ରିକ୍ସା, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ,୧।୧୨: ସରକାର ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଏପରି କି ହସ୍ପିଟାଲଗୁଡିକର ଭିତ୍ତିଭୂମି ବିକାଶ ସହ ଉନ୍ନତ ଚିକିତ୍ସା ପ୍ରଦାନ ନିମନ୍ତେ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ରାଜ୍ୟର ପ୍ରମୁଖ ଏସ୍‌ସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ରୋଗୀଙ୍କୁ ଅତି ଦୟନୀୟ ଅବସ୍ଥାରେ ନିଆଯାଉଛି। ଏଭଳି ସମସ୍ୟା ଦୂର କରିବା ପାଇଁ ସରକାର ରାଜ୍ୟର ପ୍ରମୁଖ ହସ୍ପିଟାଲଗୁଡିକରେ ବ୍ୟାଟେରି ରିକ୍ସା ସେବା ଆରମ୍ଭ କରିଛନ୍ତି। ସାଧାରଣତଃ ବଡ ହସ୍ପିଟାଲଗୁଡିକର ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗ ମଧ୍ୟରେ ଅଧିକ ଦୂରତା ରହୁଥିବାରୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ବ୍ୟାଟେରି ରିକ୍ସା ବେଶ୍‌ ସହାୟକ ହେଉଛି। କିନ୍ତୁ ବିଡମ୍ବନାର ବିଷୟ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ବ୍ୟାଟେରି ରିକ୍ସା ସେବା ଆରମ୍ଭ ହୋଇ ନ ଥିବାବେଳେ ଏସ୍‌ସିବି ମେଡିକାଲରେ ଆବଶ୍ୟକଠାରୁ କମ୍‌ ସଂଖ୍ୟକ ବ୍ୟାଟେରି ରିକ୍ସା ରହିଛି। ଫଳରେ ବାଧ୍ୟ ହୋଇ ପରିବାର ଲୋକ ଓ ସମ୍ପର୍କୀୟମାନେ ଗୁରୁତର ରୋଗୀଙ୍କୁ କାନ୍ଧ କିମ୍ବା ରିକ୍ସାରେ ସ୍ଥାନାନ୍ତର କରୁଥିବା ଦୃଶ୍ୟ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାକୁ ଆଣିଛି।
ଏସ୍‌ସିବି ମେଡିକାଲରେ ବ୍ୟାଟେରି ରିକ୍ସା ସେବା ଆରମ୍ଭ ହୋଇଥିଲା। ମୋଟ୍‌ ୬ଟି ବ୍ୟାଟେରି ରିକ୍ସା ମଧ୍ୟରୁ ଗୋଟିଏ ମେଡିସିନ ନେବାଆଣିବା ଓ ଅନ୍ୟ ୫ଟି ରୋଗୀ ସ୍ଥାନାନ୍ତର ନିମନ୍ତେ ଉଦ୍ଦିଷ୍ଟ ଥିଲା। ଏବେ ଉକ୍ତ ପାଞ୍ଚଟି ମଧ୍ୟରୁ ଦୁଇଟି ବ୍ୟାଟେରି ରିକ୍ସା ଅଧିକାଂଶ ସମୟ କୋଭିଡ୍‌ ରୋଗୀଙ୍କ ସେବାରେ ନିୟୋଜିତ ହେଉଛି। ଫଳରେ ଅନ୍ୟ ବିଭାଗର ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ବେଳେବେଳେ ଅଧିକ ଗୁରୁତର ଥିବା ରୋଗୀଙ୍କୁ ସମ୍ପର୍କୀୟମାନେ ଟେକିଟେକି ସ୍ଥାନାନ୍ତର କରୁଛନ୍ତି। ଏଭଳି ଅବ୍ୟବସ୍ଥା ସମ୍ପର୍କରେ ସବୁ ବିଭାଗର କର୍ତ୍ତୃପକ୍ଷ ଅଳ୍ପ ବହୁତେ ଅବଗତ ଅଛନ୍ତି। ତେଣୁ ସୁପର ସ୍ପେସିଆଲିଟି ଆଉଟ୍‌ଡୋର, କାଜୁଆଲ୍‌ଟି, ସର୍ଜରି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ବ୍ୟାଟେରି ରିକ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ବୋଲି କେତେଜଣ କର୍ମଚାରୀ କହିଛନ୍ତି।
ପ୍ରଶାନ୍ତ କୁମାର ବାରିକ ନାମକ ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି, ଅର୍ଥୋପେଡିକରୁ ଆମ ରୋଗୀଙ୍କୁ ଡାଏଲିସିସ କରାଇବାକୁ ନେବା ପାଇଁ ଦେଢଘଣ୍ଟା ଅପେକ୍ଷା କରିବା ପରେ ବି ବ୍ୟାଟେରି ରିକ୍ସା ପାଇଲୁ ନାହିଁ। ଶେଷରେ ବାଧ୍ୟ ହୋଇ ରିକ୍ସାରେ ନେଲୁ। ଏ ବାବଦରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ସେହିଭଳି ଏସ୍‌ସିବି ସଂଲଗ୍ନ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଏପର୍ଯ୍ୟନ୍ତ ବ୍ୟାଟେରି ରିକ୍ସା ସେବା ଉପଲବ୍ଧ ନାହିଁ। ଫଳରେ ରୋଗୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କ୍ୟାଥେଟର ଓ ଅନ୍ୟ ପାଇପ ସଂଯୋଗ ହୋଇଥିବା ରୋଗୀଙ୍କୁ ଲୋକେ ଟେକି ନେଉଥିବା ଦେଖୁଥିବା ରାକେଶ ପରିଡା ନାମକ ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି। ଏ ସମ୍ପର୍କରେ କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି, ଗତ ମେ ୨୧ରେ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ। ପୁଣି ଥରେ ମନେ ପକାଇବା ପାଇଁ ରିମାଇଣ୍ଡର ଲେଟର ଲେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?