିଅ ମୂଲ ମଜୁରୀ କାମ କରୁଥିବାବେଳେ ନନ୍ଦିନୀ ଧାନ କଳ କରି ମାସକୁ ୧୫,୦୦୦ ଟଙ୍କା ପାଖାପାଖି ରୋଜଗାର କରନ୍ତି। ଧାନ କଳ ବସାଇବା ଉପରେ ନନ୍ଦିନୀ କୁହନ୍ତି, ଧାନ କଳ ପୁରୁଷଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଗଁା ଲୋକଙ୍କ ଧାନ ପେଶାଇବାର ଅସୁବିଧାକୁ ହୃଦୟଙ୍ଗମ କରି ଏହା ଆରମ୍ଭ କରିଛି। ପ୍ରଥମେ ପ୍ରଥମେ ବ୍ୟବସାୟରେ ଅଳ୍ପ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଏବେ ସବୁ ଠିକ୍‌ଠାକ୍‌ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ...

ବାହାନଗା ଟ୍ରେନ ଟ୍ରାଜେଡି: ନିଲମ୍ବିତ ୩  ରେଲଓ୍ବେ କର୍ମଚାରୀଙ୍କୁ ଜେରା    

ଭୁବନେଶ୍ବର ୧୪।୭: ବାଲେଶ୍ବର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ଚନ୍ଦକା ଥାନାରେ ଜେରା ଚାଲିଛି । ଏହି ୪...

୧୫ ବର୍ଷ ପରେ ମା’ଙ୍କୁ ଖୋଜିଲେ ମମତା

ପୁରୀ ଅଫିସ, ୬ା୧: ‘ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଏକ ନିଷ୍ଠୁର ନିଷ୍ପତ୍ତି ନେଇଥିଲେ ଓ ମୋତେ ଯିବାକୁ ଦେଇଥିଲେ। ସେ...

ଭାରତ-ଚାଇନା ସଂଘର୍ଷରେ ଶହୀଦ ହୋଇଛନ୍ତି ରାଇରଙ୍ଗପୁରର ଯବାନ ନନ୍ଦୁରାମ, ଗ୍ରାମରେ ଶୋକର ଛାୟା

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.): ଗଲଓ୍ବାନ୍‌ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେଥିରେ ୨ଜଣ...

ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ମୁମ୍ବାଇ ଗସ୍ତ କରିଛନ୍ତି।...

ବରମୁଣ୍ଡା ବସ୍‌ ଟର୍ମିନାଲ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ...

ଭିଜିଲାନ୍ସ ଜାଲରେ ମହିଳା ସିଡିପିଓ

ଧର୍ମଗଡ଼, ୩।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି। ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବକେୟା ଦରମା କରାଇଦେବା ପାଇଁ ଜୟନ୍ତୀ ଟଙ୍କା...

ନଦୀ କୂଳରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ, ୧୨ା୯: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ...

Advertisement
Archives

Model This Week