୧୦୭୮ ପଜିଟିଭ୍ ଚିହ୍ନଟ ପାଇଁ ଲାଗିଥିଲା ୬୫ ଦିନ: ଏବେ ଗୋଟିଏ ଦିନରେ ସେତିକି; ଏହି ୪ ଜିଲାକୁ ଛୁଇଁଲା ୪ ଅଙ୍କ
ଭୁବନେଶ୍ୱର,୨୧/୭(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବୁଧବାର ସବୁ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ୧୦୭୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୧୦୭୮ ପଜିଟିଭ୍ ଚିହ୍ନଟ ପାଇଁ ୬୫ ଦିନ ଲାଗିଥିଲା। ମାତ୍ର…
ପୁରୁଷୋତ୍ତମପୁରରେ କରୋନା ନେଲା ଆଉ ଜଣେ ପ୍ରଧାନଶିକ୍ଷକଙ୍କ ଜୀବନ
ପୁରୁଷୋତ୍ତମପୁର, ୨୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ପ୍ରଧାନଶିକ୍ଷକ ତଥା ଭାରାପ୍ରାପ୍ତ ଏବିଓଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶିକ୍ଷକମାନଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ପୁରୁଷୋତ୍ତମପୁର…
ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କଲେ ଜିଲାପାଳ
ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନୁଯାୟୀ ଗୁରୁବାରଠାରୁ ୨୯ ତାରିଖ ଯାଏ…
କଟକ ଶଙ୍କରପୁର କଣ୍ଟେନମେଣ୍ଟ ଜୋନ୍
କଟକ ଅଫିସ,୨୨।୭: କଟକ ମହାନଗର ନିଗମ(ସିଏମ୍ସି)ର ୩୭ ନମ୍ବର ୱାର୍ଡ ପରିଡାସାହି, ଶଙ୍କରପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରୁ କେତେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସାହିକୁ ପ୍ରବେଶ ଏବଂ ପ୍ରସ୍ଥାନ…
କରୋନା ନେଲା ଆଉ ୫ ଜୀବନ
ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୫ ମୃତକଙ୍କ…
CORONAVIRUS UPDATE: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ୧୦୭୮ ଚିହ୍ନଟ
ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ କରୋନା ସବୁ ରେକର୍ଡ ଭାଙ୍ଗିଛି। ଦିନକରେ ଅର୍ଥାତ୍ ବୁଧବାର ପୁଣି ୧୦୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ…
ଭଦ୍ରକ ପୌରପାଳିକା, ଧାମନଗର ଏନ୍ଏସିରେ ଲକ୍ଡାଉନ କଟକଣା କଡ଼ାକଡ଼ି
ଭଦ୍ରକ ଅଫିସ, ୨୨।୭: ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍ଏସି ଅଞ୍ଚଳରେ ବୁଧବାର ଠାରୁ ଲକ୍ଡାଉନ କଟକଣା କଡାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ମୁତାବକ ଗ୍ରୋସରୀ, ପନିପରିବା, କ୍ଷୀର, ମାଛ, ମାଂସ, ଔଷଧ ଓ ଅତ୍ୟାବଶ୍ୟକ ଦୋକାନକୁ…
କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ
ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ ସମେତ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାଙ୍କକୁ…
ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ପୁନର୍ଗଠନ
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ପୁନର୍ଗଠନ କରାଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନୂତନ ସାଧାରଣ ପରିଷଦ କାର୍ଯ୍ୟକାରୀ ହେବ। ପୂର୍ବଭଳି ସଭାପତି, ଉପସଭାପତି, ଅର୍ଥ ପରାମର୍ଶଦାତା, ସମ୍ପାଦକଙ୍କ ସହ…
ଅନ୍ଲାଇନ୍ରେ ତଥ୍ୟ ଦେବାକୁ ଡର
ଯାଜପୁର ଅଫିସ,୨୨।୭: ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ (୫-ଟି)କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହା କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ଅପାରଗତା ଲୁଚାଇବାକୁ ଇ-ଡେସପାଚ୍ ଓ ଜିଲା ୱେବପୋର୍ଟାଲକୁ ନବୀକରଣ…
ଅଭିନେତା, ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁଙ୍କ ପରଲୋକ
ବଲାଙ୍ଗୀର ଅଫିସ, ୨୨ା୭: ଜଣାଶୁଣା ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ (୫୫)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସକାଳେ ସେ ଅସୁସ୍ଥତା ଅନୁଭବ କରି ହଠାତ୍ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଭୀମ ଭୋଇ…
ଓଡ଼ିଶା ଓ୍ବାନ୍ ପୋର୍ଟାଲ୍ରୁ ମିଳିବ ସବୁ ନାଗରିକ ସେବା
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟ ସରକାର ଯୋଗାଇଦେଉଥିବା ସମସ୍ତ ନାଗରିକ ସେବା ଗୋଟିଏ ଓ୍ବେବ୍ ପୋର୍ଟାଲ୍ ଓଡ଼ିଶା ଓ୍ବାନ୍ରେ ଉପଲବ୍ଧ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ…
Archives


