ରାଜ୍ୟ

ପ୍ରସ୍ତାବରେ ଅଟକିଛି ରୋବୋଟିକ ସର୍ଜରୀ

କଟକ ଅଫିସ,୨୨ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋବୋଟିକ ସର୍ଜରୀ ଦ୍ୱାରା ଅସ୍ତ୍ରୋପଚାର ପାଇଁ ୨୦୧୭ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ରଖିଥିଲା। ୨୦୧୭ ଡିସେମ୍ବର ସୁଦ୍ଧା ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରିବାକୁ ସରକାର ଟାର୍ଗେଟ୍‌ କରିଥିଲେ। ଏଥିପାଇଁ…

ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା

ମାଲକାନଗିରି,୨୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି ଗ୍ରାମରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପିଲାଙ୍କୁ ମହୁଲି ମଦ ଦେବା ଚର୍ଚ୍ଚାର…

୨୦୦୭ ପକାଇଛି ଚିନ୍ତାରେ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଆଇଏଏସ୍‌ ଅଫିସରମାନେ ରାଜ୍ୟ କିମ୍ବା କେନ୍ଦ୍ରରେ କାମ କରିବା ସମ୍ପର୍କରେ ବିଭିନ୍ନ ସମୟରେ କେନ୍ଦ୍ରରୁ ବଦଳୁଥିବା ନିୟମ ଆସିଥାଏ। କେତେବେଳେ କେଉଁ ସରକାର ଆସିଲେ କେତେ ପ୍ରକାର ନିୟମ ବଦଳିବ ସେନେଇ କୌଣସି ସ୍ଥିରତା ନ ଥାଏ। ପୂର୍ବରୁ ଆଇଏଏସ୍‌…

ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦୟନାଥ କରୋନା ଯୁଦ୍ଧରେ ଜୟଯୁକ୍ତ…

ବଦଳୁଛି ଓଡ଼ିଶାର ରାପ୍‌ କଲ୍‌ଚର୍‌

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ କରି ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଥିଲେ ପୁରୀ ଜନ୍ମିତ ସମୀର ରିଶୁ ମହାନ୍ତି ଓରଫ ବିଗ୍‌ ଡିଲ୍‌। ଜାତୀୟସ୍ତରରେ ରାପ୍‌ ଜଗତରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିବା ସମୀର ଜନ୍ମମାଟି…

ନଦୀ ଜଳ ପ୍ରଦୂଷଣ: ସିପିସିବିର ରିପୋର୍ଟ ତଲବ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରେ ନଦୀ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଛି। ଶିଳ୍ପ, ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ନଦୀକୁ ଅତିମାତ୍ରାରେ ପ୍ରଦୂଷିତ କରୁଛି। ସିଧାସଳଖ ମିଶୁଥିବାରୁ ଏହା କେବଳ ନଦୀ ଜଳ ନୁହେଁ ଭୂଗର୍ଭ ଜଳକୁ ମଧ୍ୟ ପ୍ରଦୂଷିତ କରୁଛି। ନଦୀ ପ୍ରଦୂଷଣ…

ଗାର୍ଡ, ଫରେଷ୍ଟର ଅଭାବରୁ କାର୍ଯ୍ୟ ସଙ୍କଟ

ଭୁବନେଶ୍ୱର, ୨୨।୭: ରାଜ୍ୟରେ ଜଙ୍ଗଲ, ବନ୍ୟପ୍ରାଣୀ ସୁରକ୍ଷା ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ବନ ବିଭାଗ ନୂଆ ନୂଆ ନିୟମ ଓ ନିର୍ଦ୍ଦେଶନାମା ଜାରି କରୁଛି। ହେଲେ…

୫ ବର୍ଷରେ ଲାଗିଛି ୫୦ ହଜାର ଚାରା

  ବଅଁରପାଳ,୨୨ା୭(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ ପାରିପାର୍ଶ୍ୱିକ ଅଞ୍ଚଳରେ ଚାରା ରୋପଣ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ। ନାଲ୍‌କୋ…

ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା

ଢେଙ୍କାନାଳ ଅଫିସ, ୨୨।୭ ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଚିଠି ନଂ.ଏଫ୍‌. ୨୨-୧/୨୦୧୭ ଏସ୍‌ସିରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ…

ବୃଦ୍ଧାଙ୍କୁ ଗଁ। ଦାଣ୍ଡରେ ପିଟିଲେ ମା, ବାପା, ପୁଅ ଅଟକ

ଗଞ୍ଜାମ,୨୧ା୭(ଡି.ଏନ.ଏ.)- ସାମାନ୍ୟ ମାଛ କିଣାବିକାକୁ ନେଇ ଜଣେ ବୃଦ୍ଧାଙ୍କୁ ଗଁା ଦାଣ୍ଡରେ ମାଡ ମାରିଛନ୍ତି ମା’, ବାପା ଓ ପୁଅ। ଏନେଇ ଗଞ୍ଜାମ ଥାନାରେ ସମ୍ପୃକ୍ତ ବୃଦ୍ଧା ଅଭିଯୋଗ କରିବା ପରେ ପୋଲିସ ନଂ.୮୮/୨୦ରେ ମାମଲା ରୁଜୁକରି ୩ଜଣଙ୍କୁ ଅଟକ ରଖିଛି।…

୫ ମାସ ଯାଏ ମାଗଣାରେ ମିଳିବ ଡାଲି, ଚାଉଳ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ମହାମାରୀ କରୋନା ଯୋଗୁ ପ୍ରଭାବିତ ହୋଇଛି ଗରିବ ଲୋକଙ୍କ ଜୀବନ ଆଉ ଜୀବିକା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ପାଇଁ ୫ ମାସ ଲାଗି ମାଗଣାରେ ଡାଲି, ଚାଉଳ ଯୋଗାଇ…

ଅବସର ନେବା ପୂର୍ବରୁ କରୋନାରେ ଆଖିବୁଜିଲେ ପ୍ରଧାନ ଶିକ୍ଷୟିତ୍ରୀ

ପୁରୁଷୋତ୍ତମପୁର, ୨୧।୭(ଡି.ଏନ୍‌.ଏ.): ମହାମାରୀ କରୋନାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ମଙ୍ଗଳବାର ପ୍ରଥମ ମୃତ୍ୟୁ ଘଟିଛି। ଏଥିରେ ଏନଏସି ଅନ୍ତର୍ଗତ କନକା ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଟି ବିଜୟଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି। ସେ ଆସନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri