ସ୍କୁଲ ବନ୍ଦ ପରେ ବସ୍ତାନି ବଦଳରେ ଗୋରୁଗାଈ ଚରାଉଛନ୍ତି ପିଲା

କୋକସରା, ୨୪।୧୧ (ଡି.ଏନ.ଏ.)
ଆଜକୁ ପ୍ରାୟ ୭ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଯୋଗୁ ସ୍କୁଲରେ ପଡିଛି ତାଲା। ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଉପାନ୍ତ ଓ ବନବାସୀ ଅଞ୍ଚଳରେ ପଢ଼ୁଥିବା ପିଲାଙ୍କ ଭାଗ୍ୟ। ଏବେ ବହି ବସ୍ତାନି ବଦଳରେ ହାତରେ ଅଛି ବାଡ଼ି ଓ ଗାଈଗୋରୁ ଚରାଇ ବଣ ଜଙ୍ଗଲରେ ବିଚରଣ କରୁଛନ୍ତି ଉପାନ୍ତ ଅଞ୍ଚଳର ପିଲମାନେ। ପୁଣି ଅ, ଆ ଭୁଲିଗଲେଣି, ଆଗକୁ ବି ଆଉ ପାଠ ପଢିବା ଆଶା ନାହିଁ । ଏବେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ୨୦ରୁ କମ ସଂଖ୍ୟକ ଉପସ୍ଥାନ ଥିବା ସ୍କୁଲରେ ବି ପଡିବ ତାଲା । ଏହି କ୍ରମରେ କୋକସରା ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି। ଏହା ମଧ୍ୟରେ କୋକସରା ଗୋଷ୍ଠୀ ଶିକ୍ଷା ବିଭଗ ଅଧୀନରେ ଥିବା ଗାଇବନ୍ଧା, କାଦୋମାଲି ପ୍ରାଥମିକ ବିଦ୍ୟାଳୟ ବଣ ପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ରହିଛି । ଏହି ପିଲାମାନେ ବନ୍ଦ ପରେ ପାଖ ସ୍କୁଲକୁ ପଢିବାକୁ ଆଦୌ ଚାହୁଁନାହାନ୍ତି କିମ୍ବା ଅଭିଭାବକ ମଧ୍ୟ ପିଲାଙ୍କୁ ପଠାଇବାକୁ ମଙ୍ଗୁ ନାହାନ୍ତି । ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯିବା ପାଇଁ ବିପଦ ରହିଛି । ଏଣୁ ସ୍କୁଲ ବନ୍ଦ ନ କରିବାକୁ ଏହି ଦୁଇ ଆଦିବାସୀ ଗାଁର ଗ୍ରାମବାସୀ କହିଛନ୍ତି । ସ୍କୁଲ ବନ୍ଦ ହେଲେ ପିଲା ମୁର୍ଖ ତ ହେବେ ଗାଈଗୋରୁ ଚରାଇବା କି ଚାଷ କାମରେ ସାହାଯ୍ୟ କରିବା ଛଡା ଆଉ କଣ କରିବେ ବୋଲି କହିଛନ୍ତି। ଏହା ବ୍ୟତୀତ କୋକସରା ବ୍ଲକର କୋକସରା ବଡପଡା, ବାବେକୋହରା, ଭାଲୁପଡା, ବିଜମରା, ସରଧାପୁର, ସିନାପଡା, ତେଲିଗୁଡ଼ା, ତିର୍ଥତ୍ଆପଡା, ଚଞ୍ଚରାପଡା, ମାଲପଡା କଲୋନୀପଡା, ଗଡରାମାଲ, ନୂଆପଡ଼ା, ପାଣିଗଁା, ନୂଆପଡା, କାଦୋମାଲି, ଗାଇବନ୍ଧା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ପାଖରେ ଥିବାସ୍କୁଲରେ ମିଶ୍ରଣ କରାଯିବ ବୋଲି କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ବି.ଆଇ.ସି ତୋଫାନ ମାଝି ସୂଚନା ଦେଇଛନ୍ତି। ଉପାନ୍ତ ଅଞ୍ଚଳରେ ପଢୁଥିବା ପିଲାଙ୍କ ଭବିଷ୍ୟତ କ’ଣ ହେବ ତାହା ସମୟ ହିଁ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୟାନ, ରାଜ୍ୟ ରାଜନୀତିରେ ଚହଳ!

ଭୁବନେଶ୍ୱର,୨୬।୭ (ସୁନିତ୍‌ ମିଶ୍ର) ଏନ୍‌ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri